ଫିକା ପଡ଼ିଲା କାର୍ତ୍ତିକ ପୂର୍ଣ୍ଣିମା; ଶ୍ରୀଜିଉଙ୍କ ସୁନାବେଶ ଦର୍ଶନରୁ ବଂଚିତ ଶ୍ରଦ୍ଧାଳୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 18, 2021

ଫିକା ପଡ଼ିଲା କାର୍ତ୍ତିକ ପୂର୍ଣ୍ଣିମା; ଶ୍ରୀଜିଉଙ୍କ ସୁନାବେଶ ଦର୍ଶନରୁ ବଂଚିତ ଶ୍ରଦ୍ଧାଳୁ

ପୁରୀ(ଓଡ଼ିଶା ରିପୋର୍ଟର): ଧର୍ମମାସ କାର୍ତ୍ତିକର ଆଜି ଶେଷ ଦିନ । ମାସକ ଯାକ ନିଷ୍ଠାର ସହ ବ୍ରତ ପାଳୁଥିବା ହବିଷ୍ୟାଳୀ ଆଜି ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରି ବ୍ରତ ଶେଷ କରିଥାନ୍ତି।  ହେଲେ କରୋନା କଟକଣା ପାଇଁ ଫିକା ପଡିଯାଇଛି ପରମ୍ପରା ।

ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଫଳରେ କାର୍ତ୍ତିକ ପୂର୍ଣ୍ଣମୀରେ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନରୁ ବଂଚିତ ହେବେ ଶ୍ରଦ୍ଧାଳୁ । ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏହି ପର୍ବ ପାଳିବାକୁ ସବୁଠି ଥାଏ ଉତ୍ସାହ । ହେଲେ କରୋନା କଟକଣା ପାଇଁ ଫିକା ପଡିଯାଇଛି ପରମ୍ପରା ।

କରୋନା କଟକଣା ଯୋଗୁ  କିଛି ସ୍ଥାନରେ ବୋଇତ ବନ୍ଦାଣ ବନ୍ଦ ଥିବା ବେଳେ ଆଉ କେତେକ ସ୍ଥାନରେ କଟକଣାକୁ ଫୁ କରି ଲୋକେ ବୋଇତ ଭସାଣ କରିଥିବା ଦେଖିବାକୁ ମିଳିଛି । ପୁରୀ ସମୁଦ୍ର ବେଳାଭୂମୀରେ ଲୋକେ ଡଙ୍ଗା ଭସାଣ କରୁଥିବା ଦେଖିବାକୁ ମିଳିଛି।

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଣର ବିଧି ଶହ ଶହ ବର୍ଷ ପୁରୁଣା ପରମ୍ପରା ରହିଛି  । ତେଣୁ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ଏହି ପର୍ବ ପାଳିବାକୁ ସବୁଠି ଲୋକଙ୍କ ମଧ୍ୟରେ ଉତ୍ସାହ ରହିଥାଏ ।

The post ଫିକା ପଡ଼ିଲା କାର୍ତ୍ତିକ ପୂର୍ଣ୍ଣିମା; ଶ୍ରୀଜିଉଙ୍କ ସୁନାବେଶ ଦର୍ଶନରୁ ବଂଚିତ ଶ୍ରଦ୍ଧାଳୁ appeared first on Odisha Reporter.



from Odisha Reporter https://ift.tt/2Z0ZJW6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages