ଶ୍ରୀନଗର: ଦୀୱାଲି ସେଲିବ୍ରେସସନ୍ ପାଇଁ ବାହାରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମୁ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେଠାରେ ସେ ରଜୌରୀ ଜିଲ୍ଲା ଅଭିମୁଖେ ଯାତ୍ରା କରିଥିଲେ । ସୀମାର ରଜୌରୀ ଜିଲ୍ଲାର ଯବାନଙ୍କ ସହ ଦୀପାବଳି ପାଳିବେ ମୋଦି। ମୋଦି ନୌସେରା ସେକ୍ଟରରେ ପହଞ୍ଚି ଯବାନମାନଙ୍କୁ ଭେଟିଛନ୍ତି। ମୋଦିଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମୁ ବିମାନ ବନ୍ଦରରେ ଅବତରଣ କରିଥିଲେ। ସେଠାରୁ ସେ ରଜୌରୀ ଅଭିମୁଖେ ଯାତ୍ରା କରିଥିଲେ । ଲାଇନ୍ ଅଫ କଣ୍ଟ୍ରୋଲର ନୌସେରା ସେକ୍ଟରରେ ଭାରତୀୟ ସୈନିକଙ୍କ ସହ ଦୀପାବଳି ପାଳିବେ ମୋଦି। ଭାରତୀୟ ସୈନିକଙ୍କ ସହ ମୋଦି ଦ୍ୱିତୀୟଥର ପାଇଁ ଦୀୱାଲି ସେଲିବ୍ରେସନ କରୁଛନ୍ତି।
ମୋଦିଙ୍କ ଗସ୍ତ ପୂର୍ବରୁ ସେନା ମୁଖ୍ୟ ଜେନେରାଲ ଏମ.ଏମ ନାରଭାଣେ ଗତକାଲି ଜମୁରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ। ଗତ କିଛି ଦିନ ହେବ ପୁଞ୍ଚ ଏବଂ ରଜୌରୀ ସୀମାରେ ଟେନ୍ସନ୍ ଲାଗି ରହିଛି। ଗତ ୩ ମାସ ଭିତରେ ଆତଙ୍କବାଦୀଙ୍କ ଆକ୍ରମଣରେ ୧୧ ଜଣ ଯବାନ ସହିଦ ହେଲେଣି। ଭାରତୀୟ ସେନା ପକ୍ଷରୁ ଉକ୍ତ ସୀମାରେ ଆତଙ୍କବାଦୀ ବିରୋଧୀ ଅପରେଶନକୁ ଜୋରଦାର କରାଯାଇଛି। ଗତ ୨୪ ଦିନ ଧରି ଚାଲିଥିବା ଏହି ଅପରେସନ ସବୁଠାରୁ ବଡ଼ ବୋଲି କୁହାଯାଉଛି।
ଏହି ଅପରେସନରେ ୯ ଜଣ ଯବାନ ପ୍ରାଣ ହରାଇ ସାରିଲେଣି। ହେଲେ ଆତଙ୍କବାଦୀ ବିରୋଧରେ ବିଶେଷ ସଫଳତା ମିଳି ପାରୁ ନାହିଁ। ଆତଙ୍କବାଦୀ ମାନେ ଜଙ୍ଗଲରେ ଲୁରି ରହି ଗରିଲା ଆକ୍ରମଣ ଜାରି ଣୋଛନ୍ତି। ଏଥର ସେ ନୌସେରା ସେକ୍ଟରରେ ଭାରତୀୟ ସୈନିକଙ୍କ ସହ ଦୀପାବଳି ପାଳୁଛନ୍ତି। ଯାହା ଏଲଓସି ନିକଟବର୍ତ୍ତୀ ଅଞ୍ଚଳ। ଉକ୍ତ ସେକ୍ଟରରେ ଗତ ସପ୍ତାହରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟି ଜଣେ ଅଫିସରଙ୍କ ସମେତ ୨ ଜଣ ସୈନିକ ନିହତ ହୋଇଥିଲେ।
The post ଏଲଓସିରେ ପହଞ୍ଚିଲେ ମୋଦି, ୩ ମାସରେ ସହିଦ ହେଲେଣି ୧୧ ଯବାନ appeared first on Odisha Reporter.
from Odisha Reporter https://ift.tt/3H0sFin
No comments:
Post a Comment