ରାଗିଗଲେ ବିଧାୟକ ସୌଭିକ ବିଶ୍ୱାଳ, ଚଲାଇ ଚଲାଇ ଅବସ୍ଥା ଦେଖାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 29, 2021

ରାଗିଗଲେ ବିଧାୟକ ସୌଭିକ ବିଶ୍ୱାଳ, ଚଲାଇ ଚଲାଇ ଅବସ୍ଥା ଦେଖାଇଲେ

କଟକ (ଓଡ଼ିଶା ରିପୋର୍ଟର): ଆକ୍ସସନ ମୁଡ୍‌ରେ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ। ମଙ୍ଗୁଳିରୁ ଢେଙ୍କାନାଳକୁ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଥିବାରୁ ରିଭ୍ୟୁ ମିଟିଂ ଡାକି ଏନ୍ଏଚଆଇ କର୍ତ୍ତୃପକ୍ଷ ଓ ଠିକା ସଂସ୍ଥା ଉପରେ ଖୁବ୍ ବର୍ଷିଛନ୍ତି ସୌଭିକ। ଏମିତିକି ଠିକା ସଂସ୍ଥା କର୍ତ୍ତୃପକ୍ଷଙ୍କୁ ରାସ୍ତାରେ ଚଲାଇ ଚାଲାଇ ରାସ୍ତା ଅବସ୍ଥାର ଦେଖାଇବା ସହ ଶୀଘ୍ର ରାସ୍ତା କାମ ନ ସରିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ କରିଛନ୍ତି।

ସୌଭିକ କହିଛନ୍ତି, ରାସ୍ତା  କାମ ଅଧାପନ୍ତରିଆ ହୋଇ ପଡ଼ି ରହିଥିବାରୁ ବହୁତ ଧୂଳି ଉଡୁଛି। ଏହି ଧୂଳି ଲୋକଙ୍କ କାନ,ନାକରେ ପଶୁଛି। ଠିକା ସଂସ୍ଥା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ଚିନ୍ତା  କରୁ ନାହିଁ। ଏନେଇ ଜିଲ୍ଲାପାଳ ଓ ଏନ୍ଏଚଆଇ ଅଧିକାରୀଙ୍କ ସହ ଆଲୋଚନା  କରାଯାଇଛି। ଯଦି ରାସ୍ତା କାମ ଶୀଘ୍ର ନ ସରେ, ତାହାହେଲେ ଠିକା ସଂସ୍ଥା  ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ମଙ୍ଗୁଳିରୁ ଢେଙ୍କାନାଳକୁ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଛି। ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଠିକାସଂସ୍ଥା ଅଧାପନ୍ତରିଆ କରି ରଖିଛି।  ଫଳରେ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି।  ଏନେଇ  ଗତକାଲି ବିଧାୟକ ସୌଭିକ ବିଶ୍ୱାଳ କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ରିଭ୍ୟୁ ମିଟିଂ ଡକାଇଥିଲେ।  ଏଥିରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଏନ୍ଏଚଆଇ କର୍ତ୍ତୃପକ୍ଷ, ଠିକା ସଂସ୍ଥା କର୍ତ୍ତୃପକ୍ଷ, ବରିଷ୍ଠ ଯନ୍ତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହାପରେ ସନ୍ଧ୍ୟାରେ ଠିକା ସଂସ୍ଥା କର୍ତ୍ତୃପକ୍ଷଙ୍କୁ ଚଲାଇ ଚଲାଇ ରାସ୍ତାର ଅବସ୍ଥା ଦେଖାଇବା ସହ ସେମାନଙ୍କ ଉପରେ ଖୁବ୍ ବର୍ଷିଥିଲେ ବିଧାୟକ। ଅନ୍ୟପକ୍ଷରେ କାମ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ଗାୟତ୍ରୀ ଠିକା ସଂସ୍ଥା କର୍ତ୍ତୃପକ୍ଷ କହିଛନ୍ତି।

 

The post ରାଗିଗଲେ ବିଧାୟକ ସୌଭିକ ବିଶ୍ୱାଳ, ଚଲାଇ ଚଲାଇ ଅବସ୍ଥା ଦେଖାଇଲେ appeared first on Odisha Reporter.



from Odisha Reporter https://ift.tt/3pfkciY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages