ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ରୋକଠୋକ ମନା କଲେ ରାଜ୍ୟସଭା ଅଧ୍ୟକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 29, 2021

ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ରୋକଠୋକ ମନା କଲେ ରାଜ୍ୟସଭା ଅଧ୍ୟକ୍ଷ

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ହଟ୍ଟଗୋଳ ପାଇଁ ଶୀତ ଅଧିବେଶନରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସହଜରେ ହଜମ କରିପାରୁ ନାହାନ୍ତି ବିରୋଧୀ। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଶୀତ ଅଧିବେଶନର ପ୍ରଥମ ଦିନରେ ୧୨ ଜଣ ବିରୋଧୀ ସାଂସଦଙ୍କୁ ଗୃହରୁ ନିଲମ୍ୱନ କରିବା ପରେ ଏହାକୁ ନେଇ ହଟଚମଟ ଦେଖିବାକୁ ମିଳିଛି।

ଆଜି ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବାକୁ ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡଗେ ଦାବି କରିଥିଲେ ମଧ୍ୟ ଏହାକୁ ଗୃହର ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଅଗ୍ରାହ୍ୟ କରି ଦେଇଛନ୍ତି। ଏହାପରେ ବିରୋଧୀ ଦଳର ସାଂସଦମାନେ କକ୍ଷତ୍ୟାଗ କରିଛନ୍ତି। ନିଲମ୍ବନ ଆଦେଶ ପ୍ରତ୍ୟାହାର ନ ହେବା ଯାଏ, ସେମାନେ ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣ ଦେବେ ବୋଲି କହିଛନ୍ତି। ତେବେ ଟିଏମସିର ସଦସ୍ୟମାନେ କକ୍ଷତ୍ୟାଗ ନ କରିବା ବିରୋଧୀ ଏକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

କେବଳ ରାଜ୍ୟସଭା ନୁହେଁ, ଲୋକସଭାରେ ମଧ୍ୟ ଆଜି ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଛି। ଏହି କାରଣରୁ ଗୃହକୁ ଦିନ ୨ଟା ଯାଏ ମୁଲତବୀ ଘୋଷଣା କରାଯାଇଛି।

ଆଜି ରାଜ୍ୟସଭାରେ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଜୋରଦାର ଦାବି ହୋଇଥିଲା। ଏହାପୂର୍ବରୁ ବିରୋଧୀ ଦଳର ସଦସ୍ୟମାନେ ବୈଠକ କରିଥିଲେ। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡଗେ ନିଲମ୍ବନକୁ ବେଆଇନ ବୋଲି କହିବା ସହ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ଏହାକୁ ଅଗ୍ରାହ୍ୟ କରି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଖୁବ ବିରକ୍ତ ପ୍ରକାଶ କରିଛନ୍ତି।

ସେ କହିଛନ୍ତି, “ଧାରା ୨୫୬ ଓ ୨୫୯ ଅନୁସାରେ ଏପରି ନିଷ୍ପତ୍ତି ନେବାର ଅଧିକାର ଗୃହର ରହିଛି। ଗତକାଲି ଯାହା ଘଟିଲା, ତା’ ଉପରେ ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ଗୃହ ହିଁ କାର୍ଯ୍ୟାନୁଷ୍ଠାନ ନେଇଛି। ଆପଣ ଅଗଷ୍ଟ ୧୦ ରେକର୍ଡକୁ ଯାଆନ୍ତୁ। ଆମେ ସବୁ ସଦସ୍ୟଙ୍କ ନାଁ ନେଇଛୁ। ଆପଣ ଗୃହକୁ ବିଭ୍ରାନ୍ତ କରୁଛନ୍ତି, ଏଠାରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଟେବୁଲ ବାଡ଼େଇ ହଟ୍ଟଗୋଳ କରୁଛନ୍ତି।

ସାଂସଦମାନେ ନିଜର ଆଚରଣ ପାଇଁ ଅନୁତାପ କରିନାହାନ୍ତି କିମ୍ବା ଦୁଃଖ ପ୍ରକାଶ କରୁନାହାନ୍ତି। ଗତ ମୌସୁମୀ ଅଧିବେଶନରେ ଯାହା ଘଟିଲା, ତାହା ଏବେ ବି ଆମ ସମସ୍ତଙ୍କୁ ବ୍ୟଥିତ କରୁଛି। ନିଲମ୍ବନ ପାଇଁ ଆବେଦନ ଅଗଣତାନ୍ତ୍ରିକ। ଆବେଦନ ଗ୍ରହଣଯୋଗ୍ୟ ନୁହେଁ। ମୁଁ ଏହି ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବି ନାହିଁ।”

ସୂଚନାଯୋଗ୍ୟ, ମୌସୁମୀ ଅଧିବେଶନରେ ବିଶୃଙ୍ଖଳା ଆଚରଣ କରି ଶୀତ ଅଧୀବେଶନର ପ୍ରଥମଦିନରୁ ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ ୬ ଜଣ କଂଗ୍ରେସରୁ ଥିବା ବେଳେ, ଦୁଇ ଜଣ ଟିଏମସି, ୨ ଜଣ ଶିବସେନା ଓ ସିପିଏମ ଓ ସିପିଆଇରୁ ଜଣେ ଲେଖାଏ ଅଛନ୍ତି।

The post ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ରୋକଠୋକ ମନା କଲେ ରାଜ୍ୟସଭା ଅଧ୍ୟକ୍ଷ appeared first on Odisha Reporter.



from Odisha Reporter https://ift.tt/3d0niSv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages