ଫେସ୍‌ବୁକ ବନ୍ଦ କଲା ଏହି ସର୍ଭିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 2, 2021

ଫେସ୍‌ବୁକ ବନ୍ଦ କଲା ଏହି ସର୍ଭିସ

ନୂଆଦିଲ୍ଲୀ: ସୋଶାଲ ମିଡିଆର ଜାଏଣ୍ଟ କୁହାଯାଉଥିବା ଫେସବୁକ୍‌ ପକ୍ଷରୁ ମଙ୍ଗଳବାର ଏକ ବଡ଼ ଘୋଷଣା କରାଯାଇଛି। ଏହିପରିପ୍ରେକ୍ଷୀରେ ଫେସବୁକ୍‌ ଏକ ସେବାକୁ ବନ୍ଦ କରିବା କଥା କୁହାଯାଇଛି। ଘୋଷଣା ଅନୁଯାୟୀ  ଫେସବୁକ୍‌ ପକ୍ଷରୁ ‘ଫେସ୍‌ ରେକଗନିଜସନ’କୁ ବନ୍ଦ କରି ଦିଆଯାଛି। ଫେସୁବକ୍ କମ୍ପାନୀର ଉପ ସଭାପତି ଜେର୍ମୋ ପେସେନ୍ତି ଏହି ଘୋଷଣା କରିଛନ୍ତି।

ଏହି ସେବା ବନ୍ଦ ହୋଇଯିବା ପରେ ଲୋକେ ଆଉ ଫଟୋ କିମ୍ବା ଭିଡିଓକୁ ଅଟୋମେଟିକାଲି ରେକଗନାଇଜ୍‌ କରିପାରିବେ ନାହିଁ।  ଫେସବୁକ୍‌ରେ ଆମେ ଏହି ବ୍ୟବସ୍ଥା ବନ୍ଦ କରିଦେଇଛୁ। ୟୁଜରମାନେ ଆଉ ଏହି ସୁବିଧା ପାଇପାରିବେ ନାହିଁ । ଆମେ ଏକ ବିଲିୟନରୁ ଅଧିକ ଆକାଉଣ୍ଟରୁ ଫେସିଆଲ ରେକଗନିଜନ ଟେମ୍ପେଲେଟସ୍‌ ଡିଲିଟ କରିଦେଇଛୁ ବୋଲି କମ୍ପାନୀର ଉପ ସଭାପତି କହିଛନ୍ତି। ଯେଉଁମାନେ ଏହି ଅପସନ୍‌ ବାଛିଛନ୍ତି  ସେମାନେ ଆଉ ଫଟୋ ଏବଂ ଭିଡିଓରେ ସ୍ୱୟଂଚାଳିତ ଭାବେ ଚିହ୍ନଟ ହେବେ ନାହିଁ ।

ସୋଶାଲ ମିଡିଆରେ ସୁରକ୍ଷା ଏବଂ ସ୍ୱଚ୍ଛତାକୁ ନେଇ ଏଭଳି ପଦକ୍ଷେପ ନିଆଯାଇଥିବା ଫେସ୍‌ବୁକ୍ ପକ୍ଷରୁ କୁହାଯାଇଛି। ପୂର୍ବରୁ ଫେସ୍‌ବୁକ୍‌ର CEO ତଥା ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଫେସ୍‌ବୁକ୍‌ ନା ପରିବର୍ତ୍ତନନେଇ ଘୋଷଣା କରିଥିଲେ ।  ଫେସବୁକ୍‌ର ମୂଳ କମ୍ପାନୀର ନାଁ ରହିବ ‘ମେଟା’ ରହବି ବୋଲି ଘୋଷଣା କରାଯାଇଥିଲା।  କଂପାନୀର ନାଁ ବଦଳୁଥିଲେ ମଧ୍ୟ  ଏକକ ବ୍ରାଣ୍ଡ ଫେସବୁକ୍‌, ଇନଷ୍ଟାଗ୍ରାମ୍‌, ହ୍ୱାଟସ୍‌ଆପ୍‌ର ନାଁ ଅପରିବର୍ତ୍ତିତ ରହିବ । ସାରା ବିଶ୍ୱର ଲୋକଙ୍କୁ  ଡିଜିଟାଲ କ୍ଷେତ୍ରରେ ଏକତ୍ର କରିବା ପାଇଁ ପ୍ରୟାସ କରିବାକୁ ଏଭଳି କରାଯାଇଥିବା ଜୁକରବର୍ଗ କହିଥିଲେ।

The post ଫେସ୍‌ବୁକ ବନ୍ଦ କଲା ଏହି ସର୍ଭିସ appeared first on Odisha Reporter.



from Odisha Reporter https://ift.tt/3mEjZG9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages