ନୱାବ କହିଲେ- ମୋତେ ଫଶାଇବାକୁ ଚେଷ୍ଟା ଚାଲିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 26, 2021

ନୱାବ କହିଲେ- ମୋତେ ଫଶାଇବାକୁ ଚେଷ୍ଟା ଚାଲିଛି

ମୁମ୍ବାଇ: ମୋ ବିରୋଧରେ ଚାଲିଛି ଷଡଯନ୍ତ୍ର। ମୋତେ ମିଛ କେସ୍‌ରେ ଫଶାଇବାକୁ ଚାଲିଛି ଚେଷ୍ଟା। ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଯେପରି ଫସାଇ ଦିଆଗଲା, ସେହିଭଳି ମୋତେ ବି ଫଶାଇବାକୁ ଚେଷ୍ଟା ଚାଲିଛି। ଏଭଳି କିଛି ନୂଆ ଅଭିଯୋଗ ଆଣିଛନ୍ତି ଏନ୍‌ସିପି ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ।

ଆର୍ଯ୍ୟନ୍‌ ଖାନ୍‌ ଡ୍ରଗ୍ସ ମାମଲାରେ ଲଗାତାର ଏନ୍‌ସିବି ଜୋନାଲ ହେଡ୍‌ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ କରୁଥିବା ଏନ୍‌ସିପି ନେତା ନୱାବ ମଲ୍ଲିକ ଟ୍ୱିଟ୍‌ କରି କହିଛନ୍ତି, ଯେ କିଛି ଲୋକ ତାଙ୍କ ଘର ଆଖପାଖରେ ପଇଁତରା ମାରୁଛନ୍ତି। ଏପରି ତାଙ୍କ ଘର ଏବଂ ସ୍କୁଲ ବାହାରେ ରେକି କରୁଥିବା ନେଇ ନୱାବ୍‌ ଫଟୋ ପୋଷ୍ଟ କରି ଅଭିଯୋଗ ଆଣିଛନ୍ତି। କେବଳ ସେତିକି ନୁହେଁ ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଭଳି ତାଙ୍କୁ ଫଶାଇବାକୁ ଚେଷ୍ଟା କରାଯାଉଥିବା ସେ ଅଭିଯୋଗ କରିଛନ୍ତି।

ସେ ନ୍ୟୁଜ୍ ଏଜେନ୍ସି ANIକୁ ଦେଇଥିବା ବୟାନ ମୁତାବକ,  ‘ଅନୀଲ ଦେଶମୁଖଙ୍କ ପରି କିଛି ଲୋକ ମୋତେ ମିଥ୍ୟା ମାମଲାରେ ଜଡିତ କରିବାକୁ ଚାହୁଁଛନ୍ତି। ମୁଁ ମୁମ୍ବାଇ ସିପି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିକଟରେ ଅଭିଯୋଗ କରିବି ଏବଂ ତଦନ୍ତ ପାଇଁ ଦାବି କରିବି। କିଛି କେନ୍ଦ୍ରୀୟ ଅଧିକାରୀ ମୋତେ କିଭଳି ଫସାଇବାକୁ ଚେଷ୍ଟା କରୁଛନ୍ତି ସେ ନେଇ ମୋ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ଅଛି ବୋଲି ଏନ୍‌ସିପି ନେତା କହିଛନ୍ତି।’

ସୂଚନା ମୁତାବକ, ଏହା ପୂର୍ବରୁ ନୱାବ ମଲିକ କ୍ରମାଗତ ଭାବରେ ଏନସିବିର ସମୀର ୱାଙ୍ଖଡେଙ୍କ ଉପରେ ଅଭିଯୋଗ କରିଆସୁଛନ୍ତି ଏବଂ ଗୁରୁବାର ଦିନ ମଧ୍ୟ ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ମା’ଙ୍କ ମୃତ୍ୟୁ ପରେ ୱାଙ୍ଖଡେ ଏବଂ ତାଙ୍କ ପରିବାରକୁ ୨୦୧୫ ରେ ମୃତ୍ୟୁ ପ୍ରମାଣପତ୍ର ତିଆରି କରିଥିଲେ। ପ୍ରମାଣପତ୍ର ମଧ୍ୟରୁ ଗୋଟିଏରେ ତାଙ୍କ ମାଙ୍କୁ ହିନ୍ଦୁ ଏବଂ ଅନ୍ୟଟିରେ ମୁସଲମାନ ବୋଲି ଘୋଷଣା କରାଯାଇଥିଲା। ଗୋଟିଏ ପରିବାରର ଦୁଇଟି ପରିଚୟ କିପରି ହୋଇପାରେ? ବୋଲି ନୱାବ ପ୍ରଶ୍ନ କରିଥିଲେ।

The post ନୱାବ କହିଲେ- ମୋତେ ଫଶାଇବାକୁ ଚେଷ୍ଟା ଚାଲିଛି appeared first on Odisha Reporter.



from Odisha Reporter https://ift.tt/3DXbo7y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages