ନୂଆଦିଲ୍ଲୀ: ଏମ୍ସରେ ଭର୍ତ୍ତି ହେଲେ ରାଷ୍ଟ୍ରୀୟ ଜନତା ଦଳ ଅଧ୍ୟକ୍ଷ ତଥା ବିବାହର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରଦସାଦ ଯାଦବ । ଲାଲୁଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହୋଇଯିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସର ମେଡିସିନ ବିଭାଗରେ ଭର୍ତ୍ତି କରାଯାଇଛି। ସେଠାରେ ଏକ ଡାକ୍ତରୀ ଟିମ୍ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଙ୍କ ଚିକିତ୍ସା ଜାରି ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଲାଲୁ ୟୁରିନ ଇନଫେକସନ୍ ଓ ଜ୍ୱରରେ ପୀଡ଼ିତ ଅଛନ୍ତି। ଏହାପୂର୍ବରୁ ଡାଇବେଟିସ, ରକ୍ତ ଚାପ, କିଡ଼ନୀ ରୋଗରେ ସେ ଆକ୍ରାନ୍ତ ହୋଇ ସାରିଛନ୍ତି। ଲାଲୁଙ୍କ ରକ୍ତ ସଂକ୍ରମିତ ହୋଇଥିବାରୁ ତାଙ୍କ କିଡନୀ ଏହାଦ୍ୱାରା ପ୍ରଭାବିତ ହୋଇଛି ବୋଲି ପୂର୍ବରୁ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ।
ଏମ୍ସରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନ ପ୍ରାୟ ୨ଟା୩୦ରେ ଲାଲୁଙ୍କୁ ଏମ୍ସର ଇମରଜେନ୍ସି ବିଭାଗରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେଠାରେ ତାଙ୍କର ବିଭିନ୍ନ ଯାଞ୍ଚ କରାଯାଇଥିଲା। ଏହାପୂର୍ବରୁ ମଧ୍ୟ ହୃଦରୋଗ ଓ କୀଡନୀ ସମ୍ବନ୍ଧୀୟ ରୋଗ ପାଇଁ ଲାଲୁ ଦୀର୍ଘ ଦିନ ଏମ୍ସରେ ଚିକିତ୍ସିତ ହୋଇଥିଲେ।
ଲାଲୁ ଯାଦବ ୨୨ ତାରିଖରେ ପାଟନାରେ ପହଞ୍ଚିଥିବା ବେଳେ ୨୩ ତାରିଖରେ ସିବିଆଇ କୋର୍ଟରେ ହାଜର ହୋଇଥିଲେ। ମାମଲାର ଶୁଣାଣି ପାଇଁ ୩୦ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଅସୁସ୍ଥତା ଅନୁଭବ କରିବାରୁ ଗତ ଗୁରୁବାର ଅସୁସ୍ଥ ଅନୁଭବ କରିବାରୁ ପାଟନାରୁ ଦିଲ୍ଲୀ ଆସିଥିଲେ। ଏହାପରେ ଗତକାଲି ଏମ୍ସରେ ଭର୍ତ୍ତି ହୋଇଥିଲେ।
ସୂଚନାଯୋଗ୍ୟ, ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଯାଦବ ଦୀର୍ଘ ଦିନ ଜେଲ୍ରେ ରହିଥିଲେ। ଏହାପରେ ଅସୁସ୍ଥତା ଓ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଦେଖାଇ ଲାଲୁ ଜାମିନ ଆବେଦନ କରିଥିଲେ। ୫୦ ହଜାର ଟଙ୍କାର ୨ଟି ବ୍ୟକ୍ତିଗତ ମୁଚଲିକା ବଦଳରେ ତାଙ୍କୁ ଜାମିନ ମିଳିଥିଲା।
The post ବିଗିଡ଼ିଲା ଲାଲୁଙ୍କ ସ୍ୱାସ୍ଥ୍ୟ, ଏମ୍ସରେ ଭର୍ତ୍ତି appeared first on Odisha Reporter.
from Odisha Reporter https://ift.tt/3nVq4P2
No comments:
Post a Comment