ଭବାନୀପାଟଣା (ଓଡ଼ିଶା ରିପୋର୍ଟର): ମମିତା ମେହେର ତାତି ଭିତରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଜିଲ୍ଲା ଯିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିଜେପି ପକ୍ଷରୁ ବିରୋଧ କରାଯିବ। ତେଣୁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାର ବିଭିନ୍ନ ଥାନାରେ ବିଜେପି କର୍ମୀମାନଙ୍କୁ ପୁଲିସ୍ ଅଟକ ରଖିଛି।
ମୁଖ୍ୟମନ୍ତ୍ରୀ ଭବାନୀପାଟଣା ଓୟୁଏଟି ପଡ଼ିଆରେ ଆଜି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି। ଦିନ ପ୍ରାୟ ୧୧ଟାରେ ମୁଖ୍ୟମନ୍ତ୍ରୀ ଭବାନୀପାଟଣାରେ ପହଞ୍ଚି ସାଢେ ୧୧ରେ କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀଙ୍କ ଭବାନୀପାଟଣା ଗସ୍ତ ବେଳେ ବିଜେଡିର ସ୍ୱାଗତ ଶୋଭାଯାତ୍ରା ରହିଛି। ବସ୍ଷ୍ଟାଣ୍ଡରୁ OUAT ପଡ଼ିଆ ଯାଏଁ ମହିଳାଙ୍କୁ ନେଇ ସ୍ୱାଗତ ଶୋଭାଯାତ୍ରା କରାଯିବ। ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପରେ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରି କଳାପତାକା ଦେଖାଇବାକୁ ଯୋଜନା କରିଛି ବିଜେପି। କଳାହାଣ୍ଡିର ଝିଅ ମମିତାଙ୍କୁ ନ୍ୟାୟ ଦାବିରେ ବିଜେପି ତାଙ୍କୁ ବିରୋଧ କରିବ। କେବଳ କଳାହାଣ୍ଡି ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ବିକ୍ଷୋଭ ଓ ପ୍ରତିବାଦ କରିବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସକାଳ ୮ଟା ୩୦ରୁ ଜିଲ୍ଲା ବିଜେପିର ଏକ ରାଲି ଭୁବନେଶ୍ୱର ରାଜମହଲ ଛକରୁ ବାହାରିବ। ଏହି ରାଲି ନବୀନ ନିବାସ ଅଭିମୁଖେ ଯାଇ କଳାପତାକା ପ୍ରଦର୍ଶନ କରିବ।
ଅନ୍ୟପକ୍ଷରେ ମମିତାଙ୍କୁ ନ୍ୟାୟ ଦାବିରେ ଆଜି ଜନତା କର୍ଫ୍ୟୁ ପାଇଁ ଅପିଲ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ। ଦିନ ୧୧ଟାରୁ ଘଣ୍ଟାଏ ଲାଗି ଜନତା କର୍ଫ୍ୟୁ ଲାଗି କଳାହାଣ୍ଡିବାସୀଙ୍କୁ ସେ ଅପିଲ କରିଛନ୍ତି। ଘଣ୍ଟାଏ ପାଇଁ ଘରେ ରହି ନିରବ ପ୍ରତିବାଦ କରିବାକୁ ଭକ୍ତ ଦାସ ଅପିଲ୍ କରିଛନ୍ତି।
The post ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପୂର୍ବରୁ ଜିଲ୍ଲାର ବିଭିନ୍ନ ଥାନାରେ ବିଜେପି କର୍ମୀ ଅଟକ appeared first on Odisha Reporter.
from Odisha Reporter https://ift.tt/3o7Om7l
No comments:
Post a Comment