ଦିୱାଲିରେ ରାଜଧାନୀ ଦିଲ୍ଲୀକୁ ଝଟ୍‌କା , ଜାଣନ୍ତୁ କ’ଣ ସେହି ଖରାପ ଖବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 2, 2021

ଦିୱାଲିରେ ରାଜଧାନୀ ଦିଲ୍ଲୀକୁ ଝଟ୍‌କା , ଜାଣନ୍ତୁ କ’ଣ ସେହି ଖରାପ ଖବର

ନୂଆଦିଲ୍ଲୀ: ଦିୱାଲିରେ ରାଜଧାନୀ ଦିଲ୍ଲୀକୁ ଝଟ୍‌କା।  ମାତ୍ରାଧିକ ପ୍ରଦୂଷଣକୁ ନେଇ ପୁଣି ଦିଲ୍ଲୀ ପାଇଁ ବଢ଼ିଲା ସଙ୍କଟ। ଭଲ ନିଶ୍ୱାସ ପାଇଁ ସଂଘର୍ଷ କରିବେ ଲୋକେ। ଭୟଙ୍କର ପୂଦୂଷଣ ଜାଲରେ ଛନ୍ଦି ହୋଇଥିବା ଦିଲ୍ଲୀବାସୀଙ୍କୁ ନେଇ ଆସିଲା ଆଉ ଏକ ଖରାପ ଖବର। ଦିଲ୍ଲୀରେ ଏୟାର କ୍ୱାଲିଟିର ମାନ ଉଦ୍‌ବେଗଜନ ଭାବେ ହ୍ରାସ ପାଉଥିବା ରେକର୍ଡ଼ କରାଯାଇଛି ।

ରାଜଧାନୀରେ ବାୟୁର ମାନ ଏତେ ନିମ୍ନଗାମୀ ହୋଇଛି ଯେ, ଏହା  (ପୋର୍ କ୍ୱାଲିଟି)ନିକୃଷ୍ଟ ମାନରେ ସାମିଲ ହୋଇଛି ।  କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ଼ ଅନୁଯାୟୀ ସହରର ଏୟାର କ୍ୱାଲିଟି ଇଣ୍ଡେକ୍ସରେ ଦିଲ୍ଲୀ ୩୦୩ରେ ପହଞ୍ଚିଛି।  ଏହି ତାଲିକାରେ ଦିଲ୍ଲୀ ନିଟବର୍ତ୍ତୀ ଫରିଦାବାଦ  306, ଗାଜିଆବାଦ 334 ଏବଂ ନୋଏଡା 303ରେ ରହିଛି।  ଏହା ପୂର୍ବରୁ ଅକ୍ଟୋବର ୧୭ରେ ଦିଲ୍ଲୀର ସ୍ଥାନ ୨୯୮ରେ ଥିଲା।  ମୁଖ୍ୟତଃ  ଶୂନରୁ ୫୦ ମଧ୍ୟରେ ଏୟାର କ୍ୱାଲିଟିକୁ ଭଲ , ୫୧ ରୁ  ୧୦୦ ସନ୍ତୋଷଜନକ, ୧୦୧ରୁ  ୨୦୦ମଧ୍ୟମ, ୨୦୧ ରୁ  ୩୦୦ ମଧ୍ୟରେ ନିକୃଷ୍ଟ , ୩୦୧ ରୁ  ୪୦୦ ଅତି ନିକୃଷ୍ଟ ‘ ଏବଂ ୪୦୧ ରୁ ୫୦୦ଅତି ଗୁରୁତର ‘ଗୁରୁତର’ ଭାବରେ ବିବେଚନା କରାଯାଏ |

ବାୟୁ ଗୁଣବତ୍ତା ପୂର୍ବାନୁମାନ କରୁଥିବା  ଏଜେନ୍ସି SAFAR କହିବା ଅନୁଯାୟୀ, ମଙ୍ଗଳବାର ଦିଲ୍ଲୀ PM2.5 ପ୍ରଦୂଷଣର ନିକଟବର୍ତ୍ତୀ ହୋଇଛି। ଚଳିତ ବର୍ଷ ଅକ୍ଟୋବର ମାସରେ ଅଧିକ ବର୍ଷା ହୋଇଥିବାରୁ ଅମଳ ପରବର୍ତ୍ତୀ କ୍ଷେତରେ ବର୍ଯ୍ୟବସ୍ତୁ ଦହନ କମ୍ ଥିବାରୁ ପ୍ରଦୂଷଣ ମାତ୍ରା କମିଥିଲା। ହେଲେ

ପରେ ପୁଣି ପ୍ରଦୂଷଣମାତ୍ରା ବଢ଼ୁଥିବାରୁ ଏହା ଅତ୍ୟନ୍ତ ଚିନ୍ତାଜନକ  ବୋଲି କୁହାଯାଉଛି।  ୨୦୧୯ରେ  ଦିୱାଲି ବେଳେ ଅତ୍ୟଧିକ ବାଣ ଫୁଟାଇବା ଯୋଗୁ ଦିଲ୍ଲୀର ଏୟାର କ୍ୱାଲିଟି ୫୦ ପ୍ରତିଶତ ଖରାପ ହୋଇଥିବା କୁହାଯାଇଥିଲା।

The post ଦିୱାଲିରେ ରାଜଧାନୀ ଦିଲ୍ଲୀକୁ ଝଟ୍‌କା , ଜାଣନ୍ତୁ କ’ଣ ସେହି ଖରାପ ଖବର appeared first on Odisha Reporter.



from Odisha Reporter https://ift.tt/3q2NXWu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages