କୋଚି: ପରଲୋକରେ କୋଚି ସହରର ଲୋକପ୍ରିୟ ଚା ଦୋକାନୀ ଆର.ବିଜୟନ । ୭୧ ବର୍ଷ ବୟସରେ ତାଙ୍କର ହୃଦଘାତରେ ପରଲୋକ ଘଟିଛି । ବିଜୟନ ଯଦିଓ ଚା’ ଦୋକାନ କରିଥିଲେ କିନ୍ତୁ ତାଙ୍କର ବିଦେଶ ବୁଲିବା ନିଶା ପାଇଁ ସାରା ଦୁନିଆରେ ପରିଚୟ ପାଇଥିଲେ। ଆର ବିଜୟନଙ୍କର କୋଚିରେ ଶ୍ରୀ ବାଲାଜି କଫି ହାଉସ ନାମରେ ଦୋକାନ ରହିଛି । ପ୍ରତିବର୍ଷ ସେ ପତ୍ନୀ ମୋହନାଙ୍କ ସହିତ ବିଦେଶ ଭ୍ରମଣ ପାଇଁ ଯାଉଥିଲେ। ଯାହାକୁ ନେଇ ସେ ଚର୍ଚ୍ଚାରେ ରହୁଥିଲେ। ନିକଟରେ ସେ ପତ୍ନୀଙ୍କ ସହିତ ଋଷ ଗସ୍ତ ସାରି ଫେରିଥିଲେ। ଡିସେମ୍ବରରେ ମଧ୍ୟ ଏସିଆର କୌଣସି ଦେଶ ବୁଲିବାକୁ ଯୋଜନା କରିଥିଲେ।
ନିକଟରେ ଏହି ଦମ୍ପତି ଋଷିଆ ଗସ୍ତରୁ ଫେରିଥିଲେ। ରୁଷିଆ ଯିବା ପୂର୍ବରୁ ବିଜୟନ କହିଥିଲେ ଯେ ସେ ଅକ୍ଟୋବର ବିପ୍ଳବର ବାର୍ଷିକୀ ଦେଖିବାକୁ ଚାହୁଁଛନ୍ତି, ଯେଉଁଥିରେ ୧୯୧୭ ମସିହାରେ ବୋଲୋଶୋଭିକଙ୍କ ଦଳ ରୁଷିଆରେ କ୍ଷମତା ଦଖଲ କରିଥିଲା। ଆଉ ରୁଷିଆରେ ପ୍ରବାହିତ ହୋଇଥିବା ଭୋଲଗା ନଦୀକୁ ଦେଖିବାକୁ ଉତ୍ସାହିତ ଥିଲେ ବୋଲି କହିଥିଲେ।
ଏହି ଚା ଦୋକାନର ରୋଜଗାରରୁ ଦିନକୁ ୩୦୦ ଟଙ୍କା ସେ ସଞ୍ଚୟ କରି ୨୦୦୭ରେ ଏହି ଦମ୍ପତି ଇସ୍ରାଏଲ ଯାଇଥିଲେ। ଦେଶ ବାହାରକୁ ଯିବାରେ ଏହା ତାଙ୍କର ପ୍ରଥମ ଯାତ୍ରା ଥିଲା। ଗତ ୧୪ ବର୍ଷ ମଧ୍ୟରେ ଏହି ଦମ୍ପତି ୨୬ଟି ଦେଶ ଭ୍ରମଣ କରି ସାରିଛନ୍ତି। ସେ ନିଜର ବିଦେଶ ଗସ୍ତ ପାଇଁ ପ୍ରତିଦିନି ୨୦୦-୩୦୦ ଟଙ୍କା ସଞ୍ଚୟ କରୁଥିଲେ। ଆଉ କିଛି ସହଯୋଗ ଏବଂ ଋଣ ଟଙ୍କାକୁ ମିଶାଇ ସେ ବିଦେଶ ଭ୍ରମଣ କରୁଥିଲେ। ତେବେ ନିଜ ବିଦେଶ ଯାତ୍ରା ପୂର୍ବରୁ ସେ ଚା ’ଷ୍ଟଲରେ ପୋଷ୍ଟର ଝୁଲାଇ ନିଜ ଯାତ୍ରା ବାବାଦରେ ସୂଚନା ଦେଉଥିଲେ। ସେ ପ୍ରଥମେ ଦେଶର ପ୍ରାୟ ସମସ୍ତ ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିଥିଲେ। ସେ ପ୍ରଭୁ ବାଲାଜୀଙ୍କ ମନ୍ଦିରକୁ ୧୦୦ ରୁ ଅଧିକ ଥର ପରିଦର୍ଶନ କରିଥିଲେ।
ସାରା ବିଶ୍ୱରେ ଭ୍ରମଣ କରୁଥିବା ଏହି ଦମ୍ପତିଙ୍କ ଖବର ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରାଙ୍କ ମଧ୍ୟ ସହଯୋଗର ହାତ ବଢାଇଥିଲେ। ଯିଏକି ୨୦୧୯ରେ ଏହି ଦମ୍ପତିଙ୍କ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଖର୍ଚ୍ଚ ବହନ କରିଥିଲେ। ବିଜୟ ତାଙ୍କ ଯାତ୍ରା ବିଷୟରେ ଗଣମାଧ୍ୟମକୁ କହିଥିଲେ ଯେ ‘ବିଭିନ୍ନ ସ୍ଥାନ ବୁଲିବା ତାଙ୍କ ରକ୍ତରେ ରହିଛି। ଏହି ବିଦେଶ ଭ୍ରମଣର ଅଭିଜ୍ଞତା ତାଙ୍କ ପାଇଁ ସର୍ବୋତ୍ତମ ଶିକ୍ଷା ଏବଂ ଭ୍ରମଣ ହେଉଛି ସର୍ବୋତ୍ତମ ଅନୁଭୂତି, ଯାହା ଆପଣଙ୍କୁ ଧନୀ କରେ ବୋଲି ସେ କହିଥିଲେ।’
ଅକ୍ଟୋବର ୨୧ ଏହି ଦମ୍ପତିଙ୍କର ଶେଷ ବିଦେଶ ଗସ୍ତ ଥିଲା । ସେମାନେ ଅକ୍ଟୋବର ୨୮ରେ ଫେରିଥିଲେ। ବିଜୟଙ୍କ ପତ୍ନୀ, ଦୁଇ ଝିଅ ଶଶିକାଲା, ଉଷା ଏବଂ ତିନି ନାତି ଅଛନ୍ତି।
The post ଚା’ ଦୋକାନୀ ବିଜୟନଙ୍କ ପରଲୋକ, ୧୪ ବର୍ଷରେ ବୁଲିଥିଲେ ୨୬ ଦେଶ appeared first on Odisha Reporter.
from Odisha Reporter https://ift.tt/3DFRdLi
No comments:
Post a Comment