କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ସୁନାବେଡା ଥାନା ଅଂଚଳର ଜାତୀୟ ରାଜପଥ ୨୬ରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ସମେତ ୫ ମଇଁଷିଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ କରୁଥିବା ବେଳେ ବସ୍ ଡ୍ରାଇଭର, କର୍ମଚାରୀ ଫେରାର ହୋଇଯାଇଛନ୍ତି । ମୃତକଜଣକ ମଇଁଷି ଚରାଳି ବୋଲି ଜଣାଯାଇଥିବା ବେଳେ ତାଙ୍କ ପରିଚୟ ମିଳିପାରିନି।
ସୂଚନାଯୋଗ୍ୟ, ବିଶାଖାପାଟଣାରୁ ଜଗଦଲପୁରକୁ ଗତ ରାତିରେ ଯାତ୍ରୀ ଧରି ଏକ ବସ୍ ଦ୍ରୁତ ଗତିରେ ଯାଉଥିଲା। ରାତି ପ୍ରାୟ ୩ଟାରେ ହାଲ ଗେଷ୍ଟ ହାଉସ ଗେଟ୍ ନିକଟରେ ଏକ ମଇଁଷି ପଲ ସହ ୨ ଚରାଳି ଯାଉଥିଲେ। ଏହି ସମୟରେ ବସ୍ଟି ୫ଟି ମଇଁଷିକୁ ଧକ୍କା ଦେଇ ନିକଟ ପଡ଼ିଆ ଭିତରକୁ ପଶି ଯାଇଥିଲା । ଏହି ଦୁର୍ଘଟଣାରେ ଜଣେ ମଇଁଷି ଚରାଳିଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି। ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଛି।
ବସ୍ର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ସେମାନେ ଅନ୍ୟ ଗାଡ଼ିରେ ପଳାଇ ଯାଇଥିବା ଜଣାଯାଇଛି। ସେହିପରି ବସ୍ର ଡ୍ରାଇଭର ଓ କର୍ମଚାରୀ ବି ଫେରାର ହୋଇଯାଇଛନ୍ତି। ଖବର ପାଇ ପୁଲିସ୍ ସକାଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
The post ୫ ମଇଁଷି ସହ ଜଣେ ବ୍ୟକ୍ତିଙ୍କ ଉପରେ ଚଢ଼ିଗଲା ବସ୍ appeared first on Odisha Reporter.
from Odisha Reporter https://ift.tt/3nSPrQf
No comments:
Post a Comment