କଙ୍ଗନା ଫେରାଇଦେବେ କି ‘ପଦ୍ମଶ୍ରୀ’ ପୁରସ୍କାର ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 12, 2021

କଙ୍ଗନା ଫେରାଇଦେବେ କି ‘ପଦ୍ମଶ୍ରୀ’ ପୁରସ୍କାର ?

ମୁମ୍ବାଇ: ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିବା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପ୍ରତି ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଭିନ୍ନ ମହଲରୁ ସମାଲୋଚନାର ସରବ୍ୟ ହେଉଥିବା କଙ୍ଗନାଙ୍କୁ ଦିଲ୍ଲୀ ମହିଳା କମିଶନର ଟାର୍ଗେଟ କରିଛନ୍ତି। କଙ୍ଗନା ଦେଇଥିବା ଇଣ୍ଟରଭ୍ୟୁକୁ ସେୟାର କରି ଦିଲ୍ଲୀ ମହିଳା କମିଶନର ସ୍ୱାତୀ ମାଲିୱାଲ କହିଛନ୍ତି ଯେ, ଭଗତ ସିଂହ, ମହାତ୍ମା ଗାନ୍ଧି ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ସ୍ୱାଧୀନତା କଙ୍ଗନାଙ୍କୁ  ଭିକ ଭଳି  ଲାଗିଲା।  ଆଉ କ୍ଷମତା ତଳେ ଗୋଲାମି ହୋଇ ରହିବା ତାଙ୍କ ପାଇଁ ବୋଧହୁଏ ପ୍ରକୃତ ସ୍ୱାଧୀନତା। କଙ୍ଗନା କ’ଣ ଏହି ଚିନ୍ତାଧାରା ପାଇଁ  ଜାତୀୟ ପୁରସ୍କାର ପାଥିଲେ ବୋଲି ସ୍ୱାତୀ ପ୍ରଶ୍ନ କରିଛନ୍ତି।

ପଦ୍ମଶ୍ରୀ ପୁରସ୍କାର ପାଇବା ପରେ ନିକଟରେ ଏକ ଜାତୀୟ ଟିଭି ଚେନାଲକୁ ସାକ୍ଷାରକାର ଦେଇ କଙ୍ଗନା ବିବାବଦୀୟ ମନ୍ତବ୍ୟ ଦେଇଥିଲେ। କହିଥିଲେ ୧୯୪୭ରେ ଭାରତ ‌ଯେଉଁ ସ୍ୱାଧୀନତା ପାଇଥିଲା ତାହା ‘ଭିକ୍ଷା’ ଭଳି ଥିଲା। ୨୦୧୪ରେ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ଦେଶକୁ ପ୍ରକୃତ ସ୍ୱାଧୀନତା ମିଳିଛି । କଙ୍ଗନାଙ୍କ ଏଭଳି ବିବାଦୀୟ ବୟାନ ନେଇ ସୋଶାଲ ମିଡିଆରେ ଟ୍ରୋଲ ହେଛନ୍ତି କଙ୍ଗନା। ଏପରକି କଙ୍ଗନାଙ୍କଂରୁ  ପଦ୍ମଶ୍ରୀ ସମ୍ମାନ ପ୍ରତ୍ୟାହାର କରିବା ପାଇଁ ବିରୋଧୀ ଦଳ ଦାବି କରଇଚନ୍ତି।

ବରିଷ୍ଠ କଂଗ୍ରେସ ନେତା ଆନନ୍ଦ ଶର୍ମା କଙ୍ଗନାଙ୍କର ଏହ‌ି ଟିପ୍ପଣୀକୁ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ନିନ୍ଦନୀୟ କହିଛନ୍ତି। ଆନନ୍ଦ ଶର୍ମା  ଟ୍ୱିଟ କରି ଲେଖିଛନ୍ତି, କଙ୍ଗନାଙ୍କ ବୟାନ ମହାତ୍ମା ଗାନ୍ଧୀ, ପଣ୍ଡିତ ଜବହାରଲାଲ ନେହରୁ ଓ ସର୍ଦ୍ଦାର ପଟେଲଙ୍କ ପରି ସ୍ୱାଧୀତନା ସଂଗ୍ରାମୀ ତଥା ସର୍ଦ୍ଦାର ଭଗତ ସିଂହ, ଚନ୍ଦ୍ରଶେଖର ଆଜାଦ ଓ ଅନ୍ୟ କ୍ରାନ୍ତିକାରୀଙ୍କ ବଳିଦାନକୁ ଅପମାନ କରିବା ସହ ସମାନ । ତେଣୁ ରାଷ୍ଟ୍ରପତି ମହୋଦୟ କଙ୍ଗନାଙ୍କୁ ପ୍ରଦାନ କରିଥିବା ପଦ୍ମଶ୍ରୀ ପୁରସ୍କାର ତୁରନ୍ତ ପ୍ରତ୍ୟାହାର କରିବା ଦରକାର। କଙ୍ଗନାଙ୍କୁ ଦିଆଯାଇଥିବା ପଦ୍ମଶ୍ରୀ ପ୍ରତ୍ୟାହାର କରିନେବାପାଇଁ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅନୁରୋଧ କରିଛନ୍ତି। କଙ୍ଗନା ରାଣାୱତଙ୍କର ଏହି ଟିପ୍ପଣୀ ଦେଶର ସ୍ୱତନ୍ତ୍ରତା ସଂଗ୍ରାମୀଙ୍କପାଇଁ ଅପମାନ ବୋଲି ସେ କହିଛନ୍ତି।

ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ଼ା  କଙ୍ଗନାରାଣାୱତଙ୍କ ମନ୍ତବ୍ୟକୁ ଅତ୍ୟନ୍ତ କଠୋର ବୋଲି କହିଛନ୍ତି।

The post କଙ୍ଗନା ଫେରାଇଦେବେ କି ‘ପଦ୍ମଶ୍ରୀ’ ପୁରସ୍କାର ? appeared first on Odisha Reporter.



from Odisha Reporter https://ift.tt/3FbtrXR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages