ନୂଆଦିଲ୍ଲୀ: ଚଳିତ ବର୍ଷର ଜୁଲାଇ ମାସ ପରେ ପ୍ରଥମଥର ପାଇଁ ୧୫ଟି ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଞ୍ଚଳରେ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କା ତଳକୁ ଖସିଛି। ଏହି ୧୫ଟି ରାଜ୍ୟରେ ବିଜେପି କିମ୍ବା ତା’ର ସହଯୋଗୀମାନେ କ୍ଷମତାରେ ରହିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ଉତ୍ପାଦ ଶୁଳ୍କକୁ ହ୍ରାସ କରିବା ପରେ ଏକାଧିକ ରାଜ୍ୟ ମଧ୍ୟ ଟିକସ ହ୍ରାସ କରିଥିଲେ।
କିନ୍ତୁ ଓଡ଼ିଶାକୁ ଛାଡ଼ି ଦେଲେ ଅନ୍ୟ କୌଣସି ଅଣ ବିଜେପି ଶାସିତ ରାଜ୍ୟର ସରକାରମାନେ ପେଟ୍ରୋଲ ଓ ଡିଜେଲ ଉପରୁ ଟିକସ ବା ଭ୍ୟାଟ ହ୍ରାସ କରିନାହାନ୍ତି।
କେନ୍ଦ୍ରର ନିଷ୍ପତ୍ତି ପରେ ୨୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପକ୍ଷରୁ ଗ୍ରାହକଙ୍କୁ ମହଙ୍ଗା ମାଡ଼ରୁ ଆଶ୍ୱସ୍ତି ଦେବାକୁ ଭ୍ୟାଟ ହ୍ରାସ କରିଛନ୍ତି। ଏହି କ୍ଷେତ୍ରରେ ବିଜେପି ଶାସିତ ରାଜ୍ୟଗୁଡ଼ିକ ଆଗରେ ରହିଛନ୍ତି। ଟିକସ ହ୍ରାସ ସତ୍ତ୍ୱେ ବିଜେପି ଶାସିତ କର୍ଣ୍ଣାଟକା, ବିହାର ଓ ମଧ୍ୟପ୍ରଦେଶରେ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କା ଉପରେ ରହିଛି। କେନ୍ଦ୍ର ଶାସିତ ଲଦାଖରେ ମଧ୍ୟ ପେଟ୍ରୋଲ ୧୦୦ ଟଙ୍କା ଉପରେ ବିକ୍ରି ହେଉଛି। ଦୀପାବଳିର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ।
କେନ୍ଦ୍ରର ଏପରି ନିଷ୍ପତ୍ତି ପରେ ୧୬ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଞ୍ଚଳ ତୁରନ୍ତ ଭ୍ୟାଟ ହ୍ରାସ କରିଥିଲେ। କିନ୍ତୁ ଅନ୍ୟ ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର କୌଣସି ପଦକ୍ଷେପ ନେଇନାହାନ୍ତି। ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରୁ କମ ବିକ୍ରି ହେଉଥିବା ସ୍ଥାନଗୁଡ଼ିକ ମଧ୍ୟରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୁଜରାଟ, ହରିୟାଣା, ଆସାମ, ଚଣ୍ଡିଗଡ଼, ଗୋଆ, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ସିକ୍କିମ, ଅରୁଣାଚଳ ପ୍ରଦେଶ, ମିଜୋରାମ, ନାଗାଲ୍ୟାଣ୍ଡ, ତ୍ରିପୁରା ଓ ପୁଡୁଚେରୀ ରହିଛନ୍ତି।
ପେଟ୍ରୋଲ ଓ ଡିଜେଲ ଉପରେ ଭ୍ୟାଟ କମ କରି ନଥିବା ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ତାମିଲନାଡୁ, ତେଲେଙ୍ଗାନା, କେରଳ, ଆନ୍ଧ୍ର ପ୍ରଦେଶ, ମେଘାଳୟ, ଝାରଖଣ୍ଡ, ଛତିଶଗଡ଼, ରାଜସ୍ଥାନ, ପଞ୍ଜାବ ଓ କେନ୍ଦ୍ର ଶାସିତ ଅଞ୍ଚଳ ଆଣ୍ଡାମାନ-ନିକୋବର। ଏଗୁଡ଼ିକୁରେ ବିଜେପି କ୍ଷମତାରେ ନାହିଁ। ଅର୍ଥାତ ଏହା ଅଣ ବିଜେପି ଶାସିତ ଅଞ୍ଚଳ। ତେବେ ଓଡ଼ିଶାରେ କ୍ଷମତାସୀନ ବିଜେପି ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁଥିବା ଭ୍ୟାଟକୁ ୩ ଟଙ୍କାର ଲେଖାଏ ହ୍ରାସ କରିଛି।
ବିରୋଧୀ କ୍ଷମତାରେ ଥିବା ରାଜ୍ୟଗୁଡ଼ିକ ତୈଳଦର ହ୍ରାସ କରୁ ନଥିବାରୁ ବିଜେପିକୁ ଏହାକୁ ଆଧାର କରି ନିଜର ରାଜନୀତିକ ଫାଇଦା ହାସଲ କରିବାକୁ ଲକ୍ଷ୍ୟ କରିଛି। ସେହିପରି କେନ୍ଦ୍ରର ଉତ୍ପାଦ ଶୁଳ୍କ ହ୍ରାସ କରିବା ପଛରେ ରାଜନୀତିକ ଉଦ୍ଦେଶ୍ୟ ରହିଥିବା ବିରୋଧୀ ଅଭିଯୋଗ କରିଛନ୍ତି। ଉପ ନିର୍ବାଚନରେ ବିଜେପି ହାରିବାରୁ ଓ ଆଗକୁ ୫ ରାଜ୍ୟରେ ଭୋଟ ଥିବାରୁ କେନ୍ଦ୍ର ସରକାର ଲୋକ ଦେଖାଣିଆ ଭାବେ ଟିକସ ହ୍ରାସ କରିଥିବା ବିରୋଧୀ ଦଳଗୁଡ଼ିକ କହିଛନ୍ତି।
The post ଓଡ଼ିଶାକୁ ଛାଡ଼ି ଆଉ କୌଣସି ଅଣବିଜେପି ଶାସିତ ରାଜ୍ୟରେ କମିନି ତୈଳ ଟିକସ appeared first on Odisha Reporter.
from Odisha Reporter https://ift.tt/31pKPth
No comments:
Post a Comment