ଅଚେତ ବ୍ୟକ୍ତିଙ୍କୁ କାନ୍ଧରେ ପକାଇ ଦୌଡ଼ିଲେ ଇନ୍ସପେକ୍ଟର ରାଜେଶ୍ୱରୀ, ପ୍ରଶଂସାରେ ପୋତି ପକାଇଲେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 11, 2021

ଅଚେତ ବ୍ୟକ୍ତିଙ୍କୁ କାନ୍ଧରେ ପକାଇ ଦୌଡ଼ିଲେ ଇନ୍ସପେକ୍ଟର ରାଜେଶ୍ୱରୀ, ପ୍ରଶଂସାରେ ପୋତି ପକାଇଲେ ମୁଖ୍ୟମନ୍ତ୍ରୀ

ଚେନ୍ନାଇ: ପ୍ରତିଟି ଜୀବନ ମୂଲ୍ୟବାନ । ଏହି ବାକ୍ୟର ପ୍ରତିଟି ଅକ୍ଷରର ମର୍ମକୁ ବହୁତ ଭଲ ଭାବେ ବୁଝିଛନ୍ତି ତାମିଲନାଡ଼ୁରେ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିବା ରାଜେଶ୍ୱରୀ। ସେଥିପାଇଁ  ମହିଳା ହୋଇ ବି ଜଣେ ଅଚେତ ଅପରିଚିତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାକୁ ତାଙ୍କୁ ନିଜ କାନ୍ଧରେ ପକାଇ ଦୌଡ଼ିଲେ। ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ରାତାରାତି ଚର୍ଚ୍ଚାକୁ ପଳାଇ ଆସିଛନ୍ତି ରାଜେଶ୍ୱରୀ। ଇନ୍ସପେକ୍ଟର ରାଜେଶ୍ୱରୀଙ୍କ ଏପରି ନିସ୍ୱାର୍ଥପର କାମକୁ ତାମିଲନାଡ଼ୁ ମୁଖ୍ୟମନ୍ତୀ ଷ୍ଟେଲିନ ପ୍ରଶଂସା କରିବା ସହ  ତାଙ୍କୁ ପୁରସ୍କୃତ ବି କରିଛନ୍ତି। ଫଳରେ ଏବେ ସୋଶାଲ ମିଡିଆ ସେନସେସନ ପାଲଟିଛନ୍ତି  ଇନ୍ସପେକ୍ଟର ରାଜେଶ୍ୱରୀ।

ତାମିଲନାଡ଼ୁରେ ଏବେ ବର୍ଷା ବିତ୍ପାତ ଯୋଗୁ ବହୁ ଜୀବନ ହାନୀ ଘଟୁଛି। ଏହା ମଧ୍ୟରେ ଏକ ଗଛ ତଳେ ଜଣେ ବ୍ୟକ୍ତି ଚାପି ହୋଇ  ରହି ଯାଇଥିବା ଖବର ପାଇଲେ ରାଜେଶ୍ୱରୀ। ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ନିଜ ଟିମ୍‌ ସହ ଘଟଣାସ୍ଥଳକୁ ଧାଇଁଗଲେ ରାଜେଶ୍ୱରୀ। ଏଥିସହ ଗଛ ତଳୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଉଦ୍ଧାର କରି ଏକ କମ୍ବଳରେ  ଘୋଡ଼ାଇ ନିଜ କାନ୍ଧରେ ପକାଇଲେ। ଯେକୌଣସି ପରିସ୍ଥିତିରେ ବି ଉକ୍ତ ଅଚେତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାକୁ ରାସ୍ତାରେ ଦୌଡ଼ିବାକୁ ଲାଗିଲେ।  ଏହାପରେ  ଏକ ଅଟୋରେ ତାଙ୍କୁ ମେଡିକାଲ ପଠାଇବା ବ୍ୟବସ୍ଥା କଲେ। ଏହି ଭିଡିଓ ଯିଏ ଦେଖୁଛି ରାଜେଶ୍ୱରୀଙ୍କ ପ୍ରଶଂସା ନ କରି  ରହିପାରୁନି।

ଉକ୍ତ ଗୁରୁତର ବ୍ୟକ୍ତିଙ୍କ ନାମ ଉଦୟ କୁମାର ହୋଇଥିବା ବେଳେ ସେ ଏବେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ହେଲେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥିବା ଜଣାଯାଇଛି। ଏହା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ଏପରି ବହୁ ସାମାଜିକ କାର୍ଯ୍ୟ ପାଇଁ ପ୍ରଶଂସିତ ହୋଇଛନ୍ତି ରାଜେଶ୍ୱରୀ।

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ରାଜେଶ୍ୱରୀଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି।

୨୦୧୮ ମସିହାରେ ଚେନ୍ନାଇରେ ଏକ ୧୧ ବର୍ଷୀୟା ନାବାଳିକା ଗଣବଳାତ୍କାରର ଶିକାର ହୋଇଥିଲେ। ଏହି ଘଟଣାର ତଦନ୍ତ ଭାର ସମ୍ଭାଳିଛନ୍ତି ରାଜେଶ୍ୱରୀ। ଏହାବାଦ ଏକ ଦଳାଚକଟା ଘଟଣାରେ ବହୁ ଲୋକଙ୍କୁ ବଞ୍ଚାଇଥିବା ଯୋଗୁ ୧୯୯୨ ମସିହାରେ ଏକ ପ୍ରଶଂସାପତ୍ର ଦିଆଯାଇଥିଲା।

ନିଜ ଅଦ୍ୟମ ସାହସ ଓ ମାନବିକତା ପାଇଁ ତାମିଲନାଡ଼ୁ ପୁଲିସ୍‌ରେ ବେଶ ଜଣାଶୁଣା ରାଜେଶ୍ୱରୀ ।   ଗରୀବ, ଅସହାୟ ମହିଳାଙ୍କୁ ସହାୟତା କରିବାକୁ ସବୁବେଳେ ଆଗଭର ଥାନ୍ତି ରାଜେଶ୍ୱରୀ । ସେ ଏପରି ଜଣେ ଦକ୍ଷ ପୁଲିସ୍‌ ଅଫିସର୍‌ ଯିଏ କି  ଆଇପିଏସ୍‌ ନ ହୋଇ ବି ଆଇପିଏସ୍‌ଙ୍କ ପାଇଁ ଉଦ୍ଦିଷ୍ଟ ପୁରସ୍କାର ପାଇପାରିଥିଲେ।  କିଛି ବର୍ଷ ପୂର୍ବେ ତ୍ରିଶୁରରେ ଆୟୋଜିତ ଏକ ସମ୍ମିଳନୀରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା।

ତାମିଲନାଡ଼ୁର ଥେନି ଜିଲ୍ଲା ବାସିନ୍ଦା ରାଜେଶ୍ୱରୀ ନିଜର ସମସ୍ତ ସଞ୍ଚିତ ଅର୍ଥକୁ ଅସହାୟ, ନିରାଶୟଙ୍କ ପାଇଁ ଖର୍ଚ୍ଚ କରି ଦିଅନ୍ତି। ଏପରିକି ପ୍ରତି ସପ୍ତାହରେ କପଡ଼ା ଓ ଖାଦ୍ୟ କିଣି ସେ ନିରାଶ୍ରୟଙ୍କ ମଧ୍ୟରେ ବାଣ୍ଟି ଦେଇଥାନ୍ତି। ଜୀବନରେ କିଛି ଲକ୍ଷ୍ୟ ରହିବା ଦରକାର। ମୁଁ ମୋ ଜୀବନରେ ଗରୀବଙ୍କୁ ସାହାଯ୍ୟ କରିବାକୁ ଚାହେଁ। ଏହା ବହୁତ ଶାନ୍ତି ଦେଇଥାଏ ବୋଲି କହିଛନ୍ତି ରାଜେଶ୍ୱରୀ।

The post ଅଚେତ ବ୍ୟକ୍ତିଙ୍କୁ କାନ୍ଧରେ ପକାଇ ଦୌଡ଼ିଲେ ଇନ୍ସପେକ୍ଟର ରାଜେଶ୍ୱରୀ, ପ୍ରଶଂସାରେ ପୋତି ପକାଇଲେ ମୁଖ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3c5O2jU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages