ନୂଆଦିଲ୍ଲୀ: ବନ୍ଧା ହେଲେ କଂଗ୍ରେସର ପୂର୍ବତନ ବିଧାୟକ। ୪ ଜଣ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଏବଂ ଗାଳି ଗୁଲଜ କରିଥିବା ଅଭିଯୋଗରେ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ଆସିଫ ଖାଁକୁ ଗିରଫ କରିଛି ପୁଲସ।
ଦିଲ୍ଲୀ ପୋଲିସ ଏମସିଡି ଅଧିକାରୀଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରିଥିଲା। ସୂଚନାନୁସାରେ, ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନର ଇନ୍ସପେକ୍ଟର ରାମ କିଶୋର, ଦିଲ୍ଲୀର ଶାହିନ୍ବାଗ ପୁଲିସ ଷ୍ଟେସନରେ ମହମ୍ମଦ ଆସିଫ୍ ଖାଁ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ଆଧାରରେ ଏବେ ଦିଲ୍ଲୀ ପୁଲିସ ଉକ୍ତ ପୂର୍ବତନ କଂଗ୍ରେସ ବିଧାୟକଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ କଂଗ୍ରେସର ଏହି ପୂର୍ବତନ ବିଧାୟକ ସାଉଥ୍ ଦିଲ୍ଲୀ ମୁନ୍ସିପାଲ୍ କର୍ପୋରେସନ୍ (ଏସ୍ଡିଏମ୍ସି)ର ୪ ଜଣ କର୍ମଚାରୀଙ୍କୁ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହୋଇଥିଲା। କେବଳ ଏତିକି ନୁହେଁ, ସେ ସେମାନଙ୍କୁ ରାସ୍ତା ଉପରେ ଗାଳି ଗୁଲଜ କରିବା ସହିତ କାନ ଧରି ଚୌକି ବସିବା ପାଇଁ ବାଧ୍ୟ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା।
ଓଖଲା ଅଞ୍ଚଳରେ ମହମ୍ମଦ ଅସିଫ ଖାଁ ତାଙ୍କର କିଛି ଦଳୀୟ ପୋଷ୍ଟର ଲଗାଇଥିଲେ। ଏସ୍ଡିଏମ୍ସିର ଏହି କର୍ମଚାରୀମାନେ ସେହି ପୋଷ୍ଟର ଗୁଡ଼ିକୁ ଖୋଲି ଦେଇଥିଲେ। ଏହାକୁ ନେଇ ମହମ୍ମଦ ଅସିଫ ଖାଁ ରାଗି ଯାଇଥିଲେ ଓ ଉକ୍ତ କର୍ମଚାରୀମାନଙ୍କ ସହିତ ବର୍ବୋରଚିତ ବ୍ୟବହାର କରିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ପୁଲିସ୍ ପୂର୍ବତନ ବିଧାୟକ ମହମ୍ମଦ ଅସିଫ ଖାଁଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।
The post ସରକାରୀ କର୍ମଚାରୀଙ୍କୁ ପିଟି ବନ୍ଧା ହେଲେ ପୂର୍ବତନ ବିଧାୟକ appeared first on Odisha Reporter.
from Odisha Reporter https://ift.tt/3CWCACi
No comments:
Post a Comment