୧୫୧ ରନ୍‌ରେ ଗଲା ନ୍ୟୁଜିଲ୍ୟାଣ୍ଡର ପ୍ରଥମ ୱିକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 26, 2021

୧୫୧ ରନ୍‌ରେ ଗଲା ନ୍ୟୁଜିଲ୍ୟାଣ୍ଡର ପ୍ରଥମ ୱିକେଟ୍‌

କାନପୁର: ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଗତକାଲି ନ୍ୟୁଜିଲ୍ୟାଣ୍ଡର ଗୋଟିଏ ବି ୱିକେଟ୍ ନେବାରେ ସମର୍ଥ ହୋଇ ନଥିବା ଭାରତୀୟ ବୋଲରଙ୍କୁ ଆଜି ମିଳିଛି ପ୍ରଥମ ସଫଳତା। ରବିଚନ୍ଦ୍ରନ ଅଶ୍ୱିନ ଦେଇଛନ୍ତି ପ୍ରଥମ ସଫଳତା। ଶତକ ଆଡ଼କୁ ଦ୍ରୁତ ଗତିରେ ଆଗେଇ ଚାଲିଥିବା ୱିଲ୍ ୟଙ୍ଗଙ୍କୁ ସେ ଆଉଟ୍ କରିଛନ୍ତି। ତାଙ୍କ ବଲ୍‌ରେ ଶୁବମନ ଗିଲ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଛନ୍ତି ୟଙ୍ଗ।

ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିବା ପୂର୍ବରୁ ୟଙ୍ଗ ୮୯ ରନ୍ କରିଥିଲେ। ୨୧୪ଟି ବଲ୍‌ରୁ ୧୫ଟି ଚୌକା ସହାୟତାରେ ସେ ଏହି ରନ୍ ସଂଗ୍ରହ କରିଥିଲେ।

ୟଙ୍ଗ ଆଉଟ୍ ହେବା ପରେ ଅଧିନାୟକ କେନ୍ ୱିଲିୟମସନ୍ କ୍ରିଜ୍‌କୁ ଆସିଛନ୍ତି। ଖବର ଲେଖାଯିବା ସୁଦ୍ଧା ସେ ୩୭ଟି ବଲ୍‌ରୁ ୧୫ ରନ୍ କରିଥିଲେ। ଅନ୍ୟପକ୍ଷରେ ଗତକାଲି ଠାରୁ କ୍ରିଜ୍‌ରେ ଅଛନ୍ତି ଟମ୍ ଲାଥମ୍‌। ସେ ୨୧୩ ବଲ୍‌ରୁ ୮ ଚୌକା ସହାୟତାରେ ୭୨ ରନ୍ କରି ଖେଳୁଛନ୍ତି। ଏହା ସହିତ ଦଳର ସ୍କୋର ୧୮୪ରେ ପହଞ୍ଚି ଯାଇଛି।

ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିଂସରେ ୩୫୪ ରନ୍ କରିଛି। ଦଳ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୧୦୫ ରନ୍ କରିଥିବା ବେଳେ ଶୁବମନ ଗିଲ୍‌ ୫୨, ରବୀନ୍ଦ୍ର ଜାଡେଜା ୫୦, ରବିଚନ୍ଦ୍ରନ ଅଶ୍ୱିନ ୩୮ ଓ ଆଜିଙ୍କ୍ୟ ରାହାଣେ ୩୫ ରନ୍ କରିଥିଲେ।

ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିଂସରେ ୩୫୪ ରନ୍ କରିଛି। ଦଳ ପକ୍ଷରୁ ଶ୍ରେୟସ ଆୟର ସର୍ବାଧିକ ୧୦୫ ରନ୍ କରିଥିବା ବେଳେ ଶୁବମନ ଗିଲ୍‌ ୫୨, ରବୀନ୍ଦ୍ର ଜାଡେଜା ୫୦, ରବିଚନ୍ଦ୍ରନ ଅଶ୍ୱିନ ୩୮ ଓ ଆଜିଙ୍କ୍ୟ ରାହାଣେ ୩୫ ରନ୍ କରିଥିଲେ। ଗତକାଲି ଭାରତୀୟ ଟିମ୍ ଅଲ୍‌ଆଉଟ୍ ହେବା ପରେ ନ୍ୟୁଜିଲ୍ୟାଣ୍ଡ ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ବ୍ୟାଟିଂ ଆରମ୍ଭ କରିଥିଲା। ଅପରାହ୍ଣ ପ୍ରାୟ ସାଢ଼େ ୪ଟା ବେଳେ ଷ୍ଟମ୍ପ ଅପସାରଣ ହୋଇଥିଲା। କିନ୍ତୁ ଏହି ସମୟ ମଧ୍ୟରେ ଭାରତୀୟ ବୋଲରମାନେ ଗୋଟିଏ ବି ୱିକେଟ୍ ନେବାକୁ ସମର୍ଥ ହୋଇ ନଥିଲେ। ଈଶାନ୍ତ ଶର୍ମା, ଉମେଶ ଯାଦବ, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା ଓ ଅକ୍ଷର ପଟେଲ ପ୍ରମୁଖ ବୋଲିଂ କରିଥିଲେ ବି କେହି ଭ୍ରମଣକାରୀ ଦଳର ୱିକେଟ୍ ଖସାଇ ପାରି ନଥିଲେ।

 

 

 

The post ୧୫୧ ରନ୍‌ରେ ଗଲା ନ୍ୟୁଜିଲ୍ୟାଣ୍ଡର ପ୍ରଥମ ୱିକେଟ୍‌ appeared first on Odisha Reporter.



from Odisha Reporter https://ift.tt/3ldXEOy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages