ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନକୁ ଶୃଙ୍ଖଳିତ ଓ ତ୍ରୁଟିମୁକ୍ତ କରିବାକୁ ଆୟୋଜିତ ହୋଇଛି ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକରେ ୪ ପ୍ରସ୍ତାବ ଉପସ୍ଥାପିତ ହୋଇଛି। ଚଳିତ ପଞ୍ଚାୟତ ନିର୍ବାଚନକୁ ମଦମୁକ୍ତ କରିବା ସହ ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ କରିବାକୁ ବୈଠକରେ ଉପସ୍ଥାପିତ ହୋଇଛି ପ୍ରସ୍ତାବ ।
ମଦମୁକ୍ତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକରେ ଆସିଲା ପ୍ରସ୍ତାବ । ନିର୍ବାଚନର ୭ ଦିନ ପୂର୍ବରୁ ମଦ ବିକ୍ରିକୁ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି। । ସର୍ବଦଳୀୟ ବୈଠକ ପରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ୍ ଆଦିତ୍ୟ ପ୍ରସାଦ ପାଢି ।
ପ୍ରାର୍ଥୀଙ୍କ ନିର୍ବାଚନୀ ଖର୍ଚ୍ଚ ରାଶିକୁ ବଢ଼ାଇବା ସହ ଭୋଟିଂ ସମୟକୁ ବଢ଼ାଯିବ ଦିଗରେ ବି ଗୁରୁତ୍ୱ ଦିଆଯାଇଛି। ସର୍ବଦଳୀୟ ବୈଠକରେ ଭୋଟଦାନ ଅବଧୀ ଆଉ ୨ ଘଣ୍ଟା ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। ସରପଞ୍ଚ ଓ ସମିତିସଭ୍ୟଙ୍କ ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଛି। ପୂର୍ବରୁ ଥିବା ୮୦ ହଜାରକୁ ଡବଲ ବା ୨ ଲକ୍ଷ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଖର୍ଚ୍ଚ ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି ପ୍ରସ୍ତାବ ଦିଆଯାଇଛି।
ପଂଚାୟତିରାଜ ଅନୁଷ୍ଠାନର ଅବଧୀ, ଗ୍ରାମ ପଞ୍ଚାୟତର ପୁନଃଗଠନ, ଭୋଟ ଗ୍ରହଣ କେନ୍ଦ୍ର ଚିହ୍ନଟ, ଭୋଟର ତାଲିକା ପ୍ରସ୍ତୁତି, ଭୋଟ ଗ୍ରହଣ ସମୟ ଅବଧୀ, ନିର୍ବାଚନ ଖର୍ଚ୍ଚ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି।
ପୂର୍ବରୁ ବହୁବାର ନକଲି ଭୋଟ୍ ପରିଚୟ ପତ୍ରକୁ ନେଇ ଅଭିଯୋଗ ଆସିଥିଲା। ଏହାକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର କ୍ରମିକ ନମ୍ବର ବ୍ୟବସ୍ଥା ଏଥର ରହିବ। ସେ ଦିଗରେ ବି ଆଜି ଗୁରୁତ୍ୱ ଦିଆ ହୋଇ ଆଲୋଚନା ହୋଇଥିବା ଜଣାପଡ଼ିଛି।
ସର୍ବଦଳୀୟ ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢି ସୂଚନା ଦେଇ କହିଛନ୍ତି, ନିର୍ବାଚନୀ ଖର୍ଚ୍ଚ, ଯାନବାହାନ ବ୍ୟବହାର ବାବଦରେ ପ୍ରସ୍ତାବ ଆସିଛି। ସେଣ୍ଟ୍ରାଲ କାଉଣ୍ଟିଂ ହେବାକୁ ଥିବାରୁ ପୁଲିଂ ଅବଧି ବଢ଼ାଇବା ପ୍ରସ୍ତାବ ଆସିଛି। ଭୋଟର ତାଲିକା ନିର୍ଭୁଲ ଭାବେ ପ୍ରସ୍ତୁତ କରିବା ନେଇ ଆଲୋଚନା ହୋଇଛି। ଆସିଥିବା ପ୍ରସ୍ତାବକୁ ସମୀକ୍ଷା କରାଯାଇ ସୂଚନା ଦିଆଯିବ। ନିର୍ବାଚନ ଖର୍ଚ୍ଚ ବଢ଼ାଇବା ନେଇ ଆସିଥିବା ପ୍ରସ୍ତାବ ଉପରେ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ।
The post ମଦମୁକ୍ତ ହେବ ପଂଚାୟତ ନିର୍ବାଚନ, ପ୍ରଚାର ଖର୍ଚ୍ଚ ହେବ ଡବଲ! appeared first on Odisha Reporter.
from Odisha Reporter https://ift.tt/3o2lNZ5
No comments:
Post a Comment