ଆଇନ୍‌ ରଦ୍ଦ ପରେ ବି ମାନିବାକୁ ନାରାଜ ଚାଷୀ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 29, 2021

ଆଇନ୍‌ ରଦ୍ଦ ପରେ ବି ମାନିବାକୁ ନାରାଜ ଚାଷୀ ନେତା

ନୂଆଦିଲ୍ଲୀ: ପ୍ରାୟ ଏକ ବର୍ଷର ଆନ୍ଦୋଳନ ପରେ ରଦ୍ଦ ହେଲା ତିନି କୃଷି ଆଇନ୍‌। ଏପରିକି ଲୋକସଭାରେ ବି ତିନି କୃଷି ଆଇନ୍‌ ପ୍ରତ୍ୟାହାର ବିଲ୍‌ ପାରିତ ମଧ୍ୟ ହେଲା। କିନ୍ତୁ ଏହା ପରେ ବି ମାନିବାକୁ ନାରାଜ ଚାଷୀ ନେତା। ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରିଛନ୍ତି ଚାଷୀ ନେତା ରାକେଶ ଟିକାୟତ। ତେବେ ତାଙ୍କର ଏହି ଘୋଷଣା ପଛରେ କ’ଣ ରହିଛି ଉଦ୍ଦେଶ୍ୟ ତାକୁ ନେଇ ଉଠିଛି ପ୍ରଶ୍ନ।

ଆଜି ପ୍ରବଳ ହଟ୍ଟଗୋଳ ଭିତରେ ଲୋକସଭାରେ ତିନି କୃଷି ଆଇନ୍‌ ବିଲ୍‌ ପାରିତ ହୋଇଛି। ବଚନିକା ଭୋଟରେ ଏହାକୁ ପାରିତ କରାଯାଇଛି। ତେବେ ଏହାକୁ ନେଇ ରାକେଶ ଟିକାୟତ ଏବେ ପ୍ରତିକ୍ରିୟା ଦେଇଛନ୍ତି। ସେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କହିଛନ୍ତି। ଏମ୍‌ଏସ୍‌ପି ବୃଦ୍ଧି ପ୍ରସଙ୍ଗ ଓ ଚାଷୀଙ୍କ ସହ ସରକାରଙ୍କ ସିଧା ଆଲୋଚନା ପାଇଁ ସେ ଦାବି କରିଛନ୍ତି। କୌଣସି ଆଲୋଚନା ବିନା ଚାଷୀମାନେ ଆନ୍ଦୋଳନରୁ ହଟିବା ପ୍ରଶ୍ନ ଉଠୁ ନାହିଁ ବୋଲି ଟିକାୟତ କହିଛନ୍ତି।

ବର୍ତ୍ତମାନ ଆନ୍ଦୋଳନ ଜାରି ରହିବ। ଏମଏସପି ଅଧିନିୟମ ସମେତ ଅନେକ ବିଷୟ ଉପରେ ବର୍ତ୍ତମାନ ଆଲୋଚନା ହେବା ଆବଶ୍ୟକ ରହିଛି ଏବଂ ସରକାର ସେମାନଙ୍କ ଉପରେ ଆଲୋଚନା ନକରିବା ପର୍ଯ୍ୟନ୍ତ ଆମେ ଆନ୍ଦୋଳନରୁ ହଟିବୁ ନାହିଁ। ଆସନ୍ତା ୪ ତାରିଖରେ ହେବାକୁ ଥିବା ବୈଠକରେ ନିଷ୍ପତ୍ତି ହେବ ବୋଲି କହିଛନ୍ତି।

ସେପଟେ ସିଙ୍ଘୁ ସୀମରେ ଆନ୍ଦୋଳନରତ କୃଷକମାନେ ମଧ୍ୟ ଏମ୍‌ଏସ୍‌ପି ଆଇନ୍‌କୁ ନେଇ ଦାବି କରିଛନ୍ତି। ଏହି ଆଇନ୍‌ ସଂସଦରେ ପାରିତ ହେବା ପରେ ସେମାନେ ଘରକୁ ଫେରିବେ ବୋଲି ଅଡି ବସିଛନ୍ତି।

The post ଆଇନ୍‌ ରଦ୍ଦ ପରେ ବି ମାନିବାକୁ ନାରାଜ ଚାଷୀ ନେତା appeared first on Odisha Reporter.



from Odisha Reporter https://ift.tt/3cV5kAN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages