କୋଭାକ୍ସିନ୍‌କୁ ଗ୍ରୀନ୍‌ ସିଗ୍‌ନାଲ୍‌ ଦେଲା ଅଷ୍ଟ୍ରେଲିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, November 1, 2021

କୋଭାକ୍ସିନ୍‌କୁ ଗ୍ରୀନ୍‌ ସିଗ୍‌ନାଲ୍‌ ଦେଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଏଣିକି କୋଭାକ୍ସିନ ନୋଇଥିଲେ ଯାଇପାରିବେ ଅଷ୍ଟ୍ରେଲିଆ। ମିଳିଲା ଗ୍ରୀନ୍‌ ସିଗ୍‌ନାଲ। ଯାତ୍ରା ପାଇଁ ଭାରତୀୟ ବାୟୋଟେକ୍‌ର ଏହି ଟିକାକୁ ଅନୁମତି ଦେଇଛି ଅଷ୍ଟ୍ରେଲିଆ। ଏଥିସହ ଅନ୍ତରାଷ୍ଟ୍ରୀୟ ସୀମା ପ୍ରତିବନ୍ଧକ ଉପରେ ମଧ୍ୟ କଟକଣା କୋହଳ କରାଯାଇଥିବା ନେଇ ଅଷ୍ଟ୍ରେଲିଆ ଘୋଷଣା କରିଛି।

ଅଷ୍ଟ୍ରେଲିଆ ସରକାରଙ୍କ ପକ୍ଷରୁ ଏନେଇ ଏକ ପ୍ରସ୍‌ ରିଲିଜ ଜାରି କରାଯାଇଛି। ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଏବଂ ଚୀନ୍‌ର ସିନୋଫାର୍ମ ଦ୍ୱାରା ନିର୍ମିତ ଟିକା ନେଇଥିବା ବ୍ୟକ୍ତି ଏଣିକି ଅଷ୍ଟ୍ରେଲିଆ ଯାତ୍ରା କରିପାରିବେ। କୋଭାକ୍ସିନ୍‌ ପାଇଁ ୧୨ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସ୍କ ଯାତ୍ରୀ ଏବଂ ଚୀନ୍‌ର BBIBP-CorV ପାଇଁ ୧୮ରୁ ୬୦ ବର୍ଷ ଟିକା ନେଇସାରିଥିବା ବ୍ୟକ୍ତିଙ୍କ ପାଇଁ ଏହି ଅନୁମତି ମିଳିଛି।

ପୂର୍ବରୁ TGA କେବଳ ଅଷ୍ଟ୍ରେଲିଆରେ ବ୍ୟବହାର ପାଇଁ ଅନୁମୋଦିତ ଟିକା ଏବଂ ଭାରତରୁ କୋଭିସିଲ୍ଡ ଓ ଚାଇନାରୁ ସିନୋଭାକ୍ ଦ୍ୱାରା ପ୍ରସ୍ତୁତ ଟିକାକୁ ଯାତ୍ରା ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ଉଦ୍ଦେଶ୍ୟରେ ସ୍ୱୀକୃତି ଦିଆଯାଉ ବୋଲି ପରାମର୍ଶ ଦେଇଥିଲା।

ଏବେ କିନ୍ତୁ ଅଷ୍ଟ୍ରେଲିଆ ନିଜ ନିୟମରେ ପରିବର୍ତ୍ତନ କରିଛି। ଭାରତୀୟ ବାୟୋଟେକ୍‌ ଟିକା କୋଭାକ୍ସିନ୍‌କୁ  ଅନୁମତି ଦେଇଛି। ଏହି ପଦକ୍ଷେପ ଆନ୍ତର୍ଜାତୀୟ ଛାତ୍ରଙ୍କ ପ୍ରତ୍ୟାବର୍ତ୍ତନ, କୁଶଳୀ ଏବଂ ଅଣକୁଶଳୀ ଶ୍ରମିକମାନଙ୍କର ଅଷ୍ଟ୍ରେଲିଆ ଯାତ୍ରା ଉପରେ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।

ସେପଟେ କିନ୍ତୁ ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ତରଫରୁ ଏଯାଏଁ କୋଭାକ୍ସିନ୍‌କୁ ଜରୁରୀକାଳିନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିନାହିଁ। ଭାରତ ଏହାର ଜରୁରୀକାଳିନ ବ୍ୟବହାର ପାଇଁ ଜୋର ଦେଉଥିବା ବେଳେ WHO କିନ୍ତୁ ଏହାକୁ ଝୁଲାଇ ରଖିଛି। ନଭେମ୍ବର ତିନି ତାରିଖରେ ଏନେଇ ପରବର୍ତ୍ତୀ ବୈଠକ ବସିବ। ଏଥିରେ କୋଭାକ୍ସିନ୍‌କୁ ନେଇ ଆଲୋଚନା କରିବ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ। ଏପ୍ରିଲ୍ ୧୯ ତାରିଖରେ କୋଭାକ୍ସିନ୍‌ର ଜରୁରିକାଳୀନ ଅନୁମତି ପାଇଁ WHO ପାଖରେ ଆବେଦନ କରିଥିଲା ଭାରତ ବାୟୋଟେକ୍ ।

ସାରା ବିଶ୍ୱରେ କରୋନା ଭୂତାଣୁକୁ ମାତ୍‌ ଦେବା ପାଇଁ WHO ବର୍ତ୍ତମାନ ଯାଏଁ ୭ଟି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଛି। ଏଥିରେ ମଡେର୍ଣ୍ଣା, ଫାଇଜର, ଜନ୍‌ସନ ଆଣ୍ଡ ଜନ୍‌ସନ, ଆଷ୍ଟ୍ରାଜେନେକା, କୋଭିସିଲ୍ଟ, ସିନୋଫୋର୍ସ ଏବଂ ସିନୋବ୍ୟାକ୍‌ ଟିକା ସାମିଲ ଅଛି।

The post କୋଭାକ୍ସିନ୍‌କୁ ଗ୍ରୀନ୍‌ ସିଗ୍‌ନାଲ୍‌ ଦେଲା ଅଷ୍ଟ୍ରେଲିଆ appeared first on Odisha Reporter.



from Odisha Reporter https://ift.tt/3EpY37I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages