ଅଣ୍ଡା ତରକାରି ପାଇଁ ମା’କୁ ହତ୍ୟା କଲା ପୁଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 23, 2021

ଅଣ୍ଡା ତରକାରି ପାଇଁ ମା’କୁ ହତ୍ୟା କଲା ପୁଅ

ଝାରସୁଗୁଡ଼ା( ଓଡ଼ିଶା ରିପୋର୍ଟର): ଯେଉଁ ମା’ ଦଶମାସ ଗର୍ଭରେ ରଖି ଜନ୍ମ ଦେଇଥିଲା, ପଣତ କାନିରେ ନିଜ ମୁହଁ ପୋଛି ଦେଉଥିଲା। ସେହି ମାକୁ’ ହାଣି ହତ୍ୟା କଲା ପୁଅ। ଏପରି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ସଦରଥାନା ଅନ୍ତର୍ଗତ ଇବ୍ ଗାଁରେ। ମୃତ ମହିଳା ଜଣଙ୍କ ହେଲେ କୁମୋଦିନୀ ଭୋଇ। ତାଙ୍କୁ ୪୫ବର୍ଷ ହୋଇଥିଲା। ଅଭିଯୁକ୍ତ ପୁଅ ରାଜେଶ ଭୋଇକୁ ପୁଲିସ ଗିରଫ କରିଛି।

ସୂଚନା ଅନୁସାରେ, ଗତକାଲି ରାତିରେ କୁମୋଦିନୀ ଘରେ ରୋଷେଇ କରୁଥିଲେ। ଏହି ସମୟରେ  ପୁଅ ରାଜେଶ ବଜାରରୁ ଅଣ୍ଡା ଆଣିଥିଲେ ଓ ରୋଷେଇ କରିବା ପାଇଁ କହିଥିଲେ। ହେଲେ ମାଆ ଅଣ୍ଡା ତରକାରି ରୋଷେଇ କରିବାକୁ ମନା କରିଥିଲେ। ଏଥିରେ ରାଜେଶ ଉତ୍ତ୍ୟକ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ମାଆକୁ ଅତର୍କିତ ଭାବରେ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ କୁମୋଦିନୀଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣାକୁ ନେଇ କୁମୋଦିନୀଙ୍କ ଦିଅର ଥାନାରେ ଲିଖିତ  ଅଭିଯୋଗ କରିଥିଲେ।  ଆଜି ସକାଳେ ସଦରଥାନା ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

 

 

 

The post ଅଣ୍ଡା ତରକାରି ପାଇଁ ମା’କୁ ହତ୍ୟା କଲା ପୁଅ appeared first on Odisha Reporter.



from Odisha Reporter https://ift.tt/30MA5FG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages