ଅହଂକାର ଠାରୁ ଆଣ୍ଠେଇବା: ମୋଦିଙ୍କୁ ଟାର୍ଗେଟ କଲେ ବିରୋଧୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 19, 2021

ଅହଂକାର ଠାରୁ ଆଣ୍ଠେଇବା: ମୋଦିଙ୍କୁ ଟାର୍ଗେଟ କଲେ ବିରୋଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିବା ପରେ ବିରୋଧୀ ଆକ୍ରମଣ ମୁଦ୍ରାକୁ ଚାଲି ଆସିଛନ୍ତି। ଚାଷୀଙ୍କ ଭଳି ବିରୋଧୀ ଦଳଗୁଡ଼ିକ ମଧ୍ୟ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବି କରୁଥିଲେ। ପ୍ରଥମେ କୃଷି ଆଇନ ପ୍ରତ୍ୟାହାର ହେବନି ବୋଲି କହୁଥିବା ମୋଦି ସରକାର ଶେଷରେ ମୁଣ୍ଡ ନୁଆଁ ଥିବାରୁ ବିରୋଧୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି।

ବିରୋଧୀ ଦଳଗୁଡ଼ିକ ଅହଂକାର ଠାରୁ ଆରମ୍ଭ କରି ଆଣ୍ଠେଇବା ଭଳି ଶବ୍ଦ ପ୍ରୟୋଗ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛି।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଟ୍ୱିଟ କରି କହିଛନ୍ତି, “ଦେଶର ଅନ୍ନଦାତା ସତ୍ୟାଗ୍ରହ ଦ୍ୱାରା ଅହଂକାରର ମୁଣ୍ଡ ନୁଆଁ ଦେଇଛନ୍ତି। ଅନ୍ୟାୟ ବିରୋଧରେ ହୋଇଥିବା ଏହି ବିଜୟ ପାଇଁ ଶୁଭେଚ୍ଛା। ଜୟ ହିନ୍ଦ, ଜୟ ହିନ୍ଦ କା କିଷାନ।” ଏଥିସହ ସେ ଗୋଟିଏ ପୁରୁଣା ଭିଡିଓ ମଧ୍ୟ ଟ୍ୱିଟ କରିଛନ୍ତି। ଚଳିତ ବର୍ଷ ଜାନୁଆରୀ ମାସରେ ସେ ସାମ୍ବାଦିକମାନଙ୍କୁ କହିଥିଲେ ଯେ “ଆପଣମାନେ ମୋ କଥା ଲେଖି ରଖନ୍ତୁ, ଏ ସରକାର କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହେବ।” କଂଗ୍ରେସ ମଧ୍ୟ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ଚାଷୀଙ୍କ ବିଜୟ ବୋଲି କହିଛି।


ଅନ୍ୟ ବିରୋଧ ଦଳର ନେତାମାନେ ମଧ୍ୟ ଟ୍ୱିଟ କରି ଚାଷୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ଟିଏମସି ସାଂସଦ କାହାର ନାଁ ନେଇ କହିଛନ୍ତି ଯେ “ଅହଂକାର ହାରିଲା। ଗର୍ବଠାରୁ ଆରମ୍ଭ କରି ଆପଣଙ୍କର ଆଣ୍ଠେଇବା ଯାଏ।” ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ପରେ ଚାଷୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେ କହିଛନ୍ତି, “ନିରବଚ୍ଛିନ୍ନ ଭାବେ ଲଢ଼େଇ କରିଥିବା ପ୍ରତିଟି ଚାଷୀଙ୍କୁ ମୋ ତରଫରୁ ଶୁଭେଚ୍ଛା। ବିଜେପି ଅତ୍ୟନ୍ତ ଅମାନୁଷିକ ବ୍ୟବହାର କରିଥିଲେ ମଧ୍ୟ ଆପଣମାନେ ଡରି ନଥିଲେ। ଏହା ଆପଣମାନଙ୍କର ବିଜୟ। ଏହି ଲଢ଼େଇରେ ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କୁ ସମ୍ବେଦନା ଜଣାଉଛି।”


କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କ୍ୟାପ୍ଟେନ ଅମରିନ୍ଦର ସିଂହ ଠାରୁ ଆରମ୍ଭ କରି ବହୁ ବିରୋଧୀ ଦଳ ନେତା କଳା କାନୁନ ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

The post ଅହଂକାର ଠାରୁ ଆଣ୍ଠେଇବା: ମୋଦିଙ୍କୁ ଟାର୍ଗେଟ କଲେ ବିରୋଧୀ appeared first on Odisha Reporter.



from Odisha Reporter https://ift.tt/3cvcKKC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages