ଆନ୍ଦୋଳନ ଶେଷ କରିବା ପ୍ରସଙ୍ଗରେ ବଡ଼ ଘୋଷଣା କଲେ ଚାଷୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 21, 2021

ଆନ୍ଦୋଳନ ଶେଷ କରିବା ପ୍ରସଙ୍ଗରେ ବଡ଼ ଘୋଷଣା କଲେ ଚାଷୀ

ନୂଆଦିଲ୍ଲୀ: ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଏହା ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ତେଣୁ ସେମାନେ କୃଷି ଆଇନ ବିଧିବଦ୍ଧ ଭାବେ ସଂସଦରେ ପ୍ରତ୍ୟାହୃତ ହେବା ଯାଏ ଆନ୍ଦୋଳନ ଜାରି ରଖିବେ ବୋଲି ଘୋଷଣା କରିଛନ୍ତି।

ଏଥିସହ ନିଜର ଉତ୍ପାଦଗୁଡ଼ିକ ଉପରେ ଏମଏସ୍‌ପିର ଆଇନଗତ ମାନ୍ୟତା ପ୍ରଦାନ କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି। ଆଜି ଦିଲ୍ଲୀର ସିଙ୍ଘୁ ସୀମାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକ ବସିଥିଲା। ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହାପରେ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର କରାଯିବ ବୋଲି କହିଥିଲେ। ଏଥିସହ ଆନ୍ଦୋଳନ କରୁଥିବା କରୁଥିବା ଚାଷୀମାନଙ୍କୁ ନିଜ ନିଜ ଘରକୁ ଫେରିଯିବାକୁ ଅନୁରୋଧ କରିଥିଲେ।

ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନର ପରବର୍ତ୍ତୀ ଯୋଜନା ସ୍ଥିର କରିବାକୁ ବୈଠକ ବସିଥିଲା। ବୈଠକରେ ଯୋଜନା ମୁତାବକ ଆସନ୍ତାକାଲି ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଚାଷୀମାନେ ମହାପଞ୍ଚାୟତ ଆୟୋଜନ କରିବେ। ସେହିପରି ସେମାନେ ଏମଏସ୍‌ପି ପାଇଁ ଗୋଟିଏ ଆଇନ ଓ ଆନ୍ଦୋଳନ ବେଳେ ଚାଷୀଙ୍କ ନାଁରେ କରାଯାଇଥିବା ମାମଲା ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।

ଚାଷୀ ନେତା ବଲବୀର ସିଂହ ରାଜେୱାଲ କହିଛନ୍ତି, ଆମେ କୃଷି ଆଇନ ପ୍ରତ୍ୟାହାର ସମ୍ପର୍କରେ ଆଲୋଚନା କରିଛୁ। ଏହାପରେ କିଛି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶୁକ୍ରବାର ଆଇନ ପ୍ରତ୍ୟାହାର ଘୋଷଣା ପୂର୍ବରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଯୋଜନା କରିଥିବା ସମସ୍ତ କାର୍ଯ୍ୟକ୍ରମ ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ।

୨୨ ତାରିଖରେ ଚାଷୀମାନେ ଲକ୍ଷ୍ନୌରେ ମହାପଞ୍ଚାୟତ କରିବେ, ୨୬ ତାରିଖ ‌ଆନ୍ଦୋଳନର ବର୍ଷପୂର୍ତ୍ତି ଉପଲକ୍ଷେ ଚାଷୀମାନେ ଦିଲ୍ଲୀ ସୀମାରେ ଟ୍ରାକ୍ଟର ରାଲି କରିବେ ଓ ନଭେମ୍ବର ୨୯ରେ ସଂସଦ ଅଭିମୁଖେ ଶୋଭାଯାତ୍ରା ବାହାରିବ।

ଚାଷୀମାନେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଗୋଟିଏ ଖୋଲା ଚିଠି ଲେଖି ସେମାନଙ୍କ ଦାବି ଗୁଡ଼ିକ ସମ୍ପର୍କରେ ଅବଗତ କରାଇବେ। ଲଖିମପୁ ଖେରି ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବରଖାସ୍ତ କରିବାକୁ ମଧ୍ୟ ଆମେ ପ୍ରଧାନମନ୍ତ୍ରୀଙ୍କୁ କହିବୁ। ଏଥିସହ ବିଦ୍ୟୁତ ବିଲ୍ ୨୦୨୦କୁ ଉଚ୍ଛେଦ କରିବା ପାଇଁ ଆମେ ଦାବି କରିଛୁ ବୋଲି ସେ ସୂଚନା ଦେଇଛନ୍ତି। ନଭେମ୍ବର ୨୭ରେ ପୁଣିଥରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକ ବସିବ।

ଅନ୍ୟପକ୍ଷରେ ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ କହିଛନ୍ତି, ଆଇନ ପ୍ରତ୍ୟାହାର ପାଇଁ କେବଳ ନିଷ୍ପତ୍ତି ହୋଇଛି। ଏଯାଏ ଏହା ପ୍ରତ୍ୟାହୃତ ହୋଇନି। ତେଣୁ ଏବେ ଆନ୍ଦୋଳନ ଶେଷ ହେବନି। ସରକାର ଚାଷୀଙ୍କ ଉପରେ କରିଥିବା ମାମଲାକୁ ପ୍ରତ୍ୟାହାର କରନ୍ତୁ। ସେହିପରି ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ୭୦୦ରୁ ଅଧିକ ଚାଷୀଙ୍କ ପାଇଁ କ୍ଷତି ପୂରଣ ଘୋଷଣା କରନ୍ତୁ ବୋଲି ସେ କହିଛନ୍ତି।

The post ଆନ୍ଦୋଳନ ଶେଷ କରିବା ପ୍ରସଙ୍ଗରେ ବଡ଼ ଘୋଷଣା କଲେ ଚାଷୀ appeared first on Odisha Reporter.



from Odisha Reporter https://ift.tt/30Q6IlJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages