ନୂଆଦିଲ୍ଲୀ: କଂଗ୍ରେସର ଜଣେ ପୂର୍ବତନ ବିଧାୟକ ୪ ଜଣ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି। ଘଟଣାଟି ଘଟିଛି ଦିଲ୍ଲୀର ଓଖଲା ଅଞ୍ଚଳରେ।
କଂଗ୍ରେସର ଏହି ପୂର୍ବତନ ବିଧାୟକଙ୍କ ନାଁ ମହମ୍ମଦ ଅସିଫ ଖାଁ। ସେ ସାଉଥ୍ ଦିଲ୍ଲୀ ମୁନ୍ସିପାଲ୍ କର୍ପୋରେସନ୍ (ଏସ୍ଡିଏମ୍ସି)ର ୪ ଜଣ କର୍ମଚାରୀଙ୍କୁ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହୋଇଛି। କେବଳ ଏତିକି ନୁହେଁ, ସେ ସେମାନଙ୍କୁ ରାସ୍ତା ଉପରେ ଗାଳି ଗୁଲଜ କରିବା ସହିତ କାନ ଧରି ଚୌକି ବସିବା ପାଇଁ ବାଧ୍ୟ କରୁଥିବା ଦେଖିବାକୁ ମିଳିଛି।
ଓଖଲା ଅଞ୍ଚଳରେ ମହମ୍ମଦ ଅସିଫ ଖାଁ ତାଙ୍କର କିଛି ଦଳୀୟ ପୋଷ୍ଟର ଲଗାଇଥିଲେ। ଏସ୍ଡିଏମ୍ସିର ଏହି କର୍ମଚାରୀମାନେ ସେହି ପୋଷ୍ଟର ଗୁଡ଼ିକୁ ଖୋଲି ଦେଇଥିଲେ। ଏହାକୁ ନେଇ ମହମ୍ମଦ ଅସିଫ ଖାଁ ରାଗି ଯାଇଥିଲେ ଓ ଉକ୍ତ କର୍ମଚାରୀମାନଙ୍କ ସହିତ ବର୍ବୋରଚିତ ବ୍ୟବହାର କରିଥିଲେ।
ଏହି ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ପୁଲିସ୍ ପୂର୍ବତନ ବିଧାୟକ ମହମ୍ମଦ ଅସିଫ ଖାଁଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ଉକ୍ତ ଲୋକମାନେ ଏସ୍ଡିଏମ୍ସିର କର୍ମଚାରୀ ବୋଲି ସେ ଜାଣି ନଥିଲେ ବୋଲି କହିଛନ୍ତି ମହମ୍ମଦ ଅସିଫ।
ସେ କହିଛନ୍ତି, ମୁଁ ଜାଣେ ନାହିଁ ସେମାନେ କିଏ। ମୁଁ ଏସ୍ଡିଏମ୍ସିରୁ ମଧ୍ୟ ଏନେଇ କୌଣସି ଫୋନ୍ କଲ୍ ବା ମେସେଜ୍ ପାଇ ନାହିଁ। ବେଶ୍ କିଛି ଦିନ ହେଲା ଓଖଲା ଅଞ୍ଚଳରେ ମୁଁ ଲଗାଉଥିବା ପୋଷ୍ଟର ଗୁଡ଼ିକୁ କେହି ହଟାଇ ଦେଉଥିଲା। ସ୍ଥାନୀୟ ଅଞ୍ଚଳର କର୍ପୋରେଟର ଓ ଆପ୍ ବିଧାୟକ ଲଗାଇଥିବା ପୋଷ୍ଟରକୁ କେହି ହାତ ଲଗାଉ ନାହାନ୍ତି। କିନ୍ତୁ ମୁଁ ଲଗାଉଥିବା ପୋଷ୍ଟର କାଢ଼ି ନେଉଛନ୍ତି। ଏନେଇ ମୁଁ ଉକ୍ତ ଲୋକମାନଙ୍କୁ ପ୍ରଶ୍ନ କରିଥିଲି। କିନ୍ତୁ ସେମାନେ କିଛି କହି ନଥିଲେ। ତେଣୁ ମୁଁ ସେମାନଙ୍କୁ ଉଚିତ୍ ଶିକ୍ଷା ଦେଇଥିଲି।
ଏସ୍ଡିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କର୍ମଚାରୀଙ୍କ ସହିତ ଏମିତି ବ୍ୟବହାର କେହି କରିପାରିବେ ନାହିଁ। ଘଟଣା ସଂପର୍କରେ ସେଣ୍ଟ୍ରାଲ ଜୋନ୍ ଡେପୁଟି କମିଶନରଙ୍କୁ ଅବଗତ କରାଯାଇଛି। ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସୂଚନାଯୋଗ୍ୟ, କଂଗ୍ରେସର ପୂର୍ବତନ ବିଧାୟକଙ୍କ ରୋଷର ଶିକାର ହୋଇଥିବା ଏସ୍ଡିଏମ୍ସିର ଏହି କର୍ମଚାରୀମାନେ ବିନା ଅନୁମତିରେ ସହରରେ ଲାଗିଥିବା ପୋଷ୍ଟର ଓ ବିଜ୍ଞାପନ ଆଦିକୁ ଖୋଲିବା କାର୍ଯ୍ୟ କରନ୍ତି।
"We are registering a case in connection with a viral video where former Congress MLA from Okhla, Asif Khan was seen misbehaving with some people who had removed a poster outside his home," says Delhi Police. pic.twitter.com/5jd5muyOhw
— ANI (@ANI) November 26, 2021
The post ସରକାରୀ କର୍ମଚାରୀଙ୍କୁ ପିଟିଲେ ପୂର୍ବତନ କଂଗ୍ରେସ ବିଧାୟକ appeared first on Odisha Reporter.
from Odisha Reporter https://ift.tt/3D1uEQ2
No comments:
Post a Comment