କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ୍‌’ର କ’ଣ ରହିଛି ଲକ୍ଷଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 28, 2021

କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ୍‌’ର କ’ଣ ରହିଛି ଲକ୍ଷଣ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ୍‌’କୁ ନେଇ ପୂରା ବିଶ୍ୱ ଭୟଭୀତ। ଏହାକୁ ନେଇ ଚାରିଆଡେ ଆତଙ୍କିତ ପରିସ୍ଥିତି ସୃଷ୍ଟି ହୋଇଛି। ପୂର୍ବରୁ କରୋନା ମହାମାରୀର ଭୟାବହତାକୁ ଅଙ୍ଗେ ନିଭାଇ ସାରିଥିବା କିଛି ଦେଶ ଏବେ ଆଗୁଆ ସଜାଗ ହୋଇଛନ୍ତି। ଏହି ଭାରିଏଣ୍ଟ ଅଧିକ ପୂର୍ବାପେକ୍ଷା ଅଧିକ ସଂକ୍ରାମକ ବୋଲି ବିଶ୍ୱା ସ୍ୱାସ୍ଥ୍ୟ ସଙ୍ଗଠନ ଚେତବାନୀ ଦେବା ପରେ ସମସ୍ତଙ୍କ ମନରେ ଛନକା ପଶିଛି। ତେବେ କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ’ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ କ’ଣ ସବୁ ଲକ୍ଷଣ ଦେଖାଦିଏ ସେ ନେଇ ଖୁଲାସା ହୋଇଛି।

ଦକ୍ଷିଣ ଆଫ୍ରିକାରେ ‘ଓମିକ୍ରନ୍‌’ ଭାରିଏଣ୍ଟ ଚିହ୍ନଟ କରିଥିବା ଡାକ୍ତର ଏଙ୍ଗଲିକ୍‌ କୋଏଟ୍‌ଜି ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଦେଉଛି। ଏବଂ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ନହୋଇ ଘରେ ରହି ସୁସ୍ଥ ହେଉଛନ୍ତି।

ଦକ୍ଷିଣ ଆଫ୍ରିକା ମେଡିକାଲ ଆସୋସିଏସନର ସଭାପତି କୋଏଟଜି AFP କୁ କହିଛନ୍ତି, ‘ଗତ ୧୦ ଦିନ ମଧ୍ୟରେ ଏହି ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ୩୦ ଜଣ ରୋଗୀଙ୍କୁ ଚିକିତ୍ସା କିରଛନ୍ତି, ସେମାନଙ୍କଠାରେ ସେଭଳି କୌଣସି ଗୁରୁତର ଲକ୍ଷଣ ନଥିଲା। ଏମାନେ ଲକ୍ଷଣବିହୀନ ହୋଇ ରହିଥିଲା। ଏହି ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ୪୦ ବର୍ଷରୁ କମ୍ ବୟସ୍କ ପୁରୁଷ ଥିଲେ ଏବଂ ଅଧିକାଂଶ ଉଭୟ ଟିକା ନେଇସାରିଥିଲେ।’

ସେ ଆହୁରି କହିଛନ୍ତି, ଓମିକ୍ରନରେ ଆକ୍ରନ୍ତ ହୋଇଥିବା ରୋଗୀଙ୍କ ଠାରେ ସାମାନ୍ୟ ଦେହ ହାତ ଯନ୍ତ୍ରଣା, ଗଳାରେ ଯନ୍ତ୍ରଣା ଏବଂ ଶୁଖିଲା କାଶ ଭଳି ଲକ୍ଷଣ ରହିଛି। କେବଳ କିଛି ରୋଗୀଙ୍କଠାରେ ହିଁ ଜ୍ୱର ଅଧିକ ରହିଛି। କରୋନାର ପୂର୍ବ ଭାରିଏଣ୍ଟ ତୁଳନାରେ ଏହି ଲକ୍ଷଣଗୁଡ଼ିକ ଅତ୍ୟନ୍ତ ସାମାନ୍ୟ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର ୧୮ରେ, ଡାକ୍ତର କୋଏଟଜି ଏହି ୩୦ ଜଣଙ୍କ ମଧ୍ୟରୁ ୭ ଜଣ ପଜିଟିଭ ବାହାରିବା ପରେ ଦକ୍ଷିଣ ଆଫ୍ରିକାରେ କୋଭିଡର ନୂଆ ଭାରିଏଣ୍ଟ ବ୍ୟାପିଥିବା ନେଇ ଚେତାବନୀ ଦେଇଥିଲେ।

The post କରୋନାର ନୂଆ ଭାରିଏଣ୍ଟ ‘ଓମିକ୍ରନ୍‌’ର କ’ଣ ରହିଛି ଲକ୍ଷଣ appeared first on Odisha Reporter.



from Odisha Reporter https://ift.tt/3FViytB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages