କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ସତ୍ତ୍ୱେ ଚାଷୀଙ୍କ ଆନ୍ଦୋଳନ ବନ୍ଦ ହେବନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 18, 2021

କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ସତ୍ତ୍ୱେ ଚାଷୀଙ୍କ ଆନ୍ଦୋଳନ ବନ୍ଦ ହେବନି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ ବିବାଦୀୟ କୃଷି ଆଇନକୁ ଶେଷରେ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି। କୃଷି ଆଇନ ପ୍ରତ୍ୟାହାର ହେବ ବୋଲି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଦୀର୍ଘ ଦିନ ହେଲା କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀମାନେ ଏହି ବଡ଼ ବିଜୟରେ ଖୁସି ହେବା ସହ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। କିନ୍ତୁ ତତ୍କାଳ ଭାବେ ଆନ୍ଦୋଳନ ବନ୍ଦ ହେବନି ବୋଲି ସେମାନେ କହିଛନ୍ତି। ଏଥିସହ ଏମଏସପି ଉପରେ ଆଇନଗତ ମାନ୍ୟତା ଦାବି କରିଛନ୍ତି।

ମୋଦି ଆଜି କୃଷି ଆଇନ ପ୍ରତ୍ୟାହାର କରିବା ସମୟରେ ଏମଏସ୍‌ପିକୁ ଅଧିକ ପ୍ରଭାବୀ କରିବା ପାଇଁ ସ୍ୱତନ୍ତ୍ର କମିଠି ଗଠନ କରାଯିବ ବୋଲି କହିଛନ୍ତି। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟର ପ୍ରତିନିଧି ରହିବେ। ଏହି ଘୋଷଣା ସତ୍ତ୍ୱେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି।

ମୋଦି ଆଇନ ପ୍ରତ୍ୟାହାର କରିବାକୁ କହିବା ପରେ ଦିଲ୍ଲୀ ସୀମାରେ ଚାଷୀମାନେ ପରସ୍ପକୁ ମିଠା ବାଣ୍ଟି ଏହାକୁ ସ୍ୱାଗତ କରିଥିଲେ। ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମଧ୍ୟ ଗୋଟିଏ ବିବୃତି ଜାରି କରି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି। ମୋର୍ଚ୍ଚା କହିଛି ଯେ ସେମାନେ କୃଷି ଆଇନ ସଂସଦରେ ପ୍ରତ୍ୟାହାର ହେଲା ଯାଏ ଅପେକ୍ଷା କରିବେ। ଏଥିସହ ମୋର୍ଚ୍ଚା କେବଳ ଆଇନ ପ୍ରତ୍ୟାହାର ନୁହେଁ ବରଂ ଏମଏସପିର ଆଇନଗତ ମାନ୍ୟତା ପାଇଁ ଆନ୍ଦୋଳନ କରୁଥିଲା ବୋଲି ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଇ ଦେଇଛି। ସମସ୍ତ କୃଷି ଜାତୀୟ ଦ୍ରବ୍ୟ ଉପରେ ଏମଏସ୍‌ପିର ଆଇନଗତ ମାନ୍ୟତା ମିଳିବା ଦରକାର। ଏହା ଚାଷୀଙ୍କର ଗୁରୁତ୍ୱପୂର୍ଣ୍ଣ ଦାବି, ଯାହା ଏଯାଏ ପେଣ୍ଡିଂ ରହିଛି ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଏବେ ମୋର୍ଚ୍ଚା ପକ୍ଷରୁ ବୈଠକ ଡକାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।


ଅନ୍ୟପକ୍ଷରେ ରାକେଶ ଟିକାୟତ ଟ୍ୱିଟ କରି କହିଛନ୍ତି ଯେ ଆନ୍ଦୋଳନ ତତ୍କାଳ ଭାବେ ବନ୍ଦ ହେବନି। ଆମେ ସଂସଦରେ କୃଷି ଆଇନ ପ୍ରତ୍ୟାହାର ହେବା ଯାଏ ଅପେକ୍ଷା କରିବୁ। ସରକାର ଚାଷୀଙ୍କ ଏମଏସ୍‌ପି ସହିତ ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ କଥାବାର୍ତ୍ତା କରନ୍ତୁ।

The post କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ସତ୍ତ୍ୱେ ଚାଷୀଙ୍କ ଆନ୍ଦୋଳନ ବନ୍ଦ ହେବନି appeared first on Odisha Reporter.



from Odisha Reporter https://ift.tt/3cpPDBe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages