ଗାଁ ପୋଲ ପାଇଁ ବିନ୍ଧାଣୀ ସାଜିଲେ ଭାଇଭଉଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 29, 2021

ଗାଁ ପୋଲ ପାଇଁ ବିନ୍ଧାଣୀ ସାଜିଲେ ଭାଇଭଉଣୀ

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଗାଁ ପୋଲ ପାଇଁ ବିନ୍ଧାଣୀ ସାଜିଲେ ଭାଇଭଉଣୀ। ଯେଉଁ ବୟସରେ ଖେଳକୁଦ କରିବା କଥା, ସେହି ବୟସରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଗାଁରେ ତିଆରି କଲେ ପୋଲ। ସେମାନେ ହେଲେ ଆୟୁଷ ରଞ୍ଜନ ରାଉତ ଓ ତାଙ୍କ ଭଉଣୀ ଆଦ୍ୟାଶା ପ୍ରିୟରଂଜନ ରାଉତ। ଏଥିପାଇଁ ଗାଁ ଲୋକଙ୍କଠୁ ଆରମ୍ଭ କରି ସବୁଠୁ ସେମାନଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି। ପୋଲ ପାଇଁ ବିନ୍ଧାଣୀ ସାଜିଥିବା ଏହି ଭାଇଭଉଣୀଙ୍କ ଘର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର କୁଢାନାଳି ଗାଁରେ।

ଜିଲ୍ଲାର ଶେଷ ସୀମାରେ ଘଞ୍ଚ ଜଙ୍ଗଲ ଭିତରେ ରହିଛି କୁଢ଼ାନାଳି ସହିତ ୫ଟି ଗାଁ। ଏହି ସବୁ ଗାଁରେ ପ୍ରାୟ ଚାରି ଶହ ପରିବାର ବସବାସ କରନ୍ତି। ହେଲେ ଏହି ଛଅ ଖଣ୍ଡ ଗାଁର ଦୁଃଖ ଥିଲା ନୁହୁରାଣୀ ନାଳ। ନାଳ ଉପରେ ପୋଲ ନ ଥିବାରୁ ଗ୍ରାମବାସୀ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ପଞ୍ଚାୟତ ଓ  ବ୍ଲକ ଅଫିସ୍‌କୁ ଲୋକେ ଏହି ନାଳ ଅତିକ୍ରମ କରି ଯାଉଥିଲେ। ନାଳ ଉପରେ ପୋଲିଟିଏ ତିଆରି କରିବା ପାଇଁ ଗ୍ରାମବାସୀ ବର୍ଷ ବର୍ଷ  ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଗୁହାରି କରୁଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା। ଗାଁର ଏହି ସମସ୍ୟାକୁ ବେଶ ଭଲ ଭାବେ ଅନୁଭବ କରିଥିଲେ ଆୟୁଷ। ସେ ଏହି ନାଳ ପାର ହୋଇ ପାଠ ପଢ଼ିବାକୁ ଯାଉଥିଲେ ଓ ବହୁତ ହଇରାଣ ହେଉଥିଲେ।

ନୁହୁରାଣୀ ନାଳ ଉପରେ ପୋଲଟିଏ ତିଆରି କରିବା ପାଇଁ ୨୦୧୩ ମସିହାରେ ପ୍ରଥମେ ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ। ପରେ ୨୦୧୪ ମସିହାରେ ମାନବଧିକାର କମିଶନଙ୍କୁ ଚିଠି ଦେଇଥିଲେ। ୨୦୧୬ରେ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ।

ସେ ଚିଠି ଉଲ୍ଲେଖ କରିଥିଲେ ଯେ,  ଆମ ଗାଁର ନୁହୁରାଣୀ ନାଳ ମୋ ପାଠପଢାକୁ ଧୂଳିସାତ କରୁଛି। ଆସନ୍ତା ବର୍ଷ ମୋ ସାନଭଉଣୀ ମଧ୍ୟ ପଢ଼ିବାକୁ ଯିବ। ଗାଁ ଲୋକେ ଏହି ନୁହୁରାଣୀ ନାଳ ପାଇଁ ନାହଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ପୋଲଟିଏ ନିର୍ମାଣ ହେଲେ ପାଠପଢ଼ା ସହିତ ଗାଁର ଦୁଃଖ ଯାଆନ୍ତା ବୋଲି ସେ ଚିଠିରେ ଲେଖିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଥିଲେ ଆୟୁଷ ଓ ଆଦ୍ୟାଶା

ଜିଲ୍ଲା ସୀମା ବିବାଦ ଯୋଗୁ ପୋଲ କାର୍ଯ୍ୟ ଆରମ୍ଭ ହୋଇପାରୁନଥିଲା। ଶେଷରେ ମୁଖ୍ୟସାଶନ ସଚିବଙ୍କୁ ନିର୍ଦ୍ଦେଶ ଆସିଲା ପରେ ବିଭାଗୀୟ ଟେଣ୍ଡର ହୋଇଥିଲା। ୨୦୨୦ ମସିହାରେ ନୁହୁରାଣୀ ନାଳ ଉପରେ ପୋଲଟିଏ ହୋଇଥିଲା। ଏବେ କେବଳ ପୋଲଟି ଉଦଘାଟନ ହେବାକୁ ବାକି ରହିଛି। ପୋଲଟି କେବଳ ଗାଁଲୋକଙ୍କ ସମସ୍ୟାର ସମାଧାନ କରିନି, ବରଂ ଉଭୟ ସମ୍ୱଲପୁର ଓ ଅନୁଗୋଳ ଜିଲ୍ଲାକୁ ଯୋଡ଼ିଛି।

ଆୟୁଷ  ଓ ଆଦ୍ୟାଶା ଏବେ ଦେବଗଡ଼ ସରସ୍ୱତୀ ଶିଶୁ ମନ୍ଦିରରେ ପାଠ ପଢ଼ୁଛନ୍ତି।  ପୋଲର ନାଁ ଏହି ଭାଇଭଉଣୀଙ୍କ ନାଁରେ ନାମିତ କରିବାକୁ ଗାଁ ଲୋକେ ଦାବି କରିଛନ୍ତି। ଗ୍ରାମବାସୀମାନେ କହିଛନ୍ତି, ଆୟୁଷ ଓ ଆଦ୍ୟାଶ ଯୋଗୁ ଆମ ଗାଁରେ ପୋଲଟିଏ ହୋଇଛି।  ଆମେ ସେଥିପାଇଁ ବହୁତ ଖୁସି। ଆମେ ସେମାନଙ୍କ ପାଇଁ ଗର୍ବ ଅନୁଭବ କରୁଛୁ।

ନୁହୁରାଣୀ ନାଳ ଉପରେ ତିଆରି ହୋଇଛି ପୋଲ

ଆୟୁଷ ରଂଜନ ରାଉତ କହିଛନ୍ତି, ନୁହୁରାଣୀ ନାଳରେ ପୋଲ ନଥିବାରୁ ବର୍ଷା ଦିନେ ଗ୍ରାମବାସୀ ବହୁତ ହଇରାଣ ହେଉଥିଲେ। ମୁଁ ମଧ୍ୟ  ହଇରାଣ ହୋଇଛି। ଥରେ ମୋ ବାପା ନାଳରେ ଭାସି ଯାଇଥିଲେ। ସୌଭାଗ୍ୟ ବଶଃତ ସେ ବଞ୍ଚି ଯାଇଥିଲେ। ତେଣୁ କିପରି ଏହି ସମସ୍ୟାର ସମାଧାନ ହେବ ବୋଲି ମୁଁ ବାପାଙ୍କୁ ପଚାରିଥିଲି। ବାପା ମୋତେ ମୁଖ୍ୟମନ୍ତ୍ରୀଙ୍କୁ ପାଖକୁ ଚିଠି ଲେଖିବାକୁ ପାଇଁ କହିଥିଲେ। ୨୦୧୩ ମସିହାରେ ମୁଁ ଓ ମୋ ଭଉଣୀ ସହ ମି଼ଶି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠିଟିଏ ଲେଖିଥିଲୁ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଏନେଇ ଉତ୍ତର ଆସିଥିଲା। ସାମୀ ବିବାଦ ଯୋଗୁ ଏହି କାମ ହୋଇନଥିଲା। ପରେ ରାଜ୍ୟପାଳଙ୍କୁ ଚିଠି ଲେଖିଥିଲି। ହେଲେ କିଛି ସୁଫଳ ମିଳିନଥିଲା। ଶେଷରେ ୨୦୧୬ ମସିହାରେ ମୁଁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖିଥିଲି।  ତା’ପରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆମେ ବଡ଼ ସଫଳତା ପାଇଛୁ ଓ  ଆମ ଆଶା ପୂରଣ ହୋଇଛି।

 

 

 

The post ଗାଁ ପୋଲ ପାଇଁ ବିନ୍ଧାଣୀ ସାଜିଲେ ଭାଇଭଉଣୀ appeared first on Odisha Reporter.



from Odisha Reporter https://ift.tt/3cYiqgI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages