ଅଣନିଶ୍ୱାସୀ କରୁଛି କାମ ଚାପ ! ଅବ୍ୟାହତି ପାଇଁ ଚିଠି ଲେଖିଲେ ଶାଶ୍ୱତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 30, 2021

ଅଣନିଶ୍ୱାସୀ କରୁଛି କାମ ଚାପ ! ଅବ୍ୟାହତି ପାଇଁ ଚିଠି ଲେଖିଲେ ଶାଶ୍ୱତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକାଧିକ ବିଭାଗ ଦାୟିତ୍ୱ ଦିଆଯାଉଥିବାରୁ ଅତ୍ୟଧିକ କାମ ରହୁଛି। ତେଣୁ କେତେକ କାର୍ଯ୍ୟରୁ ଅବ୍ୟାହତି ଦେବାକୁ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର।

ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗତ ନଭେମ୍ବର ମାସରୁ ମୁଁ ରାଜ୍ୟପାଳଙ୍କ ପ୍ରିନ୍ସପାଲ ସେକ୍ରେଟାରି ଦାୟିତ୍ୱରେ ଅଛି। ଏହା ସହିତ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। ଓଏସ୍ଏସ୍‌ସିର ଅଧ୍ୟକ୍ଷ ମଧ୍ୟ ଅଛି। ରାଜ୍ୟପାଳଙ୍କ ପ୍ରିନ୍ସପାଲ ସେକ୍ରେଟାରି ଭାବେ ବହୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡୁଛି। ତା’ ସହିତ ସାମ୍ବିଧାନିକ ଓ ବ୍ୟବସ୍ଥାପିକାର କାର୍ଯ୍ୟକ୍ରମକୁ ମଧ୍ୟ ଯିବାକୁ ପଡୁଛି।

ତେଣୁ ଧାନ ସଂଗ୍ରହର ତଦାରଖ ପାଇଁ ବିଭିନ୍ନ ଜିଲ୍ଲା ପରିଦର୍ଶନ ଓ ଜିଲ୍ଲାସ୍ତରରେ କୋଭିଡ ପରିଚାଳନାର ଦାୟିତ୍ୱରୁ ଅବ୍ୟାହତି ଦେବାକୁ ଅନୁରୋଧ କରିଛନ୍ତି ଶାଶ୍ୱତ ମିଶ୍ର।

The post ଅଣନିଶ୍ୱାସୀ କରୁଛି କାମ ଚାପ ! ଅବ୍ୟାହତି ପାଇଁ ଚିଠି ଲେଖିଲେ ଶାଶ୍ୱତ appeared first on Odisha Reporter.



from Odisha Reporter https://ift.tt/2ZJM7z0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages