ତିରୁପତି:ବଙ୍ଗୋପସାଗରେ ହୋଇଥିବା ଡିପ୍ରେସନ ହେତୁ ଗତ ଗୁରୁବାରଠାରୁ ଆନ୍ଧ୍ରପ୍ରଦେଶରେ ଲଗାଣ ବର୍ଷା ହେବାରେ ଲାଗିଛି। ଏଥିଯୋଗୁ ବିଭିନ୍ନ ନଦୀ ଉଛୁଳି ଭୟଙ୍କର ବନ୍ୟା ଆସିଛି। ଏହି ବନ୍ୟାରେ ପ୍ରାୟ ୧୭ ଲୋକଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ନଦୀରେ ବହୁ ମୃତଦେହ ଭାସୁଛି।
ଆନ୍ଧ୍ରର ୪ ଜିଲ୍ଲା ଚିତ୍ତୋର, କଡ଼ପା, କରନୋଣଲ ଓ ଅନନ୍ତପୁରରେ ଏହିପରି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ୪ ଜିଲ୍ଲାର ପ୍ରାୟ ଶହେରୁ ଅଧିକ ଲୋକ ନିଖୋଜ ହୋଇ ଯାଇଥିବା ଜଣାଯାଇଛି। ପାଣିରେ ବହୁ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଛି। ପ୍ରାୟ ୭ଟି NDRF ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।
ରାମପୁରମ ନିକଟରେ ୩ଟି ଯାତ୍ରୀବାହୀ ବସ୍ ଭାସିଯାଇଥିବା ଜଣାଯାଇଛି। ଅଗ୍ନିଶମ ବାହିନୀ କର୍ମଚାରୀ ବହୁ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣ ଭାସି ଯାଇଛନ୍ତି। ରାୟଭରମ ନିକଟବର୍ତ୍ତୀ ଗାନ୍ଦୁଲୁରରୁ ବହୁ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମଣ୍ଡପଲ୍ଲୀଠାରୁ ୨ଟି ଉଦ୍ଧାର ହୋଇଛି।
୩ଟି ଗାଁ ମଣ୍ଡପଲ୍ଲୀ, ଅକ୍କେପାଡୁ, ନାଦାଲୁରୁ ଗାଁର ୩୦ ଜଣ ବନ୍ୟା ଜଳରେ ଭାସି ଯାଇଥିବା ବେଳେ ସେମାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।
ବନ୍ୟା ଯୋଗୁ ରେଲୱେ ଟ୍ରାକ୍ ଓ ନ୍ୟାସନାଲ ହାଇୱେ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଏଥିଯୋଗୁ ବହୁ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କଡ଼ପା ଏୟାରପୋର୍ଟକୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ନାଦାଲୁର ଓ ରାଜମ୍ପଟ ମଧ୍ୟରେ ଥିବା ରେଳ ସେବାକୁ ଅନ୍ୟ ଦିଗରେ ଡାଇଭର୍ଟ କରାଯାଇଛି।
ତୁଙ୍ଗଭଦ୍ରା ନଦୀରେ ବନ୍ୟା ଜଳ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ୩୯ ବର୍ଷରେ ଏହା ପ୍ରଥମ ଥର ପାଇଁ ଘଟିଛି, ଯେ ତୁଙ୍ଗଭଦ୍ରା ନଦୀରେ ପାଣି ଉଛୁଳିକି ରହିଛି। ଏପରିକି ନଦୀର ୧୨ଟି ଗେଟ୍ ଖୋଲିବାକୁ ଆଲୋଚନା ଚାଲିଛି। ଏହାଦ୍ୱାରା ତଳ ଅଞ୍ଚଳରେ ଅଧିକ ବନ୍ୟା ହେବାର ଆଶଙ୍କା ରହିଛି।
The post ଆନ୍ଧ୍ରରେ ଭୟଙ୍କର ବନ୍ୟା; ୧୭ ମଲେଣି, ନଦୀରେ ଭାସୁଛି ମୃତଦେହ appeared first on Odisha Reporter.
from Odisha Reporter https://ift.tt/329l00Y
No comments:
Post a Comment