କାଲିଠୁ ଶୀତ ଅଧିବେଶନ, ବିଧାନସଭା ସଂଲଗ୍ନ ରାସ୍ତାରେ କଟକଣା; ଜାଣନ୍ତୁ କେଉଁ ବାଟରେ ଯିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 30, 2021

କାଲିଠୁ ଶୀତ ଅଧିବେଶନ, ବିଧାନସଭା ସଂଲଗ୍ନ ରାସ୍ତାରେ କଟକଣା; ଜାଣନ୍ତୁ କେଉଁ ବାଟରେ ଯିବେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୁଧବାର (ଆସନ୍ତାକାଲି) ଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତ ଅଧିବେଶନ। ସେଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବିଧାନସଭା ସଂଲଗ୍ନ ସମସ୍ତ ରାସ୍ତାରେ କଟକଣା ଜାରି କରାଯାଇଛି।

କମିଶନରେଟ୍ ପୁଲିସ୍ ପକ୍ଷରୁ ସର୍ବସାଧାରଣଙ୍କ ଉଦ୍ଦ୍ୟେଶରେ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି, ହାଉସିଂ ବୋର୍ଡ ଛକ ପଟୁ ଆସୁଥିବା ଗାଡ଼ି ଗୁଡ଼ିକ କେଶରୀ ଟକିଜ୍‌ ଠାରୁ ଆଗକୁ ନଯାଇ ବାମ ପଟ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ।

ସେହିପରି ଏଜି ଛକ ପଟୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଗୁଡ଼ିକ ଜୟଦେବ ଭବନ ପାଖରେ ଅଟକି ଡାହାଣ ପଟରେ ଥିବା ଇନ୍ଦିରା ଗାନ୍ଧି ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ।

ମାଷ୍ଟର କ୍ୟାଣ୍ଟିନ ପଟୁ ଅପର ପିଏମ୍‌ଜି ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଗୁଡ଼ିକ ଲୋୟର ପିଏମ୍‌ଜି ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ଦେଇ ଯାଇପାରିବେ। କିନ୍ତୁ ସେମାନଙ୍କୁ ମହାତ୍ମା ଗାନ୍ଧି ମାର୍ଗରେ ଯିବା ପାଇଁ ଅନୁମତି ଦିଆଯିବ ନାହିଁ।

୧୨୦ ବାଟାଲିୟନ ଛକ ପଟୁ ପିଏମ୍‌ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ି ଗୁଡ଼ିକ ପାୱାର ହାଉସ୍ ଛକ ଆଡ଼କୁ ଯିବେ। ରାଜଭବନ ଛକ ପଟୁ ଏମ୍‌ଏଲ୍‌ଏ କଲୋନୀ ଓ ରବୀନ୍ଦ୍ର ମଣ୍ଡପକୁ ଯାଉଥିବା ସମସ୍ତ ଗାଡ଼ି ଗୁଡ଼ିକ ଶାସ୍ତ୍ରୀ ନଗର ଆଡ଼କୁ ଯିବେ।

ଆସନ୍ତାକାଲି ଠାରୁ ଡିସେମ୍ବର ୩୧ ତାରିଖ- ବିଧାନସଭା ଅଧିବେଶ ଚାଲୁଥିବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ତେବେ ଏହି କଟକଣା ବିଧାନସଭା, ଲୋକସେବା ଭବନ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଅଧିକୃତ ଗାଡ଼ି ପାଇଁ ଲାଗୁ ହେବ ନାହିଁ।

ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଆଜି ବିଧାନସଭା ଶୀତ ଅଧିବେଶନ ପାଇଁ ହୋଇଥିବା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଡିଜିପିଙ୍କ ସମୀକ୍ଷା ବେଳେ ବରିଷ୍ଠ ପୁଲିସ୍ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ଡିଜିପିଙ୍କ ସମୀକ୍ଷା ପରେ ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ ଯେ ଶୀତ ଅଧିବେଶନ ପାଇଁ ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ୬ ଜଣ ଅତିରିକ୍ତ ଏସ୍‌ପି, ୧୧ ଏସିପି, ୧୩ ଇନ୍ସପେକ୍ଟର ଓ ୬୨ ଅଫିସର ମଧ୍ୟ ମୁତୟନ ରହିବେ। ତୀକ୍ଷ୍ଣ ନଜର ରଖିବାକୁ ବିଭିନ୍ନ ସ୍ଥାନରେ ୫ଟି କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି।

The post କାଲିଠୁ ଶୀତ ଅଧିବେଶନ, ବିଧାନସଭା ସଂଲଗ୍ନ ରାସ୍ତାରେ କଟକଣା; ଜାଣନ୍ତୁ କେଉଁ ବାଟରେ ଯିବେ appeared first on Odisha Reporter.



from Odisha Reporter https://ift.tt/3o6Kk0d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages