ଭିଜିଲାନ୍ସ ଜାଲରେ ପୁଲିସ୍‌ ବାବୁ, ବାହାରୁଛି ପୁଳା ପୁଳା ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 30, 2021

ଭିଜିଲାନ୍ସ ଜାଲରେ ପୁଲିସ୍‌ ବାବୁ, ବାହାରୁଛି ପୁଳା ପୁଳା ଟଙ୍କା

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନାଧିକାରୀ ବିନୋଦ ବିହାରୀ ନାୟକ । ଯେଉଁଠି ହାତ ମାରିଲେ ବାହାରୁଛି ପୁଳା ପୁଳା ଟଙ୍କା ।

ସୂଚନାଯୋଗ୍ୟ, ଦୀର୍ଘ ଦିନ ହେଲା ଭିଜିଲାନ୍ସ ସ୍କାନରରେ ଥିଲେ ବଙ୍ଗୋମୁଣ୍ଡା ଥାନାଧିକାରୀ । ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗିର ଭିଜିଲାନ୍ସ ଅଧିକାରୀଙ୍କୁ ନେଇ ଗଠିତ୍‌ ସ୍ୱତନ୍ତ୍ର ଟିମ୍‌ ଦୀର୍ଘ ଦିନ ହେଲାଣି ତାଙ୍କ ଉପରେ ନଜର ରଖିଥିଲା। ଗତକାଲି  ବିନୋଦ ବିହାରୀ କାର୍‌ରେ ନିଜ ଘରକୁ ଯାଉଥିବା ବେଳେ  ଭିଜିଲାନ୍ସ ଟିମ୍‌ ତାଙ୍କୁ ଅଟକାଇଥିଲା। ଏହାପରେ ବରଗଡ ଟୋଲଗେଟ ନିକଟରେ ତାଙ୍କୁ ଅଟକାଇଥିଲେ ଅଧିକାରୀ।

କାର୍‌ ଯାଞ୍ଚ ସମୟରେ ସିଟ୍‌ ତଳୁ ବାହାରିଥିଲା ୨ ଲକ୍ଷ, ୬ ହଜାର ୨୦ ଟଙ୍କା । ବିନୋଦ ବିହାରୀ ଉକ୍ତ ଟଙ୍କା ଧରି ନିଜ ଗାଁକୁ ଯାଉଥିଲେ। ହେଲେ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ ସେ ନେଇ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଏହାପରେ ତାଙ୍କୁ ସମ୍ବଲପୁର ଭିଜିଲାନ୍ସ କାର୍ଯ୍ୟାଳୟ ନିଆଯାଇ ସେଠାରେ ପଚରାଉଚରା କରାଯାଇଛି।

ଗତ ରାତିରେ ଭିଜିଲାନ୍ସର ଏକ ଟିମ୍‌  ବଂଗୋମୁଣ୍ଡା ଥାନା ନିକଟରେ ଥିବା ବିନୋଦ ବିହାରୀଙ୍କ କ୍ୱାର୍ଟର୍ସରେ ଚଢଉ ଜାରୀ କରିଥିଲା । ରାତି ସାରା ଚଢ଼ାଉ ଜାରି ରହିଥିବା ବେଳେ ସେଠାରୁ ୩ ଲକ୍ଷ ୮୦ ହଜାର ୯ ଶହ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି ।

ଜଣେ ଥାନା ଅଧିକାରୀଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ମିଲିବା ଘଟଣା ରାଜ୍ୟ ସରକାରଙ୍କ  ଫାଇଭ ଟି ଉପରେ ସନ୍ଦେହ ସୃଷ୍ଟି କରୁଛି ।  ବଂଗୋମୁଣ୍ଡା ଏକ ଦାଦନ ପ୍ରବଣ ଅଂଚଳ ହୋଇଥିବାରୁ, ଦାଦନ ଚାଲାଣ ରେ ସଂପୃକ୍ତ ରହି ଥାନା ଅଧିକାରୀ ଲକ୍ଷ ଲକ୍ଷ କଳା ଟଙ୍କା ରଖିଥିବା ଅନୂମାନ କରାଯାଉଛି ।

The post ଭିଜିଲାନ୍ସ ଜାଲରେ ପୁଲିସ୍‌ ବାବୁ, ବାହାରୁଛି ପୁଳା ପୁଳା ଟଙ୍କା appeared first on Odisha Reporter.



from Odisha Reporter https://ift.tt/3G48Sx6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages