ଆମେରିକାରେ ଛୋଟ ପିଲାଙ୍କୁ ଦିଆଯିବ କୋଭାକ୍ସିନ? କମ୍ପାନୀ ମାଗିଲା ଅନୁମତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 5, 2021

ଆମେରିକାରେ ଛୋଟ ପିଲାଙ୍କୁ ଦିଆଯିବ କୋଭାକ୍ସିନ? କମ୍ପାନୀ ମାଗିଲା ଅନୁମତି

ୱାଶିଂଟନ: ଭାରତରେ ଅନୁମତି ପ୍ରାପ୍ତ ଭାରତ ବାୟୋଟେକର କୋଭାକ୍ସିନ ଟିକାକୁ ଆମେରିକାର ଛୋଟ ପିଲାଙ୍କୁ ଦିଆଯିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଆମେରିକା ଫାର୍ମା କମ୍ପାନୀ Ocugen ୨ରୁ ୧୮ ବର୍ଷ ବୟସ୍କଙ୍କୁ କୋଭାକ୍ସିନ ଟିକା ଦେବାକୁ ଚାହୁଁଛି। ଏଥିପାଇଁ କମ୍ପାନୀ ଆମେରିକା ସରକାରଙ୍କ ନିକଟରେ ଆବେଦନ କରିଛି।

ଯଦି ଆମେରିକା ସରକାର ଏହାକୁ ଅନୁମତି ଦିଅନ୍ତି, ତା’ହେଲେ ଭାରତ ପରେ ଆମେରିକାରେ ମଧ୍ୟ କୋଭାକ୍ସିନକୁ ଛୋଟ ପିଲାଙ୍କୁ ପ୍ରଦାନ କରାଯିବ। କୋଭାକ୍ସିନକୁ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ପ୍ରସ୍ତୁତ କରିଛି। ନିକଟରେ ପ୍ରାପ୍ତ ବୟସ୍କଙ୍କ ଉପରେ ଏହାର ଜରୁରୀ କାଳୀନ ବ୍ୟବହାର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଅନୁମତି ଦେଇଥିଲା।

ଅନୁମତି ପୂର୍ବରୁ ହିଁ ଭାରତର ଲୋକମାନଙ୍କୁ ଏହି ଟିକା ଦିଆଯାଉଥିଲା। ଏବେ ୨ ବର୍ଷରୁ ଅଧିକ ବୟସ୍କଙ୍କୁ ଏହି ଟିକା ଦେବାକୁ ଭାରତ ସରକାର ଅନୁମତି ଦେଇଛନ୍ତି। ସେହିପରି ବିଶ୍ୱର ଅନ୍ୟ ୧୭ଟି ଦେଶ ମଧ୍ୟ କୋଭାକ୍ସିନର ବ୍ୟବହାରକୁ ଗ୍ରୀନ ସିଗ୍ନାଲ ପ୍ରଦାନ କରିଛନ୍ତି।

ଏବେ Ocugen ଆମେରିକାରେ ଛୋଟ ପିଲାଙ୍କୁ ଏହି ଟିକାର ଡୋଜ୍‌ ଦେବାକୁ ଚାହୁଁଛି। କମ୍ପାନୀ ପକ୍ଷରୁ ବିଭିନ୍ନ ଦେଶରେ ଛୋଟ ପିଲାଙ୍କ ଉପରେ କରାଯାଇଥିବା ଟିକାର ଟ୍ରାଏଲ ତଥ୍ୟକୁ ଆମେରିକାର ଏଫଡିଏ ନିକଟରେ ଦାଖଲ କରାଯାଇଛି। ଆମେରିକାର ହୋଇଥିବା ଟ୍ରାଏଲରେ ୫୨୬ ଜଣ ଛୋଟ ପିଲା ସାମିଲ ହୋଇଥିଲେ।

ସମସ୍ତଙ୍କୁ ୨୮ ଦିନର ବ୍ୟବଧାନରେ ଟିକାର ଦୁଇଟି ଯାକ ଡୋଜ୍‌ ଦିଆଯାଇଥିଲା। ଭାରତରେ ମଧ୍ୟ ୨୫,୮୦୦ ପିଲାଙ୍କ ଉପରେ ଏହାର ପରୀକ୍ଷା କରାଯାଇଥିଲା। ପରୀକ୍ଷା ବେଳେ ଟିକା ନେଇଥିବା ପିଲାମାନଙ୍କ ଶରୀରରେ କରୋନା ବିରୋଧୀ ଆଣ୍ଟିବଡି ସୃଷ୍ଟି ହେଉଥିବା ଜଣାପଡ଼ିଛି।

ସେହିପରି ଟିକା ନେବା ପରେ ପ୍ରାପ୍ତ ବୟସ୍କଙ୍କ ଶରୀରରେ ଯେଉଁ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି, ଛୋଟ ପିଲାଙ୍କ ଶରୀରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ଏସବୁର ତଥ୍ୟ Ocugen ଆମେରିକାର ଏଫଡିଏ ପାଖରେ ଦାଖଲ କରିଛି। ଏହାକୁ ସମୀକ୍ଷା କରିବା ପରେ ଏଫଡିଏ ଟିକାର ବ୍ୟବହାର ଛୋଟ ପିଲାମାନଙ୍କ ଉପରେ ହେବ କି ନାହିଁ, ତା’ର ନିଷ୍ପତ୍ତି ନେବ।

The post ଆମେରିକାରେ ଛୋଟ ପିଲାଙ୍କୁ ଦିଆଯିବ କୋଭାକ୍ସିନ? କମ୍ପାନୀ ମାଗିଲା ଅନୁମତି appeared first on Odisha Reporter.



from Odisha Reporter https://ift.tt/3BRbw6X

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages