୭୭ ମନ୍ତ୍ରୀଙ୍କୁ ନେଇ ୮ଟି ଗ୍ରୁପ କଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, November 14, 2021

୭୭ ମନ୍ତ୍ରୀଙ୍କୁ ନେଇ ୮ଟି ଗ୍ରୁପ କଲେ ମୋଦି

ନୂଆଦିଲ୍ଲୀ: ଶସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପାଇଁ ବଡ ପଦକ୍ଷେପ ନେଲେ ପ୍ରଧାନମନ୍ତ୍ରୀ ମୋଦି। ନିଜ ମନ୍ତ୍ରୀମଣ୍ଡଳର ସମସ୍ତ ୭୭ ମନ୍ତ୍ରୀଙ୍କୁ ନେଇ ତିଆରି କଲେ ୮ଟି ଗ୍ରୁପ। ମନ୍ତ୍ରୀ ପରିଷଦର ୫ଟି ବୈଠକ ପରେ  ସରକାର ଏଭଳି ନିଷ୍ପତ୍ତି ନେଇଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି।

୮ ଭାଗରେ ବିଭକ୍ତ ହୋଇଥିବା ମନ୍ତ୍ରୀମାନେ ଯୁବ ଅଧିକାରୀଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ସହ ଅବରସପ୍ରାପ୍ତ ସରକାରୀ ଅଧିକାରୀମାନଙ୍କ ଠାରୁ ପରାମର୍ଶ ଲୋଡ଼ିବେ।  ବିଭିନ୍ନ ପ୍ରକଳ୍ପଗୁଡ଼ିକର ତତ୍ତ୍ବାବଧାନ ନିମନ୍ତେ ପ୍ରଯୁକ୍ତିବିଦ୍ୟାର ସର୍ବୋତ୍ତମ ଉପଯୋଗ କରିବେ। ଏଭଳି କରିବା ଦ୍ୱାରା ଶାସନ କାର୍ଯ୍ୟରେ ଅଧିକ ଉନ୍ନତି ଆଣିବ ଏବଂ ମନ୍ତ୍ରୀମାନଙ୍କ କାର୍ଯ୍ୟ ସହଜ ହେବ।

ଗଠନ କରାଯାଇଥିବା ୮ଟି ଗ୍ରୁପ ମଧ୍ୟରୁ ପ୍ରତ୍ୟେକ ଦଳରେ ୯ ରୁ ୧୦ଜଣ ଲେଖାଏଁ ମନ୍ତ୍ରୀ ଅଛନ୍ତି। ପ୍ରତି ଦଳ ପାଇଁ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଦଳର ସମନ୍ୱୟକାରୀ ପାହ୍ୟାରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ କେତେଜଣ କେନ୍ଦ୍ରମନ୍ତ୍ରୀ ହେଉଛନ୍ତି, ହରଦୀପ ସିଂହ ପୁରୀ, ନରେନ୍ଦ୍ର ସିଂହ ତୋମାର, ପୀୟୂଷ ଗୋୟଲ୍, ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ ଏବଂ ଅନୁରାଗ ଠାକୁର।

ପ୍ରତ୍ୟେକ ଗୋଷ୍ଠୀର ସଦସ୍ୟମାନେ ନିଜ ମଧ୍ୟରେ ଆଲୋଚନା କରିବେ ଏବଂ କାର୍ଯ୍ୟକୁ ସହଜ କରିବା ସଂଯୋଜକଙ୍କ ଦାୟିତ୍ୱ। ଏହି ପ୍ରକ୍ରିୟା ସେହି ନୂତନ ମନ୍ତ୍ରୀମାନଙ୍କୁ ମଧ୍ୟ ଉପକୃତ କରିବ, ଯେଉଁମାନେ ପ୍ରଥମ ଥର ପାଇଁ ସରକାରରେ କାମ କରିବାର ସୁଯୋଗ ପାଇଛନ୍ତି।

ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମଗ୍ର ମନ୍ତ୍ରୀ ପରିଷଦ୍‌ର ୫ଟି ‘ଚିନ୍ତନ ଶିବିର’ ପରେ ମନ୍ତ୍ରୀମାନଙ୍କୁ ୮ଟି ଦଳରେ ବିଭକ୍ତ କରାଯାଇଛି। ‘ଚିନ୍ତନ ଶିବିର’ର ପ୍ରତ୍ୟେକ ବୈଠକ ପ୍ରାୟ ୫ ଘଣ୍ଟା ଧରି ଚାଲିଥିଲା। ବ୍ୟକ୍ତିଗତ ପାରଦର୍ଶିତା, କେନ୍ଦ୍ରୀଭୂତ ପ୍ରବର୍ତ୍ତନ, ମନ୍ତ୍ରାଳୟ ପରିଚାଳନା ଏବଂ କର୍ମଚାରୀ ନିୟୋଜନ, ଦଳୀୟ ସହଯୋଗୀତା ଏବଂ ଫଳପ୍ରଦ ଯୋଗାଯୋଗ ଉପରେ ଉକ୍ତ ବୈଠକ ବସିଥିଲା। ଶେଷ ବୈଠକଟି ଥିଲା ସଂସଦୀୟ ପ୍ରଥା ଉପରେ। ଏଥିରେ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌. ଭେଙ୍କୟା ନାଇଡୁ ମଧ୍ୟ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ମନ୍ତ୍ରୀମାନଙ୍କୁ ପରସ୍ପର ଅଧିକ ମିଳାମିଶା କରିବାକୁ ପଡିବ ବୋଲି କହିଥିଲେ। ଏଥିପାଇଁ ଟିଫିନ୍‌ ବୈଠକର ମଧ୍ୟ ଉଲ୍ଲେଖ କରିଥିଲେ। ଗୁଜରାଟରେ ମୋଦି ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ଟିଫିନ୍‌ ବୈଠକ ଆୟୋଜିତ ହେଉଥିଲା। ମନ୍ତ୍ରୀ ଏବଂ ନେତାମାନେ ନିଜ ନିଜ ଘରୁ ଟିଫିନ ଆଣଇଥିଲେ ଏବଂ ଏକାଠି ବସି ଖାଉଥିଲେ। ଏହି ସମୟରେ ସରକାର ଓ ଦଳର କାମ ଉପରେ ଆଲୋଚନା କରୁଥିଲେ।

The post ୭୭ ମନ୍ତ୍ରୀଙ୍କୁ ନେଇ ୮ଟି ଗ୍ରୁପ କଲେ ମୋଦି appeared first on Odisha Reporter.



from Odisha Reporter https://ift.tt/3kC34Ta

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages