ଡ୍ରଗ୍ସ ଲିଙ୍କରେ ଶାଳୀଙ୍କ ନାଁ ଆସିବାରୁ ମୁହଁ ଖୋଲିଲେ ସମୀର ୱାଙ୍ଖଡେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 8, 2021

ଡ୍ରଗ୍ସ ଲିଙ୍କରେ ଶାଳୀଙ୍କ ନାଁ ଆସିବାରୁ ମୁହଁ ଖୋଲିଲେ ସମୀର ୱାଙ୍ଖଡେ

ମୁମ୍ବାଇ: ମହାରାଷ୍ଟ୍ରର ମନ୍ତ୍ରୀ ନବାବ ମଲିକ ଓ ମୁମ୍ବାଇ ଏନିସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଡ୍ରଗ୍ସ କାରବାରେ ସମୀରଙ୍କ ଶାଳୀ ସାମିଲ ଅଛନ୍ତି ବୋଲି ନବାବ ମଲିକ ଅଭିଯୋଗ କରିଥିଲେ। ଏବେ ଶାଳୀଙ୍କ ସପକ୍ଷରେ ବାହାରିଛନ୍ତି ସମୀର ୱାଙ୍ଖଡେ।

ସେ କହିଛନ୍ତି, “ଜଣେ ମହିଳାଙ୍କ ନାଁରେ ଅପ୍ରଚାର କରି ଭଲ କାମ କରୁଛନ୍ତି, ପ୍ରିୟ ବନ୍ଧୁ। କିନ୍ତୁ ଆମେ ଯେତେବେଳେ ପ୍ରେସ ରିଲିଜ ଜାରି କରିଥିଲୁ ସେତେବେଳେ ଆମେ ମହିଳାଙ୍କ ଆତ୍ମସମ୍ମାନ ପାଇଁ ନାଁ ସାର୍ବଜନୀନ କରି ନଥାଉ। କ’ଣ ଜଣେ ମହିଳାଙ୍କ ନାଁ ଏପରି ସର୍ବସାଧାରଣରେ ନେବା ଠିକ୍? ତାଙ୍କର ଦୁଇଟି ପିଲା ଓ ପରିବାର ଅଛନ୍ତି। ସେକଥା ଆପଣ ଥରେ ଚିନ୍ତା କରିଛନ୍ତି? ନବାବ ମଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଦୀର୍ଘ ଦିନ ହେଲା ବିଚାର କରୁଛୁ।”

ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ୍ ଆଜି ଏନ୍‌ସିବି ଅଧିକାରୀ ସମୀର ୱାଙ୍ଖଡେଙ୍କୁ ସମାଲୋଚନା କରି ପଚାରିଥିଲେ ଯେ ତାଙ୍କ ଶାଳୀ ହର୍ଷଦା ଦୀନାନାଥ ରେଡ୍‌କର୍‌ ଡ୍ରଗ୍‌ ବ୍ୟବସାୟରେ ସମ୍ପୃକ୍ତ ଅଛନ୍ତି କି? ପୁଣେ କୋର୍ଟରେ ତାଙ୍କ ମାମଲା ବିଚାରାଧୀନ ରହିଛି। ଆପଣ ଏହାର ଉତ୍ତର ଦେବା ଉଚିତ୍ ବୋଲି ସେ ଟ୍ୱିଟ କରିଥିଲେ।

ଏଥିସହ ସେ କିଛି ସ୍କ୍ରିନସଟ ଅପ୍‌ଲୋଡ କରିଥିଲେ। ଏଥିରେ ‘ପ୍ରିଭେନ୍‌ସନ୍‌ ଅଫ୍ ଇଲିସିଟ୍‌ ଟ୍ରାଫିକ୍‌ ଇନ୍‌ ନାକ୍ରୋଟିକ୍‌ ଡ୍ରଗ୍ସ୍‌ ଆଣ୍ଡ୍‌ ସାଇକୋଟ୍ରଫିକ୍‌ ସବ୍‌ଷ୍ଟାନ୍‌ସେସ୍‌ ଆକ୍ଟ୍‌’ରେ ୨୦୦୮ର ଏକ ମାମଲାରେ ହର୍ଷଦା ଦୀନାନାଥ ରେଡ୍‌କର୍‌ଙ୍କୁ ‘ରେସ୍‌ପଣ୍ଡେଣ୍ଟ୍ ଆଣ୍ଡ୍‌ ଆଡ୍‌ଭୋକେଟ୍‌’ରେ ତାଲିକାଭୁକ୍ତ କରାଯାଇଥିବା ଉଲ୍ଲେଖ କରାଯାଇଛି। ଏହାକୁ ନେଇ ସମୀର ୱାଙ୍ଖଡେଙ୍କ ଭୂମିକା ଉପରେ ନବାବ ମଲିକ ପ୍ରଶ୍ନ ଉଠାଇଛନ୍ତି।


ଏ ସମ୍ପର୍କରେ ସମୀର ଗଣମାଧ୍ୟମକୁ ସଫେଇ ଦେଇ କହିଛନ୍ତି ଯେ “୨୦୦୮ ଜାନୁଆରିରେ ଏ ଘଟଣା ଘଟିଥିଲା। ସେତେବେଳେ ମୁଁ ଚାକିରି କରି ନ ଥିଲି। ୨୦୧୭ରେ ମୁଁ କ୍ରାନ୍ତି ରେଡ୍‌କର୍‌ଙ୍କୁ ବିବାହ କରିଛି। ତେଣୁ ମୁଁ କେମିତି ଉକ୍ତ ମାମଲା ସହ ସମ୍ପୃକ୍ତ ହେଲି?”

The post ଡ୍ରଗ୍ସ ଲିଙ୍କରେ ଶାଳୀଙ୍କ ନାଁ ଆସିବାରୁ ମୁହଁ ଖୋଲିଲେ ସମୀର ୱାଙ୍ଖଡେ appeared first on Odisha Reporter.



from Odisha Reporter https://ift.tt/3woiS0y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages