ନୂଆଦିଲ୍ଲୀ: ଦୁଇ ରାଷ୍ଟ୍ରୟାତ୍ତ ଟେଲିକମ କମ୍ପାନୀ ବିଏସ୍ଏନଏଲ ଓ ଏମଟିଏନଲର ପ୍ରାୟ ୬ଟି ସମ୍ପତ୍ତିକୁ କେନ୍ଦ୍ର ସରକାର ନିଲାମ କରିବେ। ନିଲାମ ହେବାକୁ ଥିବା ସମ୍ପତ୍ତିଗୁଡ଼ିକର ମୂଲ୍ୟ ପ୍ରାୟ ୯୭୦ କୋଟି ଟଙ୍କା ହେବ। ଦୁଇ ଟେଲିକମ କମ୍ପାନୀ କ୍ଷତିରେ ଚାଲୁଥିବାରୁ ସରକାର ଏହାର ସମ୍ପତ୍ତି ବିକ୍ରି କରି ଅର୍ଥ ଅସୁଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ନିବେଶ ଓ ପବ୍ଲିକ ଆସେଟ ମ୍ୟାନେଜମେଣ୍ଟ ବିଭାଗ ପକ୍ଷରୁ ସମ୍ପତ୍ତି ପାଇଁ ନିଲାମ ସମ୍ପର୍କରେ ଏମଏସ୍ଟିସି ପୋର୍ଟାଲରେ ତଥ୍ୟ ଦିଆଯାଇଛି। ବିଏସ୍ଏନ୍ଲର ଯେଉଁ ସମ୍ପତ୍ତିଗୁଡ଼ିକ ବିକ୍ରି ହେବ ସେଗୁଡ଼ିକ ହାଇଦ୍ରାବାଦ, ଚଣ୍ଡିଗଡ଼, ଭାବନଗର ଓ କୋଲକାତାରେ ରହିଛି। ଏହି ସମ୍ପତ୍ତି ଗୁଡ଼ିକର ମୂଲ୍ୟ ପ୍ରାୟ ୬୦୦ କୋଟି ଟଙ୍କା।
ମୁମ୍ବାଇର ଗୋରେଗାଓଁ ଅନ୍ତର୍ଗତ ବସାରୀ ହିଲ୍ ଠାରେ ଥିବା ଏମଟିଏନଏଲର ୩୧୦ କୋଟି ଟଙ୍କାର ସମ୍ପତ୍ତି ନିଲାମ କରିବାକୁ ବିଭାଗ ୱେବସାଇଟ୍ରେ ସୂଚିତ କରିଛି। ଡିସେମ୍ବର ୧୪ ସୁଦ୍ଧା ଏଥିପାଇଁ ବିଡ୍ ଦାଖଲ କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ବିଏସ୍ଏନଏଲ ପାଇଁ ସରକାର ୧.୩ କୋଟି ଟଙ୍କାର ରିଲିଫ ପ୍ୟାକେଜ ମଧ୍ୟ ଘୋଷଣା କରିପାରନ୍ତି। କ୍ୟାବିନେଟର ଆସନ୍ତା ବୈଠକରେ ଏହି ପ୍ରସ୍ତାବ ଆଗତ କରାଯିବ।
ସୂଚନାଯୋଗ୍ୟ, ଏହି ଦୁଇ ସରକାରୀ ଟେଲିକମ କମ୍ପାନୀ କ୍ଷତିରେ ଚାଲିଛି। ନିକଟରେ ଏହାକୁ ସଜାଡ଼ିବା ପାଇଁ ସରକାର ୭୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ତଥାପି କୌଣସି ଲାଭ ମିଳିନି। ତେଣୁ ସରକାର ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ବିଏସ୍ଏନଏଲ ଓ ଏମଟିଏନଏଲର ସମ୍ପତ୍ତି ବିକ୍ରି କରି ଅର୍ଥ ହାସଲ କରିବାକୁ ଚାହୁଁଛନ୍ତି।
ପ୍ରାଥମିକ ଅବସ୍ଥାରେ ୬ଟି ସମ୍ପତ୍ତି ବିକ୍ରି କରାଯିବ। ଏହାପରେ ଅନ୍ୟ ସମ୍ପତ୍ତିଗୁଡ଼ିକ ଉପରେ ନିଷ୍ପତ୍ତି ହେବ। ସରକାର ୪ ବର୍ଷ ମଧ୍ୟରେ ୬ ଲକ୍ଷ କୋଟି ଟଙ୍କା ବିଭିନ୍ନ ସୂତ୍ରରୁ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସରକାର ନିଲାମ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
The post ଏମଟିଏନଏଲ ଓ ବିଏସ୍ଏନ୍ଏଲର ସମ୍ପତ୍ତି ବିକ୍ରି କରିବେ କେନ୍ଦ୍ର ସରକାର appeared first on Odisha Reporter.
from Odisha Reporter https://ift.tt/3qVHjlb
No comments:
Post a Comment