ଆଜି କାର୍ତ୍ତିକ ପୂର୍ଣ୍ଣିମା, ବିଭିନ୍ନ ଜଳାଶୟରେ ଅସମ୍ଭବ ଭିଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 18, 2021

ଆଜି କାର୍ତ୍ତିକ ପୂର୍ଣ୍ଣିମା, ବିଭିନ୍ନ ଜଳାଶୟରେ ଅସମ୍ଭବ ଭିଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆଜି କାର୍ତ୍ତିକ ପୂର୍ଣ୍ଣିମା । ବର୍ଷକ ମଧ୍ୟରେ କାର୍ତ୍ତିକ ମାସକୁ ଶ୍ରେଷ୍ଠ ବୋଲି ବିବେଚନା କରାଯାଉଥିବା ବେଳେ ଆଜି ହେଉଛି ସବୁଠୁ ପୂଣ୍ୟ ଦିନ କାର୍ତ୍ତିକ ପୂର୍ଣ୍ଣିମା। ଏହି ଦିନ ଓଡ଼ିଆ ଭାଷାଭାଷୀ ଲୋକ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଥାନ୍ତି।

ତେବେ କରୋନା ସମୟରେ ରାଜ୍ୟରେ ସମୁଦ୍ର ବେଳା ଓ ଜଳାଶୟ ଗୁଡିକରେ ଅଧିକ ଭିଡ଼ ସମ୍ଭାବନା ଥିବାରୁ ଏହିସବୁ ସ୍ଥାନ ଗୁଡିକରେ ବୋଇତ ବନ୍ଦାଣ ଉପରେ ମଧ୍ୟ କଟକଣା ଲଗାଯାଇଛି ।  ତଥାପି ରାଜଧାନୀର ବିଭିନ୍ନ ଜଳାଶୟ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଜଳାଶୟରେ ଭୋରୁ ଭୋରୁ ଦେଖିବାକୁ ମିଳିଛି ଅସମ୍ଭବ ଭିଡ଼ ।

ସେପଟେ କଟକ ସହରରେ ସର୍ବସାଧାରଣ ଡଙ୍ଗାଭସା ଉପରେ ବି ଲାଗିଛି କଟକଣା।  ଗଂଜାମରେ ଗତକାଲି ଅପରାହ୍ନ ୨ଟାରୁ ବିଭିନ୍ନ ବେଳାଭୂମିରେ ଏକତ୍ରିତ ହେବା ଉପରେ କଟକଣା ଲାଗିଥିବା ବେଳେ ତାହା  ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

The post ଆଜି କାର୍ତ୍ତିକ ପୂର୍ଣ୍ଣିମା, ବିଭିନ୍ନ ଜଳାଶୟରେ ଅସମ୍ଭବ ଭିଡ଼ appeared first on Odisha Reporter.



from Odisha Reporter https://ift.tt/3qN64Qx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages