ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଶିମିଳିପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 14, 2021

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଶିମିଳିପାଳ

ବାରିପଦା(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିର ବ୍ୟବଧାନ ପରେ ଗତ ୧ ତାରିଖରୁ ଖୋଲିଥିବା ଶିମିଳିପାଳକୁ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି। ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ସକାଳୁ ସକାଳୁ ଘନ କୁହୁଡ଼ି ହେଉଛି । ଫଳରେ କିଛି ଦୃଶ୍ୟମାନ ହେଉନି। ବର୍ଷା ସମୟରେ ଶିମିଳିପାଳ ଭିତରକୁ ଯିବା ବିପଦପୂର୍ଣ୍ଣ ଥିବା ବେଳେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ଘୋଷଣା କରିଛନ୍ତି ଶିମିଳିପାଳ ଜାତୀୟ ଉଦ୍ୟାନ ଉପନିର୍ଦ୍ଦେଶକ ସାଇକିରଣ ଡିଏନ୍‌ ।

ସୂଚନାଯୋଗ୍ୟ,  ମହାମାରୀ କରୋନା ପାଇଁ ଦୀଘଁ ଦିନ ବନ୍ଦ ରହିଥିଲା ଅଭୟାରଣ୍ୟ। କରୋନାର କୋପ କମିବା ପରେ ତାହା ଖୋଲିଥିଲା। ପରେ ଅର୍ଥାତ ମେ’ ୧୫ ତାରିଖରେ ବର୍ଷା ଋତୁକୁ ଆଖି ଆଗରେ ରଖି ବନ୍ଦ କରାଯାଇଥିଲା ଅଭୟାରଣ୍ୟ।  ବର୍ଷା ଦିନେ ଅଭୟାରଣ୍ୟ ମଧ୍ୟରେ ଥିବା ମାଟି ରାସ୍ତାରେ ଯିବା ସମ୍ଭବପର ହେଉ ନ ଥିବାରୁ ପ୍ରତି ବର୍ଷ ବର୍ଷାଋତୁରେ ଏହାକୁ ବନ୍ଦ କରାଯାଇଥାଏ । ଏହାପରେ ଶୀତ ଆଗମନ ହେଲେ ପର୍ଯ୍ୟଟକଙ୍କ ପାଇଁ ଖୋଲିଥାଏ ଶିମିଳିପାଳ ଗେଟ୍‌।

ନଭେମ୍ବର ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଥିବା ଶିମିଳିପାଳ ଗେଟ୍‌। ସଜେଇ ହୋଇଥିଲା ସୁନ୍ଦରୀ ଶିମିଳିପାଳ। ଚଳିତ ବର୍ଷ ଶିମିଳିପାଳକୁ ପ୍ଲାଷ୍ଟିକମୁକ୍ତ ଘୋଷଣା କରାଯାଇ ଥିବା ବେଳେ ପର୍ଯ୍ୟଟକମାନେ କୌଣସି ପ୍ଲାଷ୍ଟିକ ସାମଗ୍ରୀ ନେଇ ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି କୁହାଯାଇଥିଲଶ । ତା’ ସହିତ ଦହନଶୀଳ ପଦାର୍ଥ ଓ ମାଦକ ଦ୍ରବ୍ୟ ଉପରେ ମଧ୍ୟ ଲଗାଯାଇଛି କଟକଣା ।

ଶିମିଳିପାଳ ଖୋଲିବା ପରେ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ତଥା ଏହାର ଘଞ୍ଚ ଜଙ୍ଗଲରେ ହଜି ଯିବାରୁ କାହିଁ କେତେ ଦୂରରୁ ଯାତ୍ରୀମାନେ ଧାଇଁ ଆସିଥିଲେ।  ଏହି ସମୟରେ ବାରିପଦାର ପିଠାବଟା ଓ ଯଶୀପୁରର କାଳିଆମି ଗେଟ୍‌ ପଟୁ ଯାତ୍ରୀ ପ୍ରବେଶ ଅନୁମତି ମିଳିଥିଲା । ଉଭୟ ପାର୍ଶ୍ୱରୁ ୬୦ଟି ଗାଡ଼ିକୁ  ପ୍ରବେଶ ଅନୁମତି ମିଳିଥିବା ବେଳେ ସକାଳ ୭ଟାରୁ ୯ଟା ମଧ୍ୟରେ ପ୍ରବେଶ କରିବାକୁ କୁହାଯାଇଥିଲା। ଏବେ ଶିମିଳିପାଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ଏପରି ହଠାତ୍‌ ବନ୍ଦ ଘୋଷଣା ଯୋଗୁ ସେମାନେ ନିରାଶ ହୋଇଛନ୍ତି।

ଗତ ବର୍ଷ ଶିମିଳିପାଳକୁ ୪୩ ହଜାର ପର୍ଯ୍ୟଟକ ଆସିଥିବା ବେଳେ ୨ କୋଟି ୩୫ ଲ୭ ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା  । ହେଲେ ଏ ବର୍ଷ କମ୍‌ ଦିନର ବ୍ୟବଧାନ ପରେ ପୁଣି ଥରେ ବନ୍ଦ ଘୋଷଣା ଯୋଗୁ ଏହାର ପ୍ରଭାବ ଶିମିଳିପାଳ ରାଜସ୍ୱ ଉପରେ ପଡ଼ିପାରେ ବୋଲି ଆଲୋଚନା ହେଉଛି।

The post ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଶିମିଳିପାଳ appeared first on Odisha Reporter.



from Odisha Reporter https://ift.tt/3Dl0M1W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages