୩ ହେଭିୱେଟ ସମ୍ଭାଳିବେ ୟୁପି କମାଣ, ୩୦୦ ପ୍ଲସ୍‌ ପାଇଁ ଶାହଙ୍କ ମନ୍ତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 18, 2021

୩ ହେଭିୱେଟ ସମ୍ଭାଳିବେ ୟୁପି କମାଣ, ୩୦୦ ପ୍ଲସ୍‌ ପାଇଁ ଶାହଙ୍କ ମନ୍ତ୍ର

ନୂଆଦିଲ୍ଲୀଆ ଆଗକୁ ଆସୁଛି ଉତ୍ତରପ୍ରଦେଶ ନିର୍ବାଚନ । ଗତ ଥର ପରି ଏଥର ବି ଶାସନ କ୍ଷମତାକୁ ହାତେଇବାକୁ ବିଜେପି ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ। ବିଜେପିକୁ ୟୁପି ନିର୍ବାଚନ ବୈତରଣୀ ପାର କରାଇବାକୁ ମଙ୍ଗ ଧରିଛନ୍ତି ଦଳର ୩  ହେଭିଓ଼ୱେଟ ନେତା ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ୩ ଟାଣୁଆ ନେତାଙ୍କ ମଧ୍ୟରେ କ୍ଷେତ୍ର ବଣ୍ଟନ କରାଯାଇଛି। ତୃଣମୂଳ ସ୍ତରକୁ ଯାଇ ଏହି ନେତାମାନେ ପ୍ରସ୍ତୁତ କରିବେ ରଣନୀତି।

ଶାହ ପଶ୍ଚିମ ୟୁପି ଓ ବୃଜ ଅଞ୍ଚଳ କଥା ବୁଝିବେ। ଉତ୍ତର ୟୁପିରେ ପାର୍ଟି ନିଜ ସ୍ଥିତି ମଜବୁତ କରିବାକୁ ମନସ୍ଥ କରିଥିବା ବେଳେ ଏଠାରେ ଦଳର ମଙ୍ଗ ଧରିବେ ରାଜନାଥ ସିଂ ।  ଏହା ମଧ୍ୟରେ ପ୍ରଧାମନ୍ତ୍ରୀଙ୍କ ନିର୍ବାଚନୀ କ୍ଷେତ୍ର ବାରଣାସୀ ଓ ଅଯୋଧ୍ୟା ବି ଆସୁଛି। ଏହାବାଦ କାନପୁର ଓ ଗୋରଖପୁରରେ ଦଳର ସ୍ଥିତି ପରଖିବେ ଜେପି ନଡ୍ଡା।

ଆଜି ସକାଳୁ ସକାଳୁ ନୂଆଦିଲ୍ଲୀରେ ଦଳ ପକ୍ଷରୁ ଅନୁଷ୍ଠିତ ବୈଠକରେ ବହୁ ବରିଷ୍ଠ କେନ୍ଦ୍ର ଓ ରାଜ୍ୟର ମନ୍ତ୍ରୀ ଉପସ୍ଥିତ ଥିଲେ। ବୈଠକରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ,ଧର୍ମେନ୍ଦ୍ର ପ୍ରଧାନ, ରାଧାମୋହନ ସିହ, ସ୍ୱତନ୍ତ୍ର ଦେବ ସିଂ, ସୁନୀଲ ବଂଶଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ପ୍ରଧାମନ୍ତ୍ରୀଙ୍କ ୟୁପି ନିର୍ବାଚନ ଗସ୍ତ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ଏହାବାଦ ପ୍ରମୁଖ ନେତାମାନେ  ପ୍ରତି ବୁଥ୍‌ ଲିଡରଙ୍କ ସହ ସମ୍ପର୍କରେ ରହିବା ସହ ଭୋଟରଙ୍କୁ ବୁଥ୍‌କୁ ଆଣିବାକୁ ଉତ୍ସାହିତ କରିବେ ବୋଲି ପ୍ରସ୍ତୁତ ହୋଇଛି ଯୋଜନା ।

ଭୋଟରଙ୍କ ସହ ସିଧାସଳଖ ଯୋଗାଯୋଗ ପାଇଁ ବିଜେପି ଖୁବ୍‌ ଶୀଘ୍ର ଉତ୍ତରପ୍ରଦେଶରେ ‘ବିଜୟ ସଙ୍କଳ୍ପ ରଥ ଯାତ୍ରା’  ଆରମ୍ଭ କରିବ। ଏହାକୁ ରାଜ୍ୟର ଚାରି କୋଣରୁ ଏକକାଳୀନ ଆରମ୍ଭ କରିବାକୁ ଯୋଜନା କରାଯାଇଛି। ଏହି ରଥଯାତ୍ରା ପଶ୍ଚିମ ଉତ୍ତରପ୍ରଦେଶ, ପୂର୍ବାଞ୍ଚଳ, ବ୍ରଜରୁ ବୁନ୍ଦେଲଖଣ୍ଡର ସମସ୍ତ ଅଞ୍ଚଳକୁ ପରିବ୍ୟାପ୍ତ ହେବ ।  ଡିସେମ୍ବର ପ୍ରଥମ ସପ୍ତାହରେ ସମସ୍ତ ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତି ଚାଲିଛି। ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀରେ ଏହି ଯାତ୍ରା ପହଞ୍ଚିବ ।  ପ୍ରାୟ ଦୁଇ ସପ୍ତାହ ଧରି ଚାଲିବାକୁ ଥିବା ସମସ୍ତ ଚାରିଟି ଯାତ୍ରାକୁ ଲକ୍ଷ୍ନୌରେ ସମାପ୍ତ କରାଯିବ। ଏହି ଅବସରରେ ଏକ ବଡ ସମାବେଶ ହେବ ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଉପସ୍ଥିତ ରହି ଅଭିଭାଷଣ ଦେବେ।

ଉତ୍ତରପ୍ରଦେଶ ନିର୍ବାଚନକୁ ରାଜନୀତି ଭାଷାରେ ଗେଟୱେ ଅଫ୍‌ ଦିଲ୍ଲୀ କୁହାଯାଉଥିବା ବେଳେ କୌଣସି ବି ଅବସ୍ଥାରେ ଏହାକୁ ମିସ୍‌ କରିବାକୁ ଚାହୁଁ ନାହାନ୍ତି ଶାହା। ପୂର୍ବରୁ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ଶୋଚନୀୟ ପରାଜୟ ବରଣ କରିଥିବା ବେଳେ ଆସାମରେ ଜିତିଥିଲେ ବି ଏହାର ପ୍ରଦର୍ଶନ ନୈରାଶଜନକ ଥିଲା। ତେଣୁ ଉତ୍ତରପ୍ରଦେଶ ନିର୍ବାଚନକୁ କୌଣସି ବି ପରିସ୍ଥିତିରେ ହାତଛଡ଼ା କରିବାକୁ ଚାହୁଁନି ବିଜେପି।

ତେଣୁ ଦଳ ମିଶନ ଉତ୍ତରପ୍ରଦେଶ ୨୦୨୨ ପାଇଁ ଆରମ୍ଭ କରି ଦେଇଛି ଜୋରଦାର ସଜବାଜ। ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତାମାନେ ରାଜ୍ୟ ଭ୍ରମଣ ଆରମ୍ଭ କରିଦେଇଛନ୍ତି।  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ୟୁପି ଗସ୍ତ ସମୟରେ ଦଳୀୟ କର୍ମୀଙ୍କୁ ୩୦୦ ପ୍ଲସ୍ ମନ୍ତ୍ର ଦେଇଛନ୍ତି। ଉତ୍ତରପ୍ରଦେଶରେ  ବିଜୟ “୨୦୨୪ ପାଇଁ ଦ୍ୱାର ଖୋଲିବ” ବୋଲି କହିଛନ୍ତି ଶାହ ।

ବିଜେପି ସଭାପତି ଜେ.ପି ନଡ୍ଡାଙ୍କୁ ୟୁପି ବିଜେପିର ଗୁରୁତ୍ୱପୂର୍ଣ୍ଣ ନେତାମାନେ ଆଜି ଦିଲ୍ଲୀରେ ସାକ୍ଷାତ କରୁଛନ୍ତି। ଏହି ଗସ୍ତରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ମଧ୍ୟ ସାମିଲ ହେବେ। ମନ୍ତ୍ରୀଙ୍କ ମାଧ୍ୟମରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସଫଳତାକୁ ପ୍ରୋତ୍ସାହିତ କରାଯିବ।

ରାଜନାଥ ସିଂ ଆସନ୍ତା ୨୫ ତାରିଖରେ ସିତାପୁର ଓ ଜୁନପୁରରେ ହେବାକୁ ଥିବା ବୁଥ୍‌ ପ୍ରେସିଡେଣ୍ଟ ବୈଠକରେ ଉପସ୍ଥିତ ରହିବେ। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତା ୨୨ ଓ ୨୩ରେ ଉତ୍ତରପ୍ରଦେଶ ଗସ୍ତ କରିବେ।  ଗୋରଖପୁରରେ ହେବାକୁ ଥିବା ବୁଥ୍‌ ପ୍ରେସିଡେଣ୍ଟ ବୈଠକକୁ ସେ ୨୨ ତାରିଖରେ ଓ କାନପୁରରେ ହେବାକୁ ଥିବା ବୈଠକରେ ୨୩ ତାରିଖରେ ଯୋଗ ଦେବେ।    ଆସନ୍ତା ବର୍ଷ ଆରମ୍ଭ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ବିଜେପି ପାଇଁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବ।

ଉତ୍ତରପ୍ରଦେଶର ଶାସନ ଗାଦିରେ ବସିବାକୁ ଅମିତ ଶାହ ମାଷ୍ଟର ଷ୍ଟ୍ରାଟାଜି ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି। ଏପରିକି ଅଖିଳେଶ ଯାଦବ ଓ ମାୟାବତୀଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ କରିଛନ୍ତି ଗେମ୍‌ ପ୍ଲାନ୍‌ । ଏଥର ବିଜେପିକୁ ସମାଜବାଦୀ ପାର୍ଟି ତରଫରୁ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରିଛନ୍ତି।

The post ୩ ହେଭିୱେଟ ସମ୍ଭାଳିବେ ୟୁପି କମାଣ, ୩୦୦ ପ୍ଲସ୍‌ ପାଇଁ ଶାହଙ୍କ ମନ୍ତ୍ର appeared first on Odisha Reporter.



from Odisha Reporter https://ift.tt/3CxxoEo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages