ଶାହରୁଖଙ୍କ ମ୍ୟାନେଜରଙ୍କୁ ଡାକିଲା ମୁମ୍ବାଇ ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 8, 2021

ଶାହରୁଖଙ୍କ ମ୍ୟାନେଜରଙ୍କୁ ଡାକିଲା ମୁମ୍ବାଇ ପୁଲିସ

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ଆକ୍ସନ ମୋଡ୍‌ରେ ରହିଛି ଏନ୍‌ସିବି। ଜୋରଜବରଦସ୍ତ ଟଙ୍କା ମାଗିବା ଅଭିଯୋଗର ଯାଞ୍ଚ କରୁଥିବା ମୁମ୍ବାଇ ପୁଲିସ ଏବେ ତା’ର ତଦନ୍ତକୁ ଆହୁରି ବଢ଼ାଇଛି। ଏବେ ଶାହରୁଖ ଖାନ୍‌ଙ୍କ ମ୍ୟାନେଜରଙ୍କ ପାଳି ପଡିଛି।  ମୁମ୍ବାଇ ପୁଲିସର ଏସଆଇଟି ଟିମ୍ ବର୍ତ୍ତମାନ ଶାହରୁଖ ଖାନଙ୍କ ମ୍ୟାନେଜର ପୂଜା ଦାଦଲାନିଙ୍କୁ ଡକାଇଛି। ପଚରାଉଚରା ପାଇଁ ତାଙ୍କୁ ସମନ ପଠାଇଛି। ତେବେ ଡାକରା ସତ୍ତ୍ୱେ ପୂଜା ହାଜର ହୋଇନାହାନ୍ତି।

ସୂଚନା ମୁତାବକ, ମୁମ୍ବାଇର ପୁଲିସର ଏସ୍‌ଆଇଟି ଟିମ୍‌ର ସମନ ମିଳିବା ପରେ ପୂଜା ଦଦଲାନି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ହାଜର ହୋଇନାହାନ୍ତି। ଏଥିସହ ସେ ପୁଲିସକୁ ସମୟ ମାଗିଥିବା ଜଣାପଡିଛି।

ମୁମ୍ବାଇ ପୁଲିସ କିରଣ ଗୋସାଭିଙ୍କ ଟଙ୍କା ଡିଲ୍‌ ଏବଂ ନିର୍ଯାତନା ମାମଲାର ଯାଂଚ କରୁଛି। ଏହି ମାମଲାରେ ପୂଜା ଦଦଲାନିଙ୍କୁ ମଧ୍ୟ ପଚରାଉଚରା ପାଇଁ ସମନ କରାଯାଇଛି। ଶନିବାର ଦିନ ତାଙ୍କୁ ହାଜର ହେବା ପାଇଁ କୁହାଯାଇଥିଲା। କିନ୍ତୁ ହାଜର ନହୋଇ ସମୟ ମାଗିଛନ୍ତି।

ଏନ୍‌ସିବିର ସାକ୍ଷୀ ପ୍ରଭାକର ସେଲ୍‌ ନିଜ ଆଫିଡେଭିଟ୍‌ରେ ଅଭିନେତା ଶାହରୁଖ ଖାନ୍‌ଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କ ଯେଉଁ ମର୍ସିଡିଜ କାର୍‌ ବିଷୟରେ ଉଲ୍ଲେଖ କରିଥିଲେ ତା’ର ସିସିଟିଭ ଫୁଟେଜ ମୁମ୍ବାଇ ପୁଳିସ ହାତରେ ଲାଗିଛି।

ଲୋଅର ପରେଲରୁ ଏହି ଫୁଟେଜ ମିଳିଛି। ତେବେ ସିସିଟିଭି ଫୁଟେଜରେ ପୂଜା ଦଦଲାନିଙ୍କ କାର୍‌ ନଜର ଆସୁଛ କିନ୍ତୁ କାର୍‌ ଭିତରେ ଯେଉଁ  ମହିଳା ଅଛନ୍ତି ସିଏ ପୂଜା ଦଦଲାନି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏହି ପୂରା ମାମଲାର ଯାଞ୍ଚ ଏସ୍‌ଆଇଟି କରୁଛି।

ଉଲ୍ଲେଖ ଯୋଗ୍ୟ ଯେ ଏନ୍‌ସିବିର ସାକ୍ଷୀ କିରଣ ଗୋସାଭି ଶାହରୁଖଙ୍କ ମ୍ୟାନେଜର ପୂଜା ଦଦଲାନିଙ୍କୁ ଟଙ୍କା ବଦଳରେ ଆର୍ଯ୍ୟନଙ୍କ ଗିରଫ ଅଟକାଇବା ପାଇଁ ପ୍ରତଶ୍ରୁତି ଦେଇଥିଲେ।

 

View this post on Instagram

 

A post shared by Pooja Dadlani (@poojadadlani02)

The post ଶାହରୁଖଙ୍କ ମ୍ୟାନେଜରଙ୍କୁ ଡାକିଲା ମୁମ୍ବାଇ ପୁଲିସ appeared first on Odisha Reporter.



from Odisha Reporter https://ift.tt/3EYUW75

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages