ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଭେଟିବା ପୂର୍ବରୁ ଆଜି କଂଗ୍ରେସକୁ ଝଟକା ଦେଇପାରନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦଳର ଜଣେ ଟାଣୁଆ ନେତା ତଥା ପୂର୍ବତନ ସାଂସଦ କିର୍ତ୍ତୀ ଆଜାଦ ଆଜି କଂଗ୍ରେସ ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେବେ ବୋଲି ଆଲୋଚନା ଜୋର ଧରିଛି। କିର୍ତ୍ତୀ ଆଜାଦ ଆଜି ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳିଛି।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲିଠୁ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି, କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପ୍ରମୁଖ ହେଭିଓୱେଟ ନେତାଙ୍କୁ ଭେଟିବେ। ହେଲେ ସେ ତା’ ପୂର୍ବରୁ କଂଗ୍ରେସକୁ ଝଟକା ଦେଇପାରନ୍ତି ବୋଲି ଆକଳନ କରାଯାଉଛି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ମମତା ବାନାର୍ଜୀ ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଥିଲେ । ମମତା ବାନାର୍ଜୀ ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି, ଏହା ପରେ ସେ ୨୫ ତାରିଖରେ କୋଲକତା ଫେରିବେ। ଦିଲ୍ଲୀ ଗସ୍ତ ସମ୍ପର୍କରେ ମମତା ବାନାର୍ଜୀ କହିଛନ୍ତି ଯେ ମୁଁ ମୋର ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବି। ଏହି ସମୟରେ BSF ଅଧିକାରର ସମ୍ପ୍ରସାରଣ ପ୍ରସଙ୍ଗ ଉଠାଇବି ବୋଲି ସେ କହିଛନ୍ତି।
କିର୍ତ୍ତୀ ଆଜାଦ ଟିଏମ୍ସିରେ ଯୋଗ ଦେବା ନେଇ ଆଲୋଚନା ଜୋର ଧରିଥିବା ବେଳେ ଏନେଇ ଅଫିସିଆଲି କିଛି ସୂଚନା ମିଳିନି। ୨୦୧୯ ମସିହାରେ କିର୍ତ୍ତୀ ଆଜାଦ ବିଜେପିରୁ ନିଲମ୍ବିତ ହୋଇଥିଲେ। ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ବିଜେପିରୁ ନିଲମ୍ବିତ କରାଯାଇଥିଲା। ଏହାପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। କିର୍ତ୍ତୀ ଆଜାଦଙ୍କ ପିତା ଜଣେ କଂଗ୍ରେସ କର୍ମୀ ଥିଲେ ସେ ଏବଂ ଯୋଗଦେବା ସମୟରେ ସେ କହିଥିଲେ ଯେ ତାଙ୍କ ଶିରାରେ କଂଗ୍ରେସ ରକ୍ତ ପ୍ରବାହିତ ହେଉଛି। କିର୍ତ୍ତୀ ଆଜାଦଙ୍କ ପିତା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ।
ହେଲେ ଏବେ ସେ କଂଗ୍ରେସ ହାତ ଛାଡ଼ି ଟିଏମ୍ସିରେ ଯୋଗ ଦେବାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ଲୋକେ।
The post ଆଜି ସୋନିଆଙ୍କୁ ଭେଟିବେ ମମତା, ତା’ ପୂର୍ବରୁ ଦେବେ ଝଟକା appeared first on Odisha Reporter.
from Odisha Reporter https://ift.tt/3HOtFpW
No comments:
Post a Comment