ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ପ୍ରଥମ ମ୍ୟାଚ୍‌ରେ ରହିବେନି କୋହଲି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 12, 2021

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ପ୍ରଥମ ମ୍ୟାଚ୍‌ରେ ରହିବେନି କୋହଲି

ମୁମ୍ବାଇ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦୁଇଟି ଟେଷ୍ଟ୍ ମ୍ୟାଚ୍‌ରୁ ପ୍ରଥମଟିରେ ଅଧିନାୟକ ବିରାଟ କୋହଲି ଖେଳିବେ ନାହିଁ। କିନ୍ତୁ ସେ ଦ୍ୱିତୀୟ ମ୍ୟାଚ୍ ଖେଳିବେ ଓ ଦଳର ନେତୃତ୍ୱ ନେବେ।

ଟିମ୍‌ରେ ଆଜିଙ୍କ୍ୟ ରାହାଣେ, କେ.ଏଲ୍‌ ରହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ୱର ପୂଜାରା, ଶୁବମନ ଗିଲ୍‌, ଶ୍ରେୟସ ଆୟର, ରିଦ୍ଧିମାନ ଶାହା (ୱିକେଟ୍ କିପର), କେଏସ୍‌ ଭରତ (ୱିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, ଜୟନ୍ତ ଯାଦବ, ଈଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣା ସ୍ଥାନ ପାଇଛନ୍ତି।

ପ୍ରଥମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେବେ ଆଜିଙ୍କ୍ୟ ରାହାଣେ। ସେହିପରି ଚେତେଶ୍ୱର ପୂଜାରାଙ୍କୁ ଉପ-ଅଧିନାୟକ କରାଯାଇଛି।

ନଭେମ୍ବର ୨୫ ତାରିଖରେ କାନପୁରରେ ପ୍ରଥମ ମ୍ୟାଚ୍ ଖେଳା ଯିବ। ସେହିପରି ମୁମ୍ବାଇରେ ଡିସେମ୍ବର ୩ ତାରିଖରୁ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ ଆରମ୍ଭ ହେବ।

ଟେଷ୍ଟ୍ ସିରିଜ୍ ପୂର୍ବରୁ ଦୁଇ ଦଳ ମଧ୍ୟ ତିନୋଟି ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ମଧ୍ୟ ଖେଳାଯିବ। ନଭେମ୍ବର ୧୭ ତାରିଖରେ ପ୍ରଥମ ମ୍ୟାଚ୍ ଜୟପୁରରେ ଖେଳାଯିବାକୁ ଥିବା ବେଳେ ୧୯ରେ ରାଞ୍ଚିରେ ଦ୍ୱିତୀୟ ଓ ୨୧ରେ କୋଲକାତାରେ ତୃତୀୟ ମ୍ୟାଚ୍ ଖେଳାଯିବ।

The post ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ପ୍ରଥମ ମ୍ୟାଚ୍‌ରେ ରହିବେନି କୋହଲି appeared first on Odisha Reporter.



from Odisha Reporter https://ift.tt/3HibHvE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages