ପ୍ରଦୂଷଣ ଦୂର ପାଇଁ କେଜ୍ରିୱାଲଙ୍କ ଭରସା ପୁରୁଣା ଫର୍ମୁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, November 20, 2021

ପ୍ରଦୂଷଣ ଦୂର ପାଇଁ କେଜ୍ରିୱାଲଙ୍କ ଭରସା ପୁରୁଣା ଫର୍ମୁଲା

ନୂଆଦିଲ୍ଲୀ: ଦିନକୁ ଦିନ ସଙ୍ଗୀନ ହେଉଛି ରାଜଧାନୀର ସ୍ଥିତି। ବଢ଼ି ଚାଲିଛି ପ୍ରଦୂଷଣ। ଗ୍ୟାସ୍‌ ଚାମ୍ବର ପାଲଟିଛି ରାଜଧାନୀ ଦିଲ୍ଲୀ। ଏହି ପ୍ରଦୂଷଣ ଦୂର କରିବା ପାଇଁ ଏବେ ଦିଲ୍ଲୀ ସରକାର ଆପଣାଇଛନ୍ତି ପୁରୁଣା ଫର୍ମୁଲା।  ରାଜଧାନୀ ନୂଆଦିଲ୍ଲୀରେ ଖୁବ୍‌ଶୀଘ୍ର ଲାଗୁ ହୋଇପାରେ ଅଡ୍‌-ଇଭେନ୍‌ ଫର୍ମୁଲା । ବାୟୁ ପ୍ରଦୂଷଣର ଚିନ୍ତାଜନକ ସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ପ୍ରତ୍ୟେକ ଗାଡ଼ିରେ ବ୍ୟବହୃତ ଇନ୍ଧନ ସମ୍ୱନ୍ଧରେ କଲର୍‌ ଷ୍ଟିକର ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପରିବହନ ବିଭାଗ ଦ୍ୱାରା ଶୁକ୍ରବାର ଜାରି କରାଯାଇଥିବା ନୋଟିସ୍‌ରେ କୁହାଯାଇଛି ଯେ, ସୁପ୍ରିମ୍‌ କୋର୍ଟଙ୍କ ଆଦେଶ ଏବଂ କେନ୍ଦ୍ରୀୟ ମୋଟରଯାନ ବାହନ ନିୟମ, ୧୯୮୯ ଅନୁସାରେ ଦିଲ୍ଲୀରେ ରେଜିଷ୍ଟର ହୋଇଥିବା ସମସ୍ତ ଗାଡ଼ି ଉପରେ କ୍ରୋମିୟମ ଆଧାରିତ ହଲୋଗ୍ରାମ ଷ୍ଟିକର ଲଗାଇବା ବାଧ୍ୟତାମୂଳକ ।

ବିଭାଗ ଏନେଇ କହିଛି ଯେ, ପୁରୁଣା ବାହନର ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଉଛି କି ନିଜ ନିଜ ବାହନର ୱିଣ୍ଡସିଲ୍ଡ ଉପରେ ଇନ୍ଧନର ପେଟ୍ରୋଲ, ଡିଜେଲ, କିମ୍ବା ସିଏନ୍‌ସି ଇନ୍ଧନ ଶ୍ରେଣୀ ହିସାବରେ ରଙ୍ଗୀନ୍‌ ଷ୍ଟିକର ଲଗାଇବେ। ଏଥିପାଇଁ ହଲୋଗ୍ରାମ ବିକ୍ରେତାଙ୍କୁ ସଂପର୍କ କରିବାକୁ କୁହାଯାଇଛି ।ଏହାଦ୍ୱାରା ରାସ୍ତାରେ ନିରୀକ୍ଷଣ ସମୟରେ ଗାଡ଼ିଟି କେଉଁ ଇନ୍ଧନରେ ଚାଲୁଛି ସେନେଇ ଟ୍ରାଫିକ୍‌ ପୁଲିସ୍‌ ସହଜରେ ଜାଣିପାରିବେ ।

ପେଟ୍ରୋଲ ବା ସିଏନ୍‌ଜି ପାଇଁ ନୀଳ ଏବଂ ଡିଜେଲ୍‌ ବାହନ ପାଇଁ ନାରଙ୍ଗୀ ରଙ୍ଗ ଷ୍ଟିକର ନିର୍ଦ୍ଧାରିତ କରାଯାଇଛି । ଯଦି କୌଣସି ଚାଳକ ଏହି ନିୟମ ଖିଲାପ କରନ୍ତି ତେବେ ତାଙ୍କୁ ୫,୫୦୦ ଟଙ୍କାରୁ ଆରମ୍ଭ କରି ୧୦, ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି । ତେବେ  ଏପ୍ରିଲ୍‌ ୨୦୧୯ ପୂର୍ବରୁ ରେଜିଷ୍ଟର୍ ହୋଇଥିବା ବାହନ ଗୁଡିକୁ ଏହି ଷ୍ଟିକର ଲାଇବାକୁ ପଡିବ ନାହିଁ।

ସେପଟେ ୧୦ ବର୍ଷ ପୁରୁଣା ଗାଡି ମଧ୍ୟ ଏବେ ଦିଲ୍ଲୀ ରାସ୍ତାରେ ଗଡିପାରିବ । ୧୦ ବର୍ଷ ପୁରୁଣା ପେଟ୍ରୋଲ ଏବଂ ଡିଜେଲ ଚାଳିତ ଚାରି ଚକିଆ ଯାନକୁ ଇଲେକ୍‌ଟ୍ରିକ୍‌ ଯାନରେ ପରିଣତ କରାଯାଇପାରିବ। ଏହି ଦିଗରେ, ଆମ୍ ଆଦମୀ ପାର୍ଟି ସରକାର ବ୍ୟବହୃତ ଯାନ ପାଇଁ ବୈଦ୍ୟୁତିକ ରେଟ୍ରୋ ଫିଟମେଣ୍ଟ କିଟ୍ ଉତ୍ପାଦନକାରୀ ଏବଂ ଯୋଗାଣକାରୀଙ୍କୁ ତାଲିକାଭୁକ୍ତ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।

କେଜ୍ରିୱାଲ ସରକାରଙ୍କ ଏହି ନୂଆ ପଦକ୍ଷେପ ସହିତ ଦିଲ୍ଲୀର ହଜାର ହଜାର ଲୋକ ସେମାନଙ୍କର ପୁରୁଣା ଗାଡିକୁ ଇଲେକ୍‌ଟ୍ରିକ୍‌ ଯାନରେ ପରିଣତ କରିପାରିବେ। ଏ ବାବଦରେ ଦିଲ୍ଲୀ ପରିବହନ ବିଭାଗ ଏକ ବିଜ୍ଞପ୍ତି ମଧ୍ୟ ଜାରି କରିଛି।

The post ପ୍ରଦୂଷଣ ଦୂର ପାଇଁ କେଜ୍ରିୱାଲଙ୍କ ଭରସା ପୁରୁଣା ଫର୍ମୁଲା appeared first on Odisha Reporter.



from Odisha Reporter https://ift.tt/30FTNT4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages