ସାଙ୍ଗକୁ ମାରି ଜାଳି ଦେଲେ, କହିଲେ- ଅବ ତେରି ବାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, November 25, 2021

ସାଙ୍ଗକୁ ମାରି ଜାଳି ଦେଲେ, କହିଲେ- ଅବ ତେରି ବାରି

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ୨ ସାଙ୍ଗ ପାଲଟିଲେ ଜହ୍ଲାଦ । ନିଜ ସାଙ୍ଗକୁ ଡାକି ନେଇ ପିଟି ପିଟି, ଭୁଜାଲି ଭୁଷି ମାରିଦେଲେ। ଏହାପରେ ସବୁ ପ୍ରମାଣ ନଷ୍ଟ ପାଇଁ  ପେଟ୍ରୋଲ ଢାଳି ଜାଳି ବି ଦେଲେ । ଏତିକିରେ ବୁଝିଲାନି ମନ । ଏହାର ଭିଡିଓ ବି କଲେ। ଏଥିରେ କହିଲେ ‘ଅବ ତେରି ବାରି’ । ଏପରି ଛାତି ଥରା ଭିଡିଓ ଏବେ ସୋଶାଲ ମିଡିଆରେ ଘୁରି ବୁଲୁଛି। ମୃତକ ହେଲେ ବିଶ୍ୱଦେବ ସାହୁ । ଗତ ୨୩ ତାରିଖରେ ବଲାଙ୍ଗିର ରାଜେନ୍ଦ୍ର ୟୁନିଭରସିଟି ପଛପଟେ ଘଟିଛି ଏହି ଅଭାବନୀୟ ଘଟଣା। ଏବେ ଏହି ଜହ୍ଲାଦଙ୍କ ଟାର୍ଗେଟ କିଏ ତାକୁ ନେଇ ପ୍ରମାଦ ଗଣିଲେନି ଲୋକେ।

ଗତ ୨୩ ତାରିଖରେ ବିଶ୍ୱଦେବଙ୍କୁ  ତାଙ୍କ ୨ ସାଙ୍ଗ ଶୁଭମ ଏଵଂ ଅମିତ ବଲାଙ୍ଗିର ରାଜେନ୍ଦ୍ର ୟୁନିଭରସିଟି ପଛ ପଟକୁ ଡାକି ନେଇଥିଲେ। ଉଭୟ ଶୁଭମ ଏଵଂ ଅମିତ ବିଶ୍ୱଦେବଙ୍କୁ ହତ୍ୟା ପାଇଁ ଆଗରୁ ଯୋଜନା କରିଥିବା ବେଳେ ଅସ୍ତ୍ରଶସ୍ତ୍ର ମଧ୍ୟ ପାଖରେ ରଖିଥିଲେ। ଏପରିକି ସେମାନେ ବିଶ୍ୱଦେବଙ୍କୁ ଫିଲ୍ମ ଷ୍ଟାଇଲରେ ପିଟି ପିଟି ମାରିଦେଲେ। ହତ୍ୟା କରିବା ପରେ ପେଟ୍ରୋଲ ସାହାଯ୍ୟରେ ମୃତଦେହ  ପୋଡି ବି ଦେଲେ।

ଏହି ଛାତିଥରା ଭିଡିଓରେ, ଶୁଭମ ସିଂ ଅନ୍ୟ ଜଣେ କାହାକୁ, ‘ଅବ ତେରି ବାରି’ ବୋଲି କୁହାଯାଉଥିବା ଶୁଣାଯାଉଛି । ବିଶ୍ୱଦେବ ସାହୁ ହତ୍ୟାକାଣ୍ଡର ଏହି ଲାଇଭ ଭିଡିଓକୁ ନେଇ ଏବେ ହଇଚଇ । ଶୁଭମ ସିଂ କାହା ପାଇଁ ଏହି ଲାଇଭ ଭିଡିଓ କରିଥିଲା ଏବଂ ଆଉ କାହାକୁ ‘ଅବ ତେରି ବାରି’ ବୋଲି କହୁଥିଲା, ତାହା ଏଵେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରାଥମିକ ତଦନ୍ତରୁ ଏହି ହତ୍ୟାକାଣ୍ଡ ପ୍ରେମ ପାଇଁ  ହୋଇଥିବା ପୁଲିସ୍‌ କହୁଛି।    ହେଲେ କେଉଁ କାରଣରୁ ଶତ୍ରୁତା ଏତେ ବଢିଯାଇଥିଲା ଯେ ଦୁଇ ଜହ୍ଲାଦ  ନିଜ ବନ୍ଧୁକୁ ହତ୍ୟାକରି ପୋଡିଦେବା ସହିତ ଲାଇଭ ଭିଡିଓ କରିଥିଲେ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

The post ସାଙ୍ଗକୁ ମାରି ଜାଳି ଦେଲେ, କହିଲେ- ଅବ ତେରି ବାରି appeared first on Odisha Reporter.



from Odisha Reporter https://ift.tt/3p4XxGb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages