ମିଷ୍ଟର ଝକାସ ଅସୁସ୍ଥ, ଜର୍ମାନୀରେ ଚାଲିଛି ଚିକିତ୍ସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 26, 2021

ମିଷ୍ଟର ଝକାସ ଅସୁସ୍ଥ, ଜର୍ମାନୀରେ ଚାଲିଛି ଚିକିତ୍ସା

ମୁମ୍ବାଇ:  ଅସୁସ୍ଥ ହୋଇ ପଡ଼ିଛନ୍ତି ବଲିଉଡର ମିଷ୍ଟର ଝକାସ ଅନିଲ କପୁର । ୬୦ ପରେ ବି ଚଳଚଞ୍ଚଳ ରହୁଥିବା ତଥା ସବୁବେଳେ ବିନ୍ଦାସ ରହୁଥିବା ମିଷ୍ଟର ଇଣ୍ଡିଆ ଏବେ ଚିକିତ୍ସା ନିମନ୍ତେ ଜର୍ମାନୀରେ ଅଛନ୍ତି। ଏକ ଭିଡଓ ଶେଆର କରି ଏ ନେଇ ନିଜ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି ଏଭରଗ୍ରୀନ୍‌ ଅନିଲ କପୁର।

ଇନଷ୍ଟାରେ ଶେଆର କରିଥିବା ଭିଡିଓରେ ଅନୀଲ ବରଫ ଆଚ୍ଛାଦିତ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ତାହାର ମଜା ନେଉଥିବା ଦେଖିବାକୁ ମିଳୁଛି। ଏହି ଭିଡିଓରେ ସେ ଲେଖିଛନ୍ତି- “ବରଫରେ ଏକଦମ ପରଫେକ୍ଟ ୱାକ୍‌। ଜର୍ମାନୀରେ ଶେଷ ଦିନ । ମୋ ଚିକିତ୍ସାର ଶେଷ ଦିନରେ ଡା.ମୁଲରଙ୍କୁ ସାକ୍ଷାତ ନିମନ୍ତେ ଯାଉଛି। ତାଙ୍କ ଯାଦୁ ସ୍ପର୍ଶ ପାଇଁ ତାଙ୍କ ପ୍ରତି ସବୁ ଦିନ ଲାଗି କୃତଜ୍ଞ।”

ଅନିଲ ଏହି ଭିଡିଓ ପୋଷ୍ଟ କରିବା ପରେ ଫ୍ୟାନ୍ସମାନେ ଏହାକୁ ଲାଇକ୍‌ କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏପରିକି ଅନିଲଙ୍କ ପତ୍ନୀ ସୁନିତା କପୁର ଓ ଅଭିନେତ୍ରୀ ନିତୁ କପୁର ମଧ୍ୟ ଏହାକୁ ଲାଇକ୍‌ କରିଛନ୍ତି। ଦୀର୍ଘ ବର୍ଷ ହେଲାଣି ଅନିଲ ପାଦରେ ଯନ୍ତ୍ରଣାଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି। ଏହାର ଚିକିତ୍ସା ନିମନ୍ତେ ନିଜ ଟାଇଟ୍‌ ସିଡ୍ୟୁଲରୁ ବ୍ରେକ୍‌ ନେଇ ସେ ଜର୍ମାନୀ ଯାଇଛନ୍ତି।

ୱର୍କଫ୍ରଣ୍ଟ କଥା କହିଲେ ଅନିଲ କପୁର ଶେଷ ଥର ପାଇଁ ଅନୁରାଗ କଶ୍ୟପଙ୍କ ଥ୍ରୀଲର ଫିଲ୍ମ ‘ଏକେ ଭର୍ସେସ୍‌ ଏକେ’ ରେ ଦେଖା ଯାଇଥିଲେ। ଏହାବାଦ ‘ଆନିମଲ’, ‘ୟୁଗ ୟୁଗ ଜିଓ’ରେ ବି ନଜର ଆସିବେ। ଏହି ଫିଲ୍ମରେ ସେ ନୀତୁ କପୁରଙ୍କ ସହ ସ୍କ୍ରିନ୍‌ ଶେଆର କରିବେ।

The post ମିଷ୍ଟର ଝକାସ ଅସୁସ୍ଥ, ଜର୍ମାନୀରେ ଚାଲିଛି ଚିକିତ୍ସା appeared first on Odisha Reporter.



from Odisha Reporter https://ift.tt/3lcNlKK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages