ୱାଶିଂଟନ: ଚାଇନିଜ ସୁରକ୍ଷା ମନ୍ତ୍ରଣାଳୟର ଜଣେ ଗୁପ୍ତଚରଙ୍କୁ ଗୁଇନ୍ଦାଗିରି ଘଟଣାରେ ଦୋଷୀ ସାବ୍ୟସ୍ତ କରିଛି ଆମେରିକା। ଏହି ଗୁପ୍ତଚର ଜଣଙ୍କ ଅନେକ ଆମେରିକୀୟ ବେସାମରିକ ବିମାନ ଓ ଏରୋସ୍ପେସ କମ୍ପାନୀରୁ ବ୍ୟବସାୟ ସହ ଜଡ଼ିତ ଗୁପ୍ତତଥ୍ୟ ଚୋରି କରିବାକୁ ଯୋଜନା କରିଥିଲେ। ଏଥିପାଇଁ ତାଙ୍କୁ ଫେଡେରାଲ୍ ଜୁରି ଦୋଷୀ ସାବ୍ୟସ୍ତ କରିଛନ୍ତି। ଏ ସମ୍ପର୍କରେ ଶୁକ୍ରବାର ନ୍ୟାୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରଥମ ଚାଇନିଜ୍ ଅପରେଟିଭ ୟାନଜୁନ୍ ଜୁଙ୍କ ଉପରେ ବିଚାର କରିବା ପାଇଁ ଆମେରିକାକୁ ବିତାଡ଼ିତ କରାଯାଇଥିଲା। ସେ ଆର୍ଥିକ ହେରଫେର କରିବା ସହ ବାଣିଜ୍ୟିକ ବ୍ୟବସ୍ଥା ସହ ଜଡ଼ିତ ଗୁପ୍ତ ତଥ୍ୟ ଚୋରି କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ସେ ବାରମ୍ବାର ଏପରି କାମ କରିଥିଲେ। ଏବେ ଏହି ଘଟଣାରେ ୟାନଜୁନ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ଏହାର ଅର୍ଥ ତାଙ୍କୁ ୬୦ ବର୍ଷ ଜେଲ ଦଣ୍ଡ ସହ ୫ ମିଲିୟନରୁ ଅଧିକ ଡଲାର ଜୋରିମାନା ହୋଇପାରେ। ତେବେ ତାଙ୍କୁ କେଉଁ ପ୍ରକାରର ଦଣ୍ଡ ମିଳିବ, ତା’ର ରାୟ ଫେଡରାଲ ଜିଲ୍ଲା କୋର୍ଟର ବିଚାରପତି ନେବେ। ଏକ ବିବୃତିରେ ଏବିଆଇ ସହକାରୀ ନିର୍ଦ୍ଦେଶକ ଆଲାନ୍ କୋହଲିର୍ ଜୁନିୟର କହିଛନ୍ତି, ବ୍ୟୁରୋ ଆମେରିକାର ୧୨ରୁ ଅଧିକ ଏଜେନ୍ସି ସହ ମିଳିତ ଭାବେ କାମ କରୁଛି। ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନାର କାର୍ଯ୍ୟକଳାପକୁ ମୁକାବିଲା କରିବା ପାଇଁ ସୂଚନା ଓ ଉତ୍ସ ଗୁଡ଼ିକୁ ଏହି ଏଜେନ୍ସିଗୁଡ଼ିକ ଦ୍ୱାରା ଶେୟାର କରାଯାଉଛି।
ଯେଉଁମାନେ ଚାଇନାର ପ୍ରକୃତ ଉଦ୍ଦେଶ୍ୟ ଉପରେ ସନ୍ଦେହ କରୁଛନ୍ତି, ସେମାନଙ୍କୁ ଏପରି ଘଟଣା ନିଶ୍ଚିତ ନିଦରୁ ଉଠାଇବ। ସେମାନେ ନିଜର ଅର୍ଥନୀତି ଓ ସାମରିକ ଲାଭ ପାଇଁ ଆମେରିକୀୟ ଟେକ୍ନୋଲୋଜି ଚୋରି କରୁଛନ୍ତି। ଏକଥାକୁ ଚାଇନାର ଓକିଲାତି କରୁଥିବା ଲୋକମାନେ ବୁଝିବା ଦରକାର ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, ୨୦୧୩ରୁ ୟାନଜୁନ ଚାଇନାର ନିର୍ଦ୍ଦେଶରେ ଏପରି ଗୁପ୍ତ ବାଣିଜ୍ୟିକ ତଥ୍ୟ ଚୋରି କରିବାରେ ଲାଗିଥିଲେ। ଆମେରିକାର ଏକାଧିକ ବେସାମରିକ ବିମାନ କମ୍ପାନୀ ଓ ଏରୋସ୍ପେସ ଅନୁଷ୍ଠାନ ତାଙ୍କ ଟାର୍ଗେଟରେ ରହିଥିଲା।
The post ତଥ୍ୟ ଚୋରି ଯୋଜନା: ଚାଇନିଜ୍ ଗୁପ୍ତଚର ଦୋଷୀ ସାବ୍ୟସ୍ତ appeared first on Odisha Reporter.
from Odisha Reporter https://ift.tt/3k78J3i
No comments:
Post a Comment