ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ମମିତା ମେହର ନିଖୋଜ ହେବା ପରଠାରୁ ଚର୍ଚ୍ଚାରେ ଅଛନ୍ତି ତାଙ୍କ ବାପା ସୁଚନ୍ଦ୍ର ମେହର । ଝିଅର ମୃତ୍ୟ ପରେ ବାରମ୍ବାର ବୟାନ ବଦଳାଉଥିବା ସୁଚଦ୍ରଙ୍କର ଶେଷରେ ୧୬୪ ବୟାନ ରେକର୍ଡ କରାଯାଇଛି।
ଗତ ୨୪ ତାରିଖରେ କଣ୍ଟାବାଞ୍ଝି କୋର୍ଟରେ ସୁଚଦ୍ରଙ୍କ ରେକର୍ଡ ହୋଇଛି। ମାଜିଷ୍ଟ୍ରେଟଙ୍କ ଚାମ୍ବରରେ ପୁଲିସ୍ ଅନୁପସ୍ଥିତିରେ ଏହି ବୟାନ ରେକର୍ଡ କରାଯାଇଥିବା ଜଣାଯାଇଛି। ବାରମ୍ବାର କଥା ବଦଳାଉଥିବା ସୁଚନ୍ଦ୍ରଙ୍କ ବିରୋଧରରେ ଏହା ଯାଇପାରେ ବୋଲି କହିଛନ୍ତି ପ୍ରତିପକ୍ଷ ଓକିଲ।
ସୂଚନାଯୋଗ୍ୟ, ମମିତା ମେହେର ହତ୍ୟା ଘଟଣାରେ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସମ୍ପୃକ୍ତି ନେଇ ପ୍ରଥମେ ସୁଚଦ୍ର ହିଁ ଅଭିଯୋଗ କରିଥିଲେ। ଏପରିକି ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ର ସନ୍ସାଇନ୍ ହଷ୍ଟେଲକୁ ଯାଉଥିବା ବେଳେ ସେଠାରେ ତାଙ୍କର ବହୁ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ଥିବା ନେଇ କଥା ପ୍ରଘଟ କରିଥିଲେ। ଏହାପରେ ସମଗ୍ର ରାଜ୍ୟରେ ତୁମ୍ବିତୋଫାନ ସୃଷ୍ଟି ହୋଇଥିଲା।
ଏପରିକି ବିଜେପି ଓ କଂଗ୍ରେସର ହାଇଭେଲଭ ମିଟିଂ ସମୟରେ ମଧ୍ୟ ସେ ଏହି କଥା ଉଠାଇଥିଲେ। ଏପରିକି ୮ ତାରିଖ ପୂର୍ବରୁ ଝିଅ ଆଉ କୁଆଡ଼େ ଯାଇଥିବା ସେ କହିଥିଲେ। ରାୟଗଡ଼ାରେ ମନ୍ତ୍ରୀଙ୍କ ଘରେ ଏ ନେଇ ଡିଲ୍ ହୋଇଥିବା ଅଭିଯୋଗ କରିଥିଲେ।
ହେଲେ ଏହାପରେ ହଠାତ୍ ନିଜ ମତ ପରିବର୍ତ୍ତନ କରିଦେଇଥିଲେ ସୁଚନ୍ଦ। ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ପୂର୍ବରୁ ଆଉ ଏ ଖବରକୁ ନେଇ ପ୍ରସାରଣ କରନ୍ତୁ ନାହିଁ। ଏହାଦ୍ୱାରା ଘରର ମାନ ସମ୍ମାନ ହାନୀ ହେଉଛି। ସରକାରଙ୍କ ତଦନ୍ତରେ ସେ ସନ୍ତୁଷ୍ଟ ଅଛନ୍ତି ବୋଲି କହିଥିଲେ।
ସୁଚନ୍ଦ୍ର ବାରମ୍ବାର ବୟାନ ବଦଳାଉଥିବା ବେଳେ ତାଙ୍କ ୧୬୪ ବୟାନ ରେକର୍ଡ କରାଯାଇଛି। ଏଯାବତ ଏହି ମାମଲାରେ ସମୁଦାୟ ୧୨ ଜଣଙ୍କ ନାଁ ରେକର୍ଡ ସରିଛି । ସେମାନଙ୍କ ମଧ୍ୟରେ ୨ ଛାତ୍ରୀ, ସୁଚନ୍ଦ୍ର, ବିବେକ ଅଗ୍ରୱାଲ, ପୁଷ୍କର ଭୋଇ, ମୁନସୀ, ୨ ବଙ୍ଗାଳି ମିସ୍ତ୍ରୀ ଓ କିଛି ଲେବର ଅଛନ୍ତି।
ତେବେ ସୁଚନ୍ଦ୍ର ନିଜ ୧୬୪ ବୟାନରେ କ’ଣ କହିଛନ୍ତି, କେଉଁ ଗୁମର ଖୋଲିଛନ୍ତି, ସେ ନେଇ କିଛି ଜଣାପଡ଼ିନି। ତେବେ ତାଙ୍କ ବୟାନ ରେକର୍ଡ ପରେ ପୁଲିସ କ’ଣ ଆକ୍ସନ ନେଉଛି, କାହାକୁ ବାନ୍ଧୁଛି ତାକୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା ।
The post ମତ ବଦଳାଉଥିଲେ ମମିତାଙ୍କ ବାପା; ରେକର୍ଡ ହେଲା ୧୬୪ ବୟାନ appeared first on Odisha Reporter.
from Odisha Reporter https://ift.tt/3xsEtp2
No comments:
Post a Comment