କେମିତି ଭାରତରେ ଗୋଟିଏ ଆଇନ ପ୍ରତ୍ୟାହାର କରନ୍ତି ସରକାର? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 19, 2021

କେମିତି ଭାରତରେ ଗୋଟିଏ ଆଇନ ପ୍ରତ୍ୟାହାର କରନ୍ତି ସରକାର?

ନୂଆଦିଲ୍ଲୀ: ଦେଶକୁ ସମ୍ବୋଦନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର ହେବ ବୋଲି ଘୋଷଣା କରିଛନ୍ତି। ସଂସଦର ଶୀତ ଅଧିବେଶନରେ ଏନେଇ ସାମ୍ବିଧାନିକ ପ୍ରତିକ୍ରିୟା ଶେଷ କରାଯିବ। ସେ କହିଛନ୍ତି,“ମୁଁ ଯାହା ବି କରୁଛି, ଚାଷୀଙ୍କ ପାଇଁ କରୁଛି। ଆମେ ସଂସଦର ଆସନ୍ତା ଅଧିବେଶନରେ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ସବୁ ପ୍ରକ୍ରିୟା କରିବୁ।”

ସଂସଦର ଶୀତ ଅଧିବେଶନ ନଭେମ୍ବର ୨୯ରେ ଆରମ୍ଭ ହେବ ଓ ଏହା ଡିସେମ୍ବର ୨୩ରେ ଶେଷ ହେବ। ଏହି ସମୟ ଭିତରେ କେନ୍ଦ୍ର ସରକାର କୃଷି ଆଇନକୁ ଉଚ୍ଛେଦ କରିବାକୁ ବ୍ୟବସ୍ଥା କରିବେ। ତେବେ ଭାରତରେ କେମିତି ଗୋଟିଏ ଆଇନ ପ୍ରତ୍ୟାହାର ହୁଏ? ବରିଷ୍ଠ ଆଇନଜ୍ଞ ସୁଭାଷ କଶ୍ୟପ ଏ ସମ୍ପର୍କରେ ମତ ରଖିଛନ୍ତି।

ସେ କହିଛନ୍ତି, ଯେମିତି କୌଣସି ଆଇନ ଲାଗୁ କରିବାକୁ ବିଲ ଆଗତ କରାଯାଏ, ଠିକ୍‌ ସେହିପରି ସଂସଦରେ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ସଂଶୋଧିତ ବିଧେୟକ ଆସିବ। ଚଳିତ ଅଧିବେଶନରେ ହିଁ ଏହାକୁ ଗୃହରେ ଉପସ୍ଥାପନ କରାଯିବ। ଗୃହରେ ଉପସ୍ଥାପନ ହେବା ପରେ ଏହା ଉପରେ ବିତର୍କ ହେବ ଓ ଭୋଟିଂ ପ୍ରକ୍ରିୟା କରାଯିବ।

ଏହାର ସମୟସୀମା ରାଜନୀତିକ ପ୍ରକ୍ରିୟା ଉପରେ ନିର୍ଭର କରେ। ବିରୋଧୀମାନେ ସଂସଦକୁ ଠିକ୍‌ ଭାବେ ଚାଲିବାକୁ ଦେଉଛନ୍ତି କି ନାହିଁ, ତା’ ଉପରେ ସବୁ କିଛି ନିର୍ଭର କରେ। ଗୃହ ସ୍ୱାଭାବିକ ରହିଲେ, ସରକାର କୃଷି ଆଇନ ପ୍ରତ୍ୟାହାର କରିବାକୁ ବିଲ ଉପସ୍ଥାପନ କରିପାରନ୍ତି।

ପ୍ରଥମେ ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ପ୍ରସ୍ତାବକୁ ଆଇନ ମନ୍ତ୍ରଣାଳୟକୁ ପଠାଯିବ। ଆଇନ ମନ୍ତ୍ରଣାଳୟ ଏହାର ଆଇନଗତ ଦିଗର ସମୀକ୍ଷା କରିବ। ଏହାପରେ ବିଭାଗୀୟ ମନ୍ତ୍ରୀ(ଆଇନ ମନ୍ତ୍ରୀ ନୁହନ୍ତି) ସଂସଦରେ ବିଲ୍‌କୁ ଉପସ୍ଥାପନ କରିବେ। ଏହାପରେ ଆଲୋଚନା ଓ ଶେଷରେ ଭୋଟିଂ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୨୦୨୦ ମସିହା ନଭେମ୍ବର ୨୮ରୁ ଶତାଧିକ ଚାଷୀ ଦିଲ୍ଲୀ ସୀମାନ୍ତରେ ଆନ୍ଦୋଳନ କରୁଛନ୍ତି। ସରକାର ସେମାନଙ୍କୁ ବୁଝାବା ସହ କୃଷି ଆଇନକୁ ସଂଶୋଧନ କରିବାକୁ ରାଜି ଥିବା କହିଥିଲେ। କିନ୍ତୁ ଚାଷୀମାନେ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ଶେଷରେ ଆଜି ଆଇନ ପ୍ରତ୍ୟାହାର ହେବ ବୋଲି ମୋଦି କହିଛନ୍ତି।

The post କେମିତି ଭାରତରେ ଗୋଟିଏ ଆଇନ ପ୍ରତ୍ୟାହାର କରନ୍ତି ସରକାର? appeared first on Odisha Reporter.



from Odisha Reporter https://ift.tt/3DwCmCM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages