କାମ ଦେଲାନି କିଛି ବି ଚାଲ୍‌; ଶେଷରେ ବନ୍ଧା ହେଲା ରୂପେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 4, 2021

କାମ ଦେଲାନି କିଛି ବି ଚାଲ୍‌; ଶେଷରେ ବନ୍ଧା ହେଲା ରୂପେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରେ ପଶି ମା-ଝିଅଙ୍କୁ ଛୁରାମା଼ଡ ଘଟଣାରେ ଶେଷରେ ବନ୍ଧା ହେଲେ ରୂପେଶ ପଣ୍ଡା । କାମ ଦେଲାନି କିଛି ଚାଲ୍‌। ଲୁଟ ପାଇଁ ଏହି ଘଟଣା ଘଟିଥିଲା। ଯୋଜନାବଦ୍ଧ ଭାବେ ଏହି ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ପୁଲିସ୍‌ ରୂପେଶ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଛି। ଆଉ କିଛି ଜଣଙ୍କୁ ପଚରାଉଚରା କରାଯାଉଥିବା କମିଶନରେଟ ପୁଲିସ୍‌ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ପ୍ରଫେସରଙ୍କ ପରିବାର ରୁହନ୍ତି। ରୂପେଶ ଗତ ୧ ତାରିଖରେ ମହିଳା ପୋଷାକ ପିନ୍ଧିବା ସହ ହେଲମେଟ ଲଗାଇ ଏକ ଛୁରୀ ଓ ବନ୍ଧୁକ ନେଇ ତାଙ୍କ କଲିଂବେଲ ମାରିଥିଲେ। ଏହି ସମୟରେ ପ୍ରଫେସରଙ୍କ ଝିଅ କବାଟ ଖୋଲିବାରୁ ରୂପେଶ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ।

ଝିଅର ଚିତ୍କାର ଶୁଣି ମା’ ଚାଲି ଆସିବାରୁ ରୂପେଶ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏହାପରେ ଉଭୟ ପକ୍ଷ  ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଆତ୍ମରକ୍ଷା କରିବାକୁ ଯୁବତୀ ଓ ତାଙ୍କ ମା’ ରୂପେଶଙ୍କୁ ଆକମଣ କରିଥିଲେ। ଫଳରେ ୩ ଜଣ ରକ୍ତାକ୍ତ ହୋଇଥିଲେ। ଚିତ୍କାର ଶୁଣି ପାଖରେ କାମ କରୁଥିବା ଲୋକ ଦୌଡ଼ି ଆସି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ।

ସେଠାରୁ ଉଭୟ ମା’ ଝିଅ ପ୍ରାଥମିକ ଚିକିତ୍ସା ପରେ ଡିସଜାର୍ଚ ହୋଇ ଯାଇଥିବା ବେଳେ ରୂପେଶଙ୍କୁ ଗତକାଲି ଡିସଚାର୍ଜ କରାଯାଇଥିଲା। ଏହାପରେ ପୁଲିସ୍‌ ତାଙ୍କୁ ଗତକାଲିଠୁ ଅଟକାଇ ପଚରାଉଚରା କରୁଥିବା ବେଳେ ଆଜି ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।

ପଚରାଉଚରା ସମୟରେ ଯୋଜନାବଦ୍ଧ ଭାବେ ଲୁଟ୍‌ ପାଇଁ ଏହି କାଣ୍ଡ ଘଟାଯାଇଥିବା ଜଣାଯାଇଛି। ଏଥିରେ କେବଳ ରୂପେଶ ଜଣେ ନୁହନ୍ତି, ଆହୁରି କିଛି ଜଣ ବି ସାମିଲ ଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି। ରୂପେଶ ୧୮ ଲକ୍ଷ ଟଙ୍କା ଲୋନ୍‌ ଆଣିଥିବା ବେଳେ ତାକ ଶୁଝି ନ ପାରି ମାନସିକ ଅବସାଦରେ ରହୁଥିଲେ। ତେଣୁ ସେ ଏପରି କାଣ୍ଡ ଘଟାଇ ଥାଇପାରନ୍ତି ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି।

ରୂପେଶ ଓ ତାଙ୍କ ପରିବାର ଲୋକ ପୁଲିସ୍‌ ସମ୍ମୁଖରେ ଦେଇଥିବା ବୟାନ  କହିବାନୁଯାୟୀ, ଘଟଣା ଦିନ ସେ ଅଫିସକୁ ଯାଉଥିବା ବେଳେ ୩ ଜଣ ତାଙ୍କୁ ଅଟକାଇଥିଲେ। ସେମାନେ ଏପରି ଆକ୍ରମଣ କରିବାକୁ ବାଧ୍ୟ କରି ତାଙ୍କୁ ଜୋରଜବରଦସ୍ତି ମହିଳା ଡ୍ରେସ ପିନ୍ଧାଇଥିଲେ। ନଚେତ   ଜୀବନରୁ ମାରିଦେବାକୁ ଧମକ ଦେଇଥିବା ରୂପେଶ ପୁଲିସ୍‌ ନିକଟରେ କହିଥିଲା। ପୁଲିସ୍‌ ସିସିଟିଭି ଯାଞ୍ଚ ସହ ପଚରାଉଚରା ପରେ ବି ତାଙ୍କ କଥାକୁ ବିଶ୍ୱାସ କରିପାରି ନ ଥିଲା। ଏହାପରେ ପୁଲିସ୍‌ ଆଜି ତାଙ୍କୁ ଗିରଫ କରିଛି।

ଆକ୍ରମଣର ଶିକାର ହୋଇଥିବା ଯୁବତୀଙ୍କ ଅଭିଯୋଗକୁ ଆଧାର କରି ପୁଲିସ୍‌ ମାମଲା ରୁଜୁ କରି ରୂପେଶଙ୍କୁ ଗିରଫ କରିଛି।

The post କାମ ଦେଲାନି କିଛି ବି ଚାଲ୍‌; ଶେଷରେ ବନ୍ଧା ହେଲା ରୂପେଶ appeared first on Odisha Reporter.



from Odisha Reporter https://ift.tt/3weNzVH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages