ଓଡ଼ିଶାର ନୁଦୁରାମ ସୋରେନଙ୍କୁ ମିଳିଲା ମରଣୋତ୍ତର ବୀର ଚକ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, November 23, 2021

ଓଡ଼ିଶାର ନୁଦୁରାମ ସୋରେନଙ୍କୁ ମିଳିଲା ମରଣୋତ୍ତର ବୀର ଚକ୍ର

ନୂଆଦିଲ୍ଲୀ: ଲଦାଖର ଗଲୱାନ୍ ଘାଟିରେ ଅପରେସନ୍ ସ୍ନୋ ଲିଓପାର୍ଡ ବେଳେ ଚାଇନାର ସେନା ସହ ଲହୁଲୁହାଣ ହୋଇ ସହିଦ ହୋଇଥିବା ଓଡ଼ିଆ ସେନା ଅଧିକାରୀ ନୁଦୁରାମ ସୋରେନ ମରଣୋତ୍ତର ବୀର ଚକ୍ରରେ ସମ୍ମାନିତ ହୋଇଛନ୍ତି। ନାଏବ ସୁବେଦାର ନୁଦୁରାମଙ୍କ ପତ୍ନୀ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ମରଣୋତ୍ତର ବୀର ଚକ୍ର ପୁରସ୍କାର ଗ୍ରହଣ କରିଛନ୍ତି। ଗତବର୍ଷ ଗଲୱାନ ଚାଇନାର ସେନା ସହ ବୀରତ୍ୱର ସହ ଲଢ଼ି ନୁଦୁରାମ ସହିଦ ହୋଇଥିଲେ।

ସେହିପରି ଲଦାଖରେ ସହିଦ ହୋଇଥିବା କର୍ଣ୍ଣଲ ସନ୍ତୋଷ ବାବୁଙ୍କୁ ମରଣୋତ୍ତର ମହାବୀର ଚକ୍ରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ସନ୍ତୋଷ ବାବୁଙ୍କ ମା’ ଓ ପତ୍ନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଏହାବ୍ୟତୀତ ହାବିଲଦାର କେ. ପିଲାନୀ, ନାଏକ ଦୀପକ ସିଂହ, ସିପାହୀ ଗୁରତେଜ୍ ସିଂହ ଓ ହାବିଲଦାର ତେଜିନ୍ଦର ସିଂହଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯାଇଛି।

ଗତବର୍ଷ ଜୁନ୍ ମାସରେ ଗଲୱାନ୍ ଘାଟିରେ ଅପରେସନ୍ ସ୍ନୋ ଲିଓପାର୍ଡରେ ସହିଦ ହୋଇଥିବା ହାବିଲଦାର ପଲାନୀଙ୍କୁ ତାଙ୍କର ବୀରତ୍ୱ ପାଇଁ ମରଣୋତ୍ତର ବୀର ଚକ୍ରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ପତ୍ନୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ସେହିପରି ଗଲୱାନରେ ସହିଦ୍ ହୋଇଥିବା ନାଏକ ଦୀପକ ସିଂହଙ୍କୁ ମଧ୍ୟ ମରଣୋତ୍ତର ବୀର ଚକ୍ର ପୁରସ୍କାରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ତାଙ୍କ ପତ୍ନୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି।

ସିପାହୀ ଗୁରତେଜ ସିଂହ ଗଲୱାନ ଘାଟିରେ ଚାଇନା ସେନାକୁ ବୀରତ୍ୱର ସହ ସାମ୍ନା କରିଥିଲେ ଏବଂ ଏଥିପାଇଁ ତାଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯାଇଛି। ଗୁରୁତର ଭାବେ ଆହତ ହେବା ସତ୍ତ୍ୱେ ଗୁରଜେତ ସିଂହ ଦୃଢ଼ତାର ସହ ଶତ୍ରୁର ମୁକାବିଲା କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ବୀର ଚକ୍ରରେ ସମ୍ମାନିତ କରିଛନ୍ତି। ସେହିପରି ତେଜେନ୍ଦ୍ର ସିଂହଙ୍କୁ ମଧ୍ୟ ବୀର ଚକ୍ରରେ ସମ୍ମାନିତ କରାଯାଇଛି।

ଗତବର୍ଷ ଜୁନ୍‌ ୧୫ରେ ଭାରତ ଓ ଚାଇନାର ଯବାନଙ୍କ ମଧ୍ୟରେ ଗଲୱାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ବିହାର ରେଜିମେଣ୍ଟର ୧୯ ଯବାନ ଓ କର୍ଣ୍ଣେଲ ସନ୍ତୋଷ ବାବୁ ସହିଦ ହୋଇଥିଲେ। ସେ ୧୬ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର ଥିଲେ। ଏଥିପାଇଁ ତାଙ୍କୁ ମହାବୀର ଚକ୍ରରେ ସମ୍ମାନିତ କରିବା ପାଇଁ ସେନା ପକ୍ଷରୁ ସୁପାରିସ କରାଯାଇଥିଲା। ଦେଶର ସର୍ବୋଚ୍ଚ ୱାରଟାଇମ ବୀରତ୍ୱ ପଦକ ହେଉଛି ପରମବୀର ଚକ୍ର, ଏହାପରେ ମହାବାରୀ ଚକ୍ର ଓ ତୃତୀୟରେ ବୀର ଚକ୍ର ପଦକ।

ଘଟଣା ଦିନ ଚାଇନାର ଯବାନମାନେ ଗଲୱାନ ଉପତ୍ୟକାରେ ଥିବା ପ୍ୟାଟ୍ରୋଲିଂ ପଏଣ୍ଟ ୧୪ରେ ଚାଇନା ସେନା ନିର୍ମାଣ କାମ କରୁଥିଲେ। ଏହାକୁ ରୋକିବା ପାଇଁ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସହ ଭାରତୀୟ ଯବାନ ପହଞ୍ଚିଥିଲେ। ଏହାପରେ ସେଠାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଭାରତ ୨୦ ଯବାନ ସହିଦ ହୋଇଥିବା ବେଳେ ଚାଇନାର ମଧ୍ୟ ୪୦ରୁ ଅଧିକ ଯବାନ ନିହତ ହୋଇଥିଲେ। କିନ୍ତୁ ଚାଇନା ଏଯାଏ ମୃତାହତଙ୍କ ସଂଖ୍ୟା କହିନାହିଁ। ସେହିପରି ଶାନ୍ତି ସମୟର ସର୍ବୋଚ୍ଚ ବୀରତ୍ୱ ପଦକ ହେଉଛି ଅଶୋକ ଚକ୍ର, ଏହାପରେ କୀର୍ତ୍ତି ଚକ୍ର ଓ ଶେଷରେ ସୌର୍ଯ୍ୟ ଚକ୍ର ପଦକ ମିଳିଥାଏ।

The post ଓଡ଼ିଶାର ନୁଦୁରାମ ସୋରେନଙ୍କୁ ମିଳିଲା ମରଣୋତ୍ତର ବୀର ଚକ୍ର appeared first on Odisha Reporter.



from Odisha Reporter https://ift.tt/3cC1o7T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages