‘ମହୁଠୁ ବି ମିଠା କହିଲେ ପ୍ରଧାନମନ୍ତ୍ରୀ, ହେଲେ ଭରସା ପାଉନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 19, 2021

‘ମହୁଠୁ ବି ମିଠା କହିଲେ ପ୍ରଧାନମନ୍ତ୍ରୀ, ହେଲେ ଭରସା ପାଉନି’

ନୂଆଦିଲ୍ଲୀ: “କୃଷି ଆଇନ୍‌ ପ୍ରତ୍ୟାହାର ପାଇଁ ମାସ ମାସ ଧରି ଚାଲିଲା ଆନ୍ଦୋଳନ। ରାଜରାସ୍ତାରେ ହାଡ଼ଭଙ୍ଗା ଶୀତ, କାକରରେ ପଡ଼ି ରହିଲେ ଚାଷୀ । ପୁଲିସ୍‌ଠୁ ମାଡ଼ ଖାଇଲେ । ୧୦ ହଜାର ମକଦ୍ଦମା ହେଲା  । ୭୫୦ ଚାଷୀ ସହୀଦ ହେଲେ । ଏହାପରେ ପ୍ରଧାନମନ୍ତ୍ରୀ ଗୋଟିଏ ଝଟକାରେ ହଠାତ୍‌ ଆଇନ୍‌ ପ୍ରତ୍ୟାହାର କରିଦେଲେ। କାହା ସହ କିଛି ବି ଆଲୋଚନା କଲେନି। ପ୍ରଧାନମନ୍ତ୍ରୀ ଏତେ ମିଠା କଥା କହିଲେ ଯେ ମହୁ ବି ତାଙ୍କ ଆଗରେ ଫେଲ୍‌ ମାରିଯିବ।”

ଗତକାଲି ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କୃଷି ଆଇନ୍‌ ପ୍ରତ୍ୟାହାର କରାଯିବା ନେଇ ଘୋଷଣା କରିବା ପରେ ଏପରି କହିଛନ୍ତି କୃଷକ ନେତା ରାକେଶ ଟିକେତ ।

ଏନେଇ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମିଠା ମିଠା ଭାଷାରେ ଯାହା ସବୁ ଘୋଷଣା କରିଦେଲେ, ତାହାକୁ ନେଇ ଆଲୋଚନା, ତର୍ଜମା ହେବା ଆବଶ୍ୟକ । ଆଗକୁ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଆସୁଥିବା ବେଳେ ତା’ ପୂର୍ବରୁ ପ୍ରଧାନମନ୍ତ୍ରୀ ଏପରି ନିର୍ବାଚନୀ ଚାଲ ଖେଳିଲେକି ବୋଲି ପ୍ରଶ୍ନର ଉତ୍ତରରେ ରାକେଶ କହିଛନ୍ତି, ସେ କ’ଣ ପାଇଁ ଏପରି କଲେ ଆମେ ଜାଣିନୁ। ହେଲେ ଆମ କାମ ହୋଇଯିବା ଦରକାର। ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରି ଏ ସମ୍ପର୍କରେ ସ୍ପଷ୍ଟ ଭାବେ ଜଣାଇବା ଦରକାର। ଏଥିନିମନ୍ତେ ଗ୍ୟାରେଣ୍ଟି ଆଇନ୍‌ ଦରକାର।

ଏଥିସହ ସେ କହିଛନ୍ତି, ଏମଏସ୍‌ପି ଧାର୍ଯ୍ୟ କରିବାକୁ ଥିବା ମେକାନିଜିମ୍‌ ଉପରେ ଭରସା ନାହିଁ। ଅଧା ରେଟ୍‌ରେ ଆମେ କାହିଁକି ନିଜ ଫସଲ ବିକୁବୁ। ଏହାଠୁ ଭଲ ତାହାକୁ ଘରେ ରଖିବୁ। କେବଳ ସେତିକି ନୁହେଁ  ଏ ଯାଏ ସ୍ୱାମିନାଥନ କମିଟି ସମ୍ପର୍କରେ ବି କିଛି ଆଲୋଚନା ହୋଇନି।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଆଗାମୀ ରଣନୀତି କ’ଣ ରହିବ ବୋଲି ପଚରା ଯିବାରୁ ଆଜି ସିନ୍ଧୁ ବର୍ଡରରେ ଚାଷୀ ସଙ୍ଗଠନଙ୍କ ମହାସମାବେଶ ଅଛି ବୋଲି କହିଲେ ଚାଷୀ ନେତା ରାକେଶ ଟିକେତ । ଏଥିସହ ସେ କହିଛନ୍ତି ଆଜି ହେବାକୁ ଥିବା ମହାସମାବେଶରେ ଚାଷୀ ଆନ୍ଦୋଳନର ଆଗାମୀ ରଣନୀତି କ’ଣ ହେବ ସ୍ଥିର କରାଯିବ। ଚାଷୀମାନେ ଫେରିଯିବେ ନା ଆଉ କିଛି ଦାବି ଉପସ୍ଥାପନ କରିବେ ତାହା ଉପରେ ନିଷ୍ପତ୍ତି ନିଆଯିବ।

The post ‘ମହୁଠୁ ବି ମିଠା କହିଲେ ପ୍ରଧାନମନ୍ତ୍ରୀ, ହେଲେ ଭରସା ପାଉନି’ appeared first on Odisha Reporter.



from Odisha Reporter https://ift.tt/3cx5TR0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages