ପାରଳାଖେମୁଣ୍ଡି (ଆଦର୍ଶ ଦାସ): ବନ ବିଭାଗ ଆଖିରେ ଧୂଳି ଦେଇ ଖସିଯିବାକୁ ପୁଲିସ ଭ୍ୟାନରେ ହେଉଥିଲା ଚୋରାକାଠ ଚାଲାଣ। ଗାଡ଼ିରେ ଥିଲେ ଚାରି ପୁଲିସ କର୍ମଚାରୀ। ହେଲେ ବନ ବିଭାଗ ଫାଶରୁ ବର୍ତ୍ତି ପାରିଲେ ନାହିଁ। ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍ ଛକ ନିକଟରୁ ଏକ ପୁଲିସ ଭ୍ୟାନରୁ ବିପୁଳ ପରିମାଣର ଶାଗୁଆନ କାଠ ଗଣ୍ଡି ଜବତ କରାଯାଇଛି। ଏହି ଘଟଣାରେ ପୁଲିସ ବିଭାଗର ତିନି ଜଣ ପୁଲିସ କର୍ମଚାରୀ ଓ ଆଉ ଜଣେ ପୁଲିସ ବିଭାଗର ଗାଡ଼ି ଡ୍ରାଇଭରଙ୍କୁ ଅଟକ ରଖାଯାଇଛି।
ଗାଡ଼ିଟି ପୁଲିସ ବିଭାଗ ର 3rd ବାଟାଲିୟନ ଓଏସଏପି ବୋଲି ଜଣାପଡ଼ିଛି। ଗାଡିରେ ୧୦୦ରୁ ଅଧିକ ଶାଗୁଆନ କାଠ ଗଣ୍ଡି ଥିବା ଜଣାପଡ଼ିଛି। ଯାହାର ଆନୁମାନିକ ମୂଲ୍ୟ ୬୦ରୁ ୭୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଗଜପତି ଜିଲ୍ଲା ଜଙ୍ଗଲ ବିଭାଗ କର୍ମଚାରୀ ଡ୍ୟୁଟି ସାରି ଫେରୁଥିବା ବେଳେ ଫରେଷ୍ଟ ଗେଟ୍ ଦେଇ ପୁଲିସ ଗାଡିଟି ଯାଇଥିଲା। ବନ ବିଭାଗ କର୍ମଚାରୀ ଏହି ଗାଡ଼ିଟି ଅଟକାଇଥିଲେ। ହେଲେ ଗାଡ଼ି ନ ଅଟକି ପଳାଇଯାଇଥିଲା। ପରେ ବନ ବିଭାଗ କର୍ମଚାରୀ ଗାଡ଼ିକୁ ଗୁଡ଼ାଇ ଗୁଡ଼ାଇ ଧରିଥିଲେ। ଗାଡି ଯାଞ୍ଚ କଲା ବେଳେ ଗାଡ଼ିରୁ ଶାଗୁଆନ କାଠ ଗଣ୍ଡି ଥିବା ଜଣାପଡ଼ିଥିଲା।
ଏହି ଶାଗୁଆନ କାଠ ଗଣ୍ଡି ଗୁଡ଼ିକ ଗଣ୍ଡହାତୀରୁ ଗାଁରୁ ଆସିଥିଲା। ଏହା ପାରଳାଖେମୁଣ୍ଡି ଦେଇ ଭୁବନେଶ୍ୱର ଅଭିମୁଖେ ଯାଉଥିଲା ବୋଲି ପୁଲିସ ଗାଡ଼ିର ଡ୍ରାଇଭର କହିଛନ୍ତି।
ଏତେ ପରିମାଣ କାଠ କୁଆଡ଼େ ଚାଲାଣ ହେଉଥିଲା, ଏଥିରେ ଆଉ କିଏ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ କରୁଛି ବନ ବିଭାଗ । ଏହି ଘଟଣାର ପଛରେ ବିଭାଗର ବଡ ଅଧିକାରୀଙ୍କ ହାତ ଥିବା ସନ୍ଦେହ ସୃଷ୍ଟି କରୁଛି।
The post ବନ ବିଭାଗ ଫାଶରେ ପୁଲିସ୍ ବାବୁ, ଭ୍ୟାନ୍ରୁ ବାହାରିଲା ପୁଳା ପୁଳା ଶାଗୁଆନ କାଠ appeared first on Odisha Reporter.
from Odisha Reporter https://ift.tt/3bz2gJM
No comments:
Post a Comment